ଜ୍ଞାନର ମଧୁ - ପ୍ରତିଭା ଦାଶ


 


ପ୍ରେମର ନିବେଦନ ପରେ ଭୁଲି ଯାଇଥିଲି

ଜ୍ଞାନର ମଧୁରତା

ପ୍ରେମିକକୁ ମୁଁ ଗାଳି ଦଉଥିଲି

ସଜାଇ ବହୁତ କଥା

ପ୍ରେମ କଲି ବଡ଼ ଭୁଲ୍ କରିଦେଲି 

ହରାଇଲି ପାଠ ମର୍ଯ୍ୟାଦା


ପ୍ରେମିକ କହେ :- ଜ୍ଞାନର ମଧୁ ଯେ ପାଇଛି

ସବୁ କିଛି ଭୁଲି ଯାଇଛି

ଜ୍ଞାନର ପରିସୀମା ସୀମିତ ନୁହଇଁ

କେତେ ଦୂର ଯେ ଲମ୍ବିଛି


ଅବରୋଧ ନାହିଁ ଜ୍ଞାନକୁ ମୋର

 ଜ୍ଞାନର ମଧୁ କୁ ସାଉଁଟି ଯେ ଚାଲ....!


ଆରେ ହଁ.....! ପୁଣି 

ବିବାହ ବନ୍ଧନରେ ବାନ୍ଧି ହେଲା ପରେ ଭୁଲି ଯାଇଥିଲି

ଜ୍ଞାନର ମଧୁରତା

ବିରକ୍ତ ହୋଇ କୁହେ ଝିଅ ଜନ୍ମ ରୋଷାଇ ଶାଳ

ପୁଅଙ୍କୁ ଏଠି ପ୍ରାଧାନ୍ୟ ଦିଆଯାଏ କାଳ କୁ କାଳ


ଶାଶୁ,ଶଶୁର ମୋ ଦେବତା ସମାନ

କହିଲେ ଆମେ ଅଶିକ୍ଷିତ ସତ

ବୁଝିଛୁ ଜ୍ଞାନର ମର୍ଯ୍ୟାଦା


ଜ୍ଞାନରୁ ଉତ୍ପତ୍ତି, ଜ୍ଞାନରୁ ପ୍ରତିପତ୍ତି 

ଜ୍ଞାନରୁ ମିଳେ ସମ୍ମାନ

ଜ୍ଞାନ ଆମର ବାରଣ ନାହିଁ...!

କରିଚାଲେ ଜ୍ଞାନ ଆହରଣ...!


ଜ୍ଞାନ ଦ୍ଵାରା ଆମେ ସଂସ୍କାରୀ ସାଜି

 ଜ୍ଞାନର ମଧୁ ପାନ କରି ଆଜି

ସ୍ୱତନ୍ଦ୍ର କରି ଗଢ଼ିବା ଉତ୍କଳ ରାଜି....! 



 ପ୍ରତିଭା ଦାଶ 

ଜଗତସିଂହପୁର ( ଅଢ଼ଙ୍ଗ   ଶାସନ )

Post a Comment

0 Comments