ମଧୁ ଠାରୁ ମଧୁର ସେ,
ଅମୃତ ଠାରୁ ଅମୃତ ସେ,
ସେ ଜଳଧି, ସେ ବାରିଧି,
ସେ ହିଁ ସିନ୍ଧୁ,
ନାଁ ତାର ଜ୍ଞାନ ମଧୁ ।
ସେ ଜ୍ଞାନାମୃତ କୁ ପିଇଛି ଯିଏ,
ସଂସାରରେ ଜ୍ଞାନୀ,ଗୁଣୀ
ସାଜିଛି ସିଏ ।
ଜ୍ଞାନ ପାଇଁ କରେ କିଏ
କେତେ ପରିଶ୍ରମ,
ଜ୍ଞାନ ଲଭିଲେ ପଥ ହୁଏ ସୁଗମ୍ୟ ।
ଗୁରୁ ଦେଇଥିଲେ ଜ୍ଞାନ ଵିନ୍ଦୁ,
ସେ ବିନ୍ଦୁ ହେଲା ଆଜି ସିନ୍ଧୁ ।
ସେ ସିନ୍ଧୁ ନୁହେଁ,
ସେ ଆମ ପାଇଁ ଅମୃତ ବିନ୍ଦୁ ।
ସେ ଜ୍ଞାନ ର ମଧୁ
ସେ ଜ୍ଞାନର ମଧୁ ।
ପଙ୍କଜିନୀ ଵେହେରା ।
ଦେବଗଡ ।


0 Comments