କର୍ମ ଜ୍ଞାନ ଭକ୍ତି ଯା ହୃଦେ ବିଦିତ
ଦୁର୍ଲ୍ଲଭ ଜନ୍ମ ସାର୍ଥକ
ସର୍ଵ ଘଟେ ବିଜେ ଆତ୍ମା ନାରାୟଣ
ପ୍ରାପ୍ତ ଜ୍ଞାନ ମଧୁ ଭୋକ ।୧
ଆଦ୍ୟ ଜ୍ଞାନ ଦାତା ଆମ ପିତାମାତା
ଚଳନ୍ତି ଠାକୁର ସେତ
ତାଙ୍କ ଆଶୀର୍ବାଦ ମସ୍ତକେ ରହିଲେ
ଜ୍ଞାନ ମଧୁ ତୀର୍ଥ ସ୍ରୋତ ।୨
ପ୍ରାରବ୍ଧ ସଞ୍ଚିତ ସୁକର୍ମଟି ଥିଲେ
ପୂଣ୍ୟବନ୍ତ ଗୃହେ ଜନ୍ମ
ଶିକ୍ଷା ଦୀକ୍ଷା ଗୁରୁ ଜୀବନେ ଲଭଇ
ଜ୍ଞାନ ଆହରଣେ ମନ ।୩
ଜ୍ଞାନ ପଦ ମଧୁ ମୋ ଶାସ୍ତ୍ର ପୁରାଣ
ଚାରିକଳ୍ପ ଗାଥା ସାର
ସନାତନ ଧର୍ମ ସନ୍ଥଙ୍କ ଆଶ୍ରମ
ଜ୍ଞାନ ଗୁଣରେ ଭଣ୍ଡାର ।୪
ମନଟି ଯାହାର ଜ୍ଞାନ ଗଙ୍ଗା ଧାର
ମଧୁ ଜଳ ପ୍ରବାହିତ
ସକାଳ ସନ୍ଧ୍ୟାରେ ଆତ୍ମା ଆଳତିରେ
ଜପ ଧ୍ୟାନ ସମର୍ପିତ ।୫
ଚେତନାର ସତ୍ତା ଉର୍ଦ୍ଧ୍ବଗତି ପାଇଁ
ଜ୍ଞାନ ମଧୁ କର ପାନ
ସମ୍ପର୍କ ମଧୁଠୁ ମଧୁର ରଖିଲେ
ଜୀବନର ଲକ୍ଷ୍ୟ ପୂର୍ଣ୍ଣ ।୬
ସଂକଳ୍ପ ସାଧନା ନିର୍ବାଣ କାମନା
ଆତ୍ମାର ଉନ୍ନତି ଦ୍ଵାର
ଶୂନ୍ୟତା ଭିତରେ ପୂର୍ଣ୍ଣତା ଲଭଇ
ଜ୍ଞାନ ମଧୁ ନିରାକାର ।୭
ପ୍ରବଞ୍ଚ ସଂସାର କର୍ତ୍ତବ୍ୟ ସମ୍ଭାର
କ୍ଷଣେ କ୍ଷଣେ ସମୋହିତ
କର୍ମ ଯୋଗଯୁକ୍ତ ହୃଦୟ ସଂହିତା
ଜନ୍ମ ମୃତ୍ୟୁ ଖେଳ ସେତ ।୮
ପିଣ୍ଡରେ ବ୍ରହ୍ମାଣ୍ଡ ଧ୍ୟାନ ନେତ୍ରଦୃଶ୍ୟ
ନିତ୍ୟ ଉପାସନା ଦ୍ବାର
ଜ୍ଞାନର ଆଲୋକ ସହସ୍ରାରେ ଭରେ
ବିଭୁ କୃପା ଉପହାର ।୯
ସ୍ନିଗ୍ଧା ସାମନ୍ତରାୟ, ଚୁନଭାଟି, ଗୋପାଳ ଗାଁ, ବାଲେଶ୍ଵର।
ଭକ୍ତିଭଦ୍ରାୟ


0 Comments