ନମୋ ବିଘ୍ନ ବିନାଶାୟ ଗଣପତି
ପାଦେ ତୁମର ପ୍ରଣତି
ସଭିଏଁ ପୂଜନ୍ତି ହୃଦୟେ ଭକତି
ଆଜି ମନ ଭାରି ଖୁସି।
ବୁଦ୍ଧିଦାତା ତୁମେ ବିନାୟକ ପ୍ରଭୁ
ବିନତୀ ମୋହର ଘେନ
ମୋ କୁନି ଗାଡିଟି ତୁମରି ପାଇଁହେ
ମୋ ସାଥିରେ ଏବେ ଚାଲ।
ଜାଣେନି ଭକତି କେମିତି ପୂଜନ୍ତି
ତୁମେ ପରା ସାଥି ମୋର
ମାଆ ବନାଇଛି ମୋଦକ ପ୍ରଭୁହେ
ଖୁଆଇବି ଲମ୍ବୋଦର।
ତୁମେ ସାଥି ମୋର ବିଦ୍ୟା ପ୍ରଦାୟକ
କୁନି ମନେ ବୁଦ୍ଧି ଦିଅ
ସାହସ ଶକତି ଦୟା ଓ ଭକତି
ମୋ ମନରେ ଭରିଦିଅ।
ସବିତା ନାୟକ
ମାଧବ,ନୀଆଳି,କଟକ

0 Comments