ଏ ଜୀବନ ସତେ ସାର୍ଥକ ଲାଗଇ
ଜ୍ଞାନ ମଧୁ ପାଇଗଲେ
ସେ ମଧୁ ଅଧିକ ସ୍ବାଦିଷ୍ଟ ଲାଗଇ
ସର୍ବତ୍ର ବାଣ୍ଟି ପାରିଲେ ।।
ଏ ଭବ ସଂସାରେ ସବୁଠୁ ଦାମିକା
ଚିଯ ଟି ଅଟଇ ଜ୍ଞାନ
ମୂର୍ଖ ବି ତାହାକୁ ନିଜର କରିଲେ
ତା' ଜୀବନ ହୁଏ ଧନ୍ୟ ।।
ଏ ଜ୍ଞାନ ମଧୁକୁ ପାନ କରି ଯିଏ
ଗୁରୁ ପାଦ ସେବୁ ଥାଏ
ଜୀବନେ କେବେ ହେଁ ତାହାକୁ
ଅଜ୍ଞାନ ଛୁଇଁ ନ ଥାଏ ।।
ଏ ପ୍ରକୃତି ଆମକୁ ପ୍ରତି ମୁର୍ହୂତ୍ତରେ
ଦେଇଥାଏ କେତେ ଜ୍ଞାନ
ବାଚାଳ ମନୁଷ୍ୟ ଭାବିଥାଏ ତାକୁ
ପ୍ରକୃତିର ଏ ଯେ ଦାନ ।।
ଏ ଛୋଟ ପିମ୍ପୁଡି ଓ ବିହଙ୍ଗ ଠାରୁ
ମିଳଇ ଯେ କେତେ ଜ୍ଞାନ
ସ୍ବାର୍ଥରୋହିତ ମନୁଷ୍ୟ ତାହାକୁ
ଦିଏ ନାହିଁ କାହିଁ ଧ୍ୟାନ ।।
ଏ ଜ୍ଞାନଗନ୍ତା ଘରେ ଜ୍ଞାନର ମଧୁ
ପାଇବା ଅତ୍ୟନ୍ତ କଷ୍ଟ
ପାଇଗଲେ ଥରେ ସେ ମଧୁ ସନ୍ଧାନ
ମହୀରେ ହୁଏ ସେ ଶ୍ରେଷ୍ଠ ।।
ଏ ଗୁରୁଙ୍କ ଅଗାଧ ପ୍ରଚେଷ୍ଟା ବଳରେ
ମିଳେ ସେ ମଧୁର ସନ୍ଧାନ
ଶିଷ୍ୟର ଚେଷ୍ଟା ଓ ନିଷ୍ଠା ସାଥିରେ
କରିଥାଏ ସେ ମଧୁ ସେବନ ।।
ଜୟଶ୍ରୀ ଖଟୁଆ
ନୂଆସାହି,କପ୍ତିପଦା,ମୟୂରଭଞ୍ଜ


0 Comments