ଜ୍ଞାନ ଦୂରକରେ ଆମ ଅଜ୍ଞାନତା
ଜ୍ଞାନ ଅସୀମ ଭଣ୍ଡାର
ଯେତିକି ବାଣ୍ଟିବା ସେତିକି ପାଇବା
ଏ ସତ୍ୟ ଯୁଗ ଯୁଗର।
ମୂଲ୍ୟ ହୀନ ଆମ ଜୀବନ ହୋଇବ
ନ ଥିବ ଯଦି ତ ଜ୍ଞାନ
ଯେତେ ଧନ ଥାଉ ଯେତେ ମାନ ଥାଉ
ଅଲୋଡା ହୁଏ ଜୀବନ।
ଜ୍ଞାନ ଆହରଣ ବାଲ୍ୟକାଳୁ ମିଳେ
ଦିଅନ୍ତି ମାତା ଓ ପିତା
ପ୍ରକୃତ ଜ୍ଞାନ ହିଁ ଗୁରୁ ଦେଇଥାନ୍ତି
ଗୁରୁ ହିଁ ଜ୍ଞାନ ର ଦାତା।
ଜ୍ଞାନ ମଣିଷର ଭବିଷ୍ୟତ ଗଢେ
ଜ୍ଞାନ ଅଟେ ଶ୍ରେଷ୍ଠ ଧନ
ଜ୍ଞାନ ସମୁଦ୍ର ରେ ବୁଡ଼ିଗଲେ ଆମେ
ମିଳିବ ଯଶ ସମ୍ମାନ।
ଜ୍ଞାନ ଦ୍ବାରା ଆମେ ସଂସ୍କାରୀ ବୋଲାଉ
ଜ୍ଞାନ ଦ୍ବାରା ଜ୍ଞାନବାନ
ଜ୍ଞାନ ର ମଧୁ କୁ ପାନ କଲେ ଆମେ
ବଢିବ ଆତ୍ମ ସମ୍ମାନ।
ସୁଜାତା ପତି
ଭୁବନେଶ୍ୱର


0 Comments