ଛବି କଥା କହେ - ମନୋରଞ୍ଜନ ସୁରୁଜାଲ ଲ



ବୁଝିନି ଜୀବନ ଫୁଲ ଉପବନ

କିଭଳି ତୁମରି ଭାବ, 

ଶିଶୁ ମନ ମୋର ଅଭାବ ଅନ୍ତର

କିପରି ପୁରଣ ହେବ? 

ହୁଅ ଥରେ ସଙ୍ଗ ଅତି ଅନ୍ତରଙ୍ଗ

ଦୁନିଆଁ ନେବ ବୁଲେଇ, 

ଏକାକୀ ମୁଁ ଏଠି ପଥର ପାଲଟି

ପଞ୍ଜୁରି ବନ୍ଦୀ ଚଢେଇ। 

ପିତା ମାତା ମୋର ଅତି ଆପଣାର

ଦୁନିଆଁ କରିଛି ପର, 

ଅନାଥିନୀ ହୋଇ ଜୀବନ ବିତେଇ

ଖୋଜୁଛି ଅତି ନିଜର। 

ଅନାଥ ଆଶ୍ରମ ପରିଜନ ସମ

ହସ କାନ୍ଦେ ପାଖାପାଖି, 

ସାଙ୍ଗ ଟିଏ ଖୋଜେ ଦେଖିକି ମଉଜେ

ତୁମେ ହେବ ମୋର ସାକ୍ଷୀ ? 

ମୋ ପରି ଶିଶୁ ଟି କହୁଛି କଥା ଟି

ବୁଝିବ ମୋ ମନ କଥା, 

ଅସାର ସଂସାର ସବୁ ସ୍ବାର୍ଥପର

ମନର ଉଛୁଳା ବ୍ଯଥା। 

କଥା ଦିଅ ମୋତେ କରବନି ସତେ

କା ଆଗରେ ପରକାଶ, 

ସଂସାର ଗଞ୍ଜଣା ଜୀବନ ପାଉଣା

କୁନି ମୁଖେ ଦେବ ହସ ? 


ମନୋରଞ୍ଜନ ସୁରୁଜାଲ  ଗ୍ରାମ-ଅଇଁଲାପାଲି

ପୋ:ଅ-ଧମା

ଜି:-ସମ୍ବଲପୁର

ପି.ନଂ-୭୬୮୧୧୩

Post a Comment

0 Comments