ଜ୍ଞାନରୁ ବିଜ୍ଞାନ ହୋଇଛି ଯେ ଜାତ
ଜ୍ଞାନ ବଳେ ଜ୍ଞାନବାନ
ଜ୍ଞାନରୁ ଉତ୍ତପତି ଭବିଷତ ଆମ
ଜ୍ଞାନରୁ ମିଳେ ସମ୍ମାନ
ଜ୍ଞାନ ସମ ଧନ ନାହିଁ ଏ ଜଗତେ
ଜ୍ଞାନ ଅଟେ ଶେଷ୍ଟ ଧନ
ଯେତିକି ବାଣ୍ଟିବ ସେତିକି ବଢିବ
ମିଳିବ ଯଶ ସୁନାମ
ଏହି ଜ୍ଞାନ ପାଇଁ ଗୁରୁଟିଏ ଲୋଡା
ଲୋଡା ଯେ ବିଦ୍ଯା ମନ୍ଦିର
ଜୀବନ ଆମର ସଂସ୍କାର ଯେ ପୂର୍ଣ୍ଣ
ହୋଇବ ପୁଣି ସାକାର
ଏହି ଜ୍ଞାନ ବଳେ ଅଜ୍ଞାନୀ ଅନ୍ଧାରୁ
ସହଜରେ ଯିବା ତରି
ଗୁରୁଙ୍କୁ ସମ୍ମାନ କରୁଥିବା ସଦା
ଥିବା ତାଙ୍କ ହାତ ଧରି
ଜଗବନ୍ଧୁ ସାହୁ
ଛଞ୍ଚାଣିଆ ପଲ୍ଲୀ ‐ ଗଞ୍ଜାମ


0 Comments