ଜ୍ଞାନରୁ ଆମକୁ ମିଳେ ପରମ ଶକ୍ତି
ପୁସ୍ତକ ଦେଇଥାଏ ଆମକୁ ଜ୍ଞାନୋଉକ୍ତି
ପୁସ୍ତକ ଦେଇଥାଏ ଜ୍ଞାନର ଦକ୍ଷତା
ଦକ୍ଷତା ରୁ ମିଳିଥାଏ ଆମକୁ କ୍ଷମତା
ଜ୍ଞାନରୁ ମିଳିଥାଏ ଉଚିତ ମାଧ୍ୟମ
ଜ୍ଞାନର ମଧୁ ଅଟେ ଜୀବନ ଆସ୍ଥା
ମାଧ୍ୟମ ରେ ମିଳେ ସବୁ ଜୀବନର ରାସ୍ତା
ବିଜ୍ଞାନ ପୁରାଣ ଇତିହାସ ଅବା ଧର୍ମ କର୍ମ
ସବୁକିଛି ଜାଣିବାକୁ ପୁସ୍ତକ ଜ୍ଞାନ ଅଟଇ ମାଧ୍ୟମ।।
ପୁସ୍ତକ ଅଟଇ ଏକ ଜ୍ଞାନର ସେତୁ
ଜ୍ଞାନର ମଧୁରେ ବିକାଶର ପ୍ରତିଛବି
ଜାତି ଧର୍ମ ନିର୍ବିଶେଷେ ପୁସ୍ତକଟି ବନ୍ଧୁ
ବ୍ରହ୍ମାଣ୍ଡର ସତ୍ୟ ଧର୍ମ ସବୁଠି ପ୍ରକାଶିତ
ନଜାଣି ସବୁକିଛି ଅଧର୍ମେ ମନ ଆମେ ବାନ୍ଧୁ।।
ବଂଚିବାକୁ ଯେମିତି ସତ୍ୟ ଆଉ ଧର୍ମ
ସତ୍ୟ ଓ ଧର୍ମ ପାଇଁ ମଣିଷର କର୍ମ
କର୍ମ ପାଇଁ ମଣିଷର ଜ୍ଞାନ ହିଁ ମର୍ମ
ପାଠକର ଲକ୍ଷ୍ୟ ହେଉ ଜ୍ଞାନର ଭଣ୍ଡାର
ଜ୍ଞାନର ଯଜ୍ଞରେ ମିଳେ ପରମାତ୍ମା
ସାତ୍ତ୍ୱିକ ଜ୍ଞାନ ପାଠକଙ୍କ ମନେ ଦିଏ ଆରାମ।।
ସମର ବଲ୍ଲଭ ଭୋଇ
ପଢୁଆଁପଦା ବାଲେଶ୍ବର-୭୫୬୦୦୧


0 Comments