ଜ୍ଞାନର ମଧୁ - ଦିଲ୍ଲୀପ କୁମାର ନନ୍ଦୀ

 


ମଧୁଠୁ ମଧୁର ଜ୍ଞାନ ଗନ୍ତାଘର

ଆଲୋକ ଦିଏ ସେ ସତେ ଦିବାକର

ମଧୁପଠୁ ବଢ଼ି ଆହୁରି ପିଆସି

ତା'ପାଇଁ ତ ଝୁରେ ସତେ ଏ ଅନ୍ତର।।


ଜନ୍ମ ଠାରୁ ମୃତ୍ୟୁ ସତେ ନିରନ୍ତର

ଆହାଃ କି ମଧୁର ଜ୍ଞାନ ଗନ୍ତାଘର

ଜ୍ଞାନ ଆହରଣେ ସଦା ଥାଏ ମନ

ବୋଲିବା ହିଁ ତାକୁ ଜ୍ଞାନି ଗୁଣିଜନ।।


ମଧୁପ ଯେସନେ ମଧୁ ଅନେଶ୍ଵଣେ

ଫୁଲରୁ ଫୁଲକୁ ଘୁରି ବୁଲି ଚିହ୍ନେ

ଜ୍ଞାନିଜନ ସଦା ମଧୁପ ଯେସନେ 

ନିଚ୍ଚ ଉଚ୍ଚ କେବେ ମନରେ ନମଣେ।।


ଜ୍ଞାନ ଆହରଣେ ଥାଏ ସଦା ମନ

ସଭିଙ୍କୁ ମଣେ ସେ ଗୁରୁ ଗୁରୁ ଜନ

ଫଳନ୍ତି ବୃକ୍ଷର ସଦା ବ୍ୟବହାର

ନତ ମସ୍ତିଷ୍କେ ସେ କରେ ଆହରଣ।।


 ଦିଲ୍ଲୀପ କୁମାର ନନ୍ଦୀ 

 ଧର୍ମଶାଳା, ଯାଜପୁର

Post a Comment

0 Comments