ଛବି କଥା କହେ - ଜଗଦୀଶ ଶତପଥୀ



ଆହେ ବିନାୟକ ଜ୍ଞାନ ର ଵାହକ

ତୋ ପାଦେ ଶରଣ ମୁହିଁ।

ଅଜ୍ଞାନ ଅନ୍ଧାର କଟିଯାଉ ଦେଶୁ

ତୋ ମୁହଁକୁ ଦେଲେ ଚାହିଁ।

ତୁହି ଶିରିପତି , ଜ୍ଞାନ ର ମୂରତୀ

 ବକ୍ର ତୁଣ୍ଡ ତୋ'ର ରୂପ।

ତୁହି ଜ୍ଞାନ ଦାତା, ତୁହି ତ୍ରାଣକର୍ତ୍ତା

ତୁହି ପୁଣି ବିଶ୍ଵ ରୂପ।

ମୂର୍ତ୍ତି ର ଦୋକାନେ ଭିଡ଼ ଆଜି ନାହିଁ

ସ୍କୁଲ କଲେଜ ବନ୍ଦ।

ଶୁନୁ ଗାଡି ଧରି ଛୁଟି ମୁଁ ଆସିଛି

ବୁଝିବାକୁ ଭଲ ମନ୍ଦ।

କି ସୁନ୍ଦର ଆହା ତୋ'ର ରୂପ କାନ୍ତି

କି ସୁନ୍ଦର ତୋ'ର ବେଶ।

କି ସୁନ୍ଦର ତୋ'ର ବାହନ ମୂଷିକ

କି ସୁନ୍ଦର ତୋ'ର ହସ।

ମାଗୁଣି କରୁଛି ପାଦରେ ତୋହର

କୋରୋନା ନାଶ ଗୋସାଇଁ।

ଆମେ ସ୍କୁଲ ଯିବୁ,ପାଠ ବି ପଢ଼ିବୁ

ରକ୍ଷା କର ହେ ଗୋସାଇଁ।


ଜଗଦୀଶ ଶତପଥୀ

ଧର୍ମଶାଳା। ଯାଜପୁର।

Post a Comment

0 Comments