ମଧୁ ତ ମଧୁର, ସୁଧା ବି ମଧୁର, ତାଠୁଁ ମଧୁର ଜ୍ଞାନ ମଧୁ।
ସେ ମଧୁକୁ ଯିଏ ପାନ କରେ ଥରେ, ପାରି ହୋଇଯାଏ ଭବସିନ୍ଧୁ।।
ପାନ କରିଥିଲା ବୋଲି ରତ୍ନାକର, ହୋଇଗଲା ସିଏ ବାଲମୀକି।
ରାମାୟଣ ପରି ଗ୍ରନ୍ଥ ସେ ଲେଖିଲା, ବତାଉଛି ତାହା ବାଟ ସଭିଙ୍କି।।
ପାନ କରିଥିଲା ବୋଲି ମହାମୂର୍ଖ,ହେଲା ମହାକବି କାଳିଦାସ।
ରଚିଗଲା ସିଏ କାବ୍ୟ ପରେ କାବ୍ୟ, ପଢିଲେ ହୁଅଇ ମନ ତୋଷ।।
ଗୀତାରେ ପୁଣି ତ ପ୍ରଭୁ ଦେଲେ ଜ୍ଞାନ, ବତାଇଲେ ଯୋଗ ପରେ ଯୋଗ।
ଗାଣ୍ଡୀବ ଧରିଲେ ଶୁଣି ସବୁ ପାର୍ଥ, ଭାଇ ସଙ୍ଗେ ପୁଣି କଲେ ଯୁଦ୍ଧ।।
ସେ ମଧୁକୁ ଯିଏ ପାଇଛି, ଦୁଃଖସୁଖ ସବୁ ଭୁଲିଛି,
କର୍ମକ୍ଷେତ୍ରେ ଯେତେ ଝଡ଼ଝଞ୍ଜା ଅଛି, ସବୁକୁ ସେ ପାରି ହୋଇଛି।।
ସ୍ନେହାଶିଷ ତ୍ରିପାଠୀ
କାଶିପୁର, ବାସୁଦେବପୁର, ଭଦ୍ରକ


0 Comments