ଜ୍ଞାନର ମଧୁ - ରାଜକିଶୋର ମୁଣ୍ଡି

 


ପିତା ମାତା ଗୁରୁ       ଜ୍ଞାନର ଭଣ୍ଡାର

       ଝରାଇ ଜ୍ଞାନର ବିନ୍ଦୁ

ଦୂରେଇ ଦିଅନ୍ତି       ଅଜ୍ଞାନ କଳୁଷ

       ସତେକି ପବିତ୍ର ସିନ୍ଧୁ।


ଏହି ଶ୍ରେଷ୍ଠ ଗୁରୁ     ଏ ସାରା ସଂସାରେ

        ନର ରୁପି ନାରାୟଣ

ମନେ ରଖି ଧ୍ୟାନ       ପୂଜିଲେ ତାହାଙ୍କୁ

       ପାଇବୁ ବୈକୁଣ୍ଠେ ସ୍ଥାନ।


 ସେହି ଜ୍ଞାନ  ସିନ୍ଧୁ     ଗଭୀର ସାଗର

        ମନ୍ଥନରେ ମିଳେ ମଧୁ

ସେ ମଧୁ ଅଟଇ      ଅମୃତ ସମାନ

      ସର୍ବ ପ୍ରାଣେ ବୁଣେ ବିଧୁ।


ସର୍ବ ପ୍ରାଣେ ଝରେ     ସୁବାସ ମହକ

        ଆଲୋକିତ ହୁଏ ଧରା

ଜ୍ଞାନର ଆଲୋକେ       ଅଜ୍ଞାନୀ ମୂରୁଖ

      ବୋଲାଏ ପଣ୍ତିତ ପରା।


ସମାଜ ସଂସ୍କାରେ    ରଖି ସଦା ମତି

      ଜ୍ଞାନ ବାଣ୍ଟେ ସୁଧି ଜନ

ଜ୍ଞାନ ଠାରୁ ଶ୍ରେଷ୍ଠ      ଧନ ଆଉ ନାହିଁ

     କୌଶଳେ କର ଅର୍ଜନ।


ମାୟାର ସଂସାର        ନରକ ସମାନ

      ଜ୍ଞାନ ଥିଲେ ମୁକ୍ତି ମିଳେ

ସେହି ଜ୍ଞାନ ବଳେ ଈଶ୍ୱର ସାନିଧ୍ୟ

      ପ୍ରାପ୍ତ ହୁଏ ମହି ତଳେ।


ପ୍ରଭୁଙ୍କ ଆଶିଷ      ମୁକ୍ତି ତୀର୍ଥ ଅଟେ

     ଧନ୍ୟ ହୋଇବ ଜୀବନ

ଅଜ୍ଞାନ ଅନ୍ଧାର        ଅପସରି ଯିବ

     ପାଇବୁ ବୈକୁଣ୍ଠେ ସ୍ଥାନ।


******

ରାଜକିଶୋର ମୁଣ୍ଡି

ପ୍ରଧାନଶିକ୍ଷକ, ବରାହିପୁର,ମାହାଙ୍ଗା,କଟକ

Post a Comment

0 Comments