ସମୟ ଜୀବନରେ କେତେ ମୂଲ୍ୟବାନ ସେକଥା ସେମାନେ ପିଲାଟି ଦିନରୁ ହିଁ ଶିଖି ଆସିଥିଲେ।କାରଣ ସେମାନଙ୍କ ବାପା ଜଣେ ସାଧାରଣ ସ୍କୁଲ ଶିକ୍ଷକ ହୋଇଥିଲେ ମଧ୍ୟ ପିଲାମାନଙ୍କୁ ନୀତି,ଆଦର୍ଶ ,ଶାଳୀନ,ଭଦ୍ରୋଚିତ ବ୍ୟବହାରରେ ଗଢି ତୋଳିବାରେ କେବେ ହେଁ ଅବହେଳା କରିନାହାନ୍ତି।ସଦାସର୍ବଦା କହି ଆସୁଥିଲେ ସମୟ ଥରେ ଗଲେ ଆଉ ଫେରେ ନାହିଁ।ସେମାନଙ୍କ ମାମା (ମାଁ) ମଧ୍ୟ ଜଣେ ସୁଗୃହିଣୀ ଭାବେ ଘରର ସମସ୍ତ କାର୍ଯ୍ୟ ସମୟ ପୂର୍ବରୁ ସମାପନ କରିବା ସଙ୍ଗେ ସଙ୍ଗେ ଛୁଆ ମାନଙ୍କର ଦୈନନ୍ଦିନ ସ୍କୁଲ ପ୍ରସ୍ତୁତି ଠାରୁ ଶ୍ରେଣୀ ଗୃହରେ ଦିଆଯାଇଥିବା ଗୃହ କର୍ମ ଆଦିକୁ ତଦାରଖ କରୁଥିଲେ।ସବୁଦିନ ଦୁଇ ଭାଇ ଭଉଣୀଙ୍କୁ କହି ଆସୁଥିଲେ ସବୁଥିରେ ବିରାମ ଚିହ୍ନ ଥାଏ।କିନ୍ତୁ ଘଣ୍ଟାରେ ବିରାମ ଚିହ୍ନ ନାହିଁ। ଏଣୁ ଆଜିର କାମ ଆଜି କିମ୍ବା କାଲିର କାମ କାଲି ନୁହଁ ଆଜିର କାମ ଏବେ କାଲିର କାମ ଆଜି କର।
ପିତାମାତା ସୁକୃତରୁ ଉଭୟ ପୁଅ ଝିଅ ଥିଲେ ସୁକୃତ।ସମୟ କେବେ କାହାକୁ ଅପେକ୍ଷା କରେ ନାହିଁ ଏହି କଥାକୁ ନିଜ ଜୀବନରେ ଆଦର୍ଶ ରୂପେ ଗ୍ରହଣ କରି ସେମାନେ ନିଜ ଜୀବନକୁ ଗଢି ତୋଳି ପାରିଥିଲେ।ଯଦ୍ୱାରା ଉଭୟଙ୍କ ଲକ୍ଷ୍ୟ ସାର୍ଥକ ହୋଇ ପାରିଥିଲା। ଜଣେ (ଭଉଣୀ ଆୟୁ )ପିଲାଟି ଦିନରୁ ଡାକ୍ତର ହେବା ସ୍ବପ୍ନକୁ ସାକାର କରିପାରିଥିବା ବେଳେ ଆର ଜଣକ (ଭାଇ ଅଂଶୁ) ଜିଲ୍ଲାପାଳ ହୋଇ ନିଜ ବିଦ୍ୟାଳୟ, ଗାଁ,ବାପା ,ମାଁ ତଥା ଅଞ୍ଚଳର ନାମ ରୋଶଣ କରିପାରିଥିଲା।
ସେଥିପାଇଁ ତ କୁହନ୍ତି Time will never come again.If once it goes.
🙏ଧନ୍ୟବାଦ🙏
ଡମ୍ବରୁଧର ବେହେରା
ସୁରଳ (ଗଞ୍ଜାମ)
ସମ୍ପର୍କ : ୬୩୭୧୯୯୦୯୯୪


0 Comments