ଯେ ପାଇଛି ସେ ଜାଣିଛି
ଜ୍ଞାନ ରେ କି ମଧୁ ଅଛି।
ତେଣୁ ସେ ପାନ କରୁଛି।
ଯେ ଅନ୍ଧକାର ରହି ରହି
ଅଭ୍ୟସ୍ତ ସେ ଆଲୋକର
ଉପାଦୟତl ପାରେନି ବୁଝି।
ସେହିପରି ଅଜ୍ଞାନୀ କୁ
ଜ୍ଞାନ ର ମଧୁ ଲାଗେନି ଭଲ।
ଏହି ଜ୍ଞାନ ଆମ ପାଶେ ଥିଲେ
ତାକୁ ଚୋର ଚୋରୀ କରିପାରିବନି।
ଜ୍ଞାନ କୁ ସବୁଠାରେ ପୂଜିତ ହୁଏ।
ରାଜକୁ ପୂଜା ହୁଏ ନିଜ ରାଜ୍ୟରେ।
ସଭିଙ୍କ ଠୁ କିଛି ଜ୍ଞାନ ମଧୁ ଆହରଣ
କରିବା .......।
ପିମ୍ପୁଡିଠୁ ସଞ୍ଚୟ ର କଥା
ଭ୍ରମର ଠୁ ସବୁ ଫୁଲ ରୁ ନିଜ ମଧୁ
ସୁନ୍ଦର ଭାବରେ ଆଣିବା ଶିଖିବା।
କେବଳ ପୁସ୍ତକ ନୁହେଁ
ଦୁନିଆରେ ସବୁଠି ଅଛି
ଜ୍ଞଜ଼ ମଧୁ ଆମେ ଖୋଜିବାର
ଆଖି ଲୋଡ଼ା ଠିକ ଅର୍ଜୁନ ଙ୍କ ପରି।
ସ୍ୱୟଂମ୍ବର ସେ ଠିକ ମାଛ ଆଖିକୁ
ଲକ୍ଷ କରି ମାରିଥିଲେ ଶର।
ଆମ ମନ ଆମ ନିଜ ଗୁରୁ
ସେ ଆମକୁ ଜ୍ଞାନର ପଥ ଦେଖାଏ।
କାଳିଦାସ ପରି ଜଣେ ମହାମୂର୍ଖ
ନିଜ ସାଧନା ବଳରେ ଜ୍ଞାନ ର ମଧୁ
ପାଇଥିଲେ ।
ଲେଖିଦେଇଥିଲେ ରଘୁବଂଶମ,ଅଭିଜ୍ଞନ ଶଂକୁନ୍ତଳମ,ରତୁ ସଂହାର କୁମାରସମ୍ଭବମ ପରି ମହାନ ଗ୍ରନ୍ଥ।
ମତେ ଜ୍ଞାନର ମଧୁରୁ କାଣିଚାଏ
ଦିଏ ଜଗନ୍ନାଥ ଏ ଅପରlଜିତା
ଲେଖୁ ତୁମ ଗୀତ।
ଏତିକି ଅଳୀ ତୁମ ପୟର ରେ
ଧନୀ ବା ଗରିବ ମା ସରସ୍ୱତୀ
ସଭିଙ୍କୁ ଦିଅ ଜ୍ଞାନର ମଧୁ
କେହି ନ ରହୁ ବଞ୍ଚିତ।
ରୀତା ଅପରାଜିତା ମହାନ୍ତି
ପ୍ଲଟ ନ -୮୩(ସି) ଆମ୍ରପଲ୍ଲୀ ,ଭୁବନେଶ୍ୱର -୨୧


0 Comments