ଜ୍ଞାନର ମଧୁ ପାନ କଲେ ହାରିବନି
ବନ୍ଧୁ ଚଲାପଥେ କେବେ କର୍ମ ଧର୍ମ
ଜୀବନରେ ଠିକ୍ ରଖିବ ଉତ୍ତମ
ଜ୍ଞାନର ପ୍ରସାରିତ ହେବ ।।
ମହାଗୁରୁ ଙ୍କ ଅମର ଲେଖିନି ଇତିହାସ
ପୃଷ୍ଠା ରେ ବିଜୟ ସୃଜନୀ ସଦା ସର୍ବଦା
ମନେ ରଖିଥିବ ଜ୍ଞାନ କୁ ନିୟନ୍ତ୍ରଣ ରେ
ରଖିବ ସମାଜେ ତୁମର ପ୍ରତିଷ୍ଠା ବଢି଼ବ ।।
ଯଥେଷ୍ଟ ସମ୍ମାନ ସଭିଙ୍କୁ ଦେବ ଜ୍ଞାନ କୁ
କରିବେ ସମସ୍ତେ କୋଟି ନମସ୍କାର
ଅନ୍ୟ ପାଇଁ ତାକୁ ସମର୍ପଣ କରିବ
ପିତା ମାତା ଙ୍କ ନାମ ଉଜ୍ଜ୍ୱଳ ହୋଇବ ।।
ସମୟ ଓ ପରିସ୍ଥିତି ଅନୁଧ୍ୟାନ କରି
ଜ୍ଞାନ କୁ ବିନିଯୋଗ କରିବ ସୀମାନ୍ତ
ରେ ରହି ଏହି ଜ୍ଞାନ ତୁମର ଏକ
ସ୍ବତନ୍ତ୍ର ପରିଚୟ ଏହା ଅଟେ ଗୁରୁଙ୍କ ବଚନ ।।
ଶ୍ରୀ ଲଲାଟ କେଶରୀ ବଳସାମନ୍ତ (ଯାଜପୁର)


0 Comments