ଛବି କଥା କହେ - ଆଶିଷ ବେହେରା



ବନ୍ଧୁ କହିବି କି    ସଖା କହିବି ହେ 

        କୁହ ହେ ଗଜାନନ

ରତ୍ନ ସିଂହାସନ    ଦେଇପାରିବିନି 

        ଦେବି ହୃଦୟାସନ ।୧।


ଅଗ୍ରପୂଜ୍ୟ ତୁମେ    ଜାଣିଛି ପ୍ରଭୁହେ

        ତଥାବି ଡାକୁଛି ଘର

ଦେଇ ମୁଁ ନ ପାରେ    ଦାମିକା ଭୋଜନ

        ଖାଇବା ଦେବି ନିଜର ।୨।


ଛୋଟ ଶିଶୁ ପ୍ରଭୁ    କାମନା ବିଶାଳ

        ମୋ ମାର୍ଗ ଯେ କଣ୍ଟାଯୁକ୍ତ

ତଥାବି ପ୍ରଭୁହେ    ଚାଲୁଛି ମାର୍ଗ ରେ

        ଆସି ସ୍ୱୀକାର ବନ୍ଧୁତ୍ୱ ।୩।


ଜାଣିଛି ପ୍ରଭୁହେ    ଅଗଣିତ ଜନ

        ପାଇବା ପାଇଁ ବିହ୍ଵଳ

ତଥାବି ସେଚକ୍ଷୁ    ଦର୍ଶନ ନପାଏ

        ଖେଳୁଛ ତୁମେଜେ ଖେଳ ।୪।


ମୋପାଇଁ କୋହଳ    କର ସେ ନିୟମ

        ଯାପାଇଁ ନଦେଖେ ଆଖି

ଦେଖିବାକୁ ଚାହେଁ    ତୁମ ବନ୍ଧୁ ରୂପ 

       ଜଗତ କୁ ରଖି ସାକ୍ଷୀ

         ଜଗତକୁ ରଖି ସାକ୍ଷୀ ।୫।


ନାମ-ଆଶିଷ ବେହେରା 

ଗ୍ରା/ପୋ-କୁମ୍ଭାରୀ

ଜିଲ୍ଲା-ବଲାଙ୍ଗୀର

7327028467

Post a Comment

0 Comments