ତିନି ତିନିଟା ପ୍ରସ୍ତାବ ମନା କରିସାରିଲିଣି l ତମେ ଆମ ବିଷୟରେ ମାଆ ଆଉ ବାପା ଙ୍କୁ କହିଲ କି ନାହିଁ, ମୋତେ ତ ଲାଗୁଚି ତମେ ମୋ ସହିତ ଟାଇମ୍ ପାସ କରୁଛ. ବାହାଘର ପାଇଁ ତୁମର ଟିକିଏ ହେଲେ ଚିନ୍ତା ନାହିଁ, ସୁମି କହିଲା ମଳୟ କୁ l ସୁମି ଓ ମଳୟ ଦୁହେଁ ପ୍ରେମିକା ଓ ପ୍ରେମିକ ଥିଲେ, ମଳୟ କହିଲା -ଘରେ କହିଥିଲି କିନ୍ତୁ କିଛି ସମୟ ତ ଲାଗିବ ନା l ତୁମେ ଏତେ ତରତର ହେଲେ କେମିତି ହବ କହିଲ? ସିମି କହିଲା ମୋ ପାଖରେ ଆଉ ସମୟ ନାହିଁ, କଲି ପୁଣି ପୁଅ ଘର ମୋତେ ଦେଖିବାକୁ ଆସୁଛନ୍ତି, ଆଗ ପ୍ରସ୍ତାବ ସବୁ ଯେଣେତେଣେ ବାହାନା କରି ମନା କରିଦେଇଛି, ହେଲେ ଏଥର ଶୁଣିଛି ଯେ ପୁଅ ଇଂଜିନିୟ ଆଉ ଦେଖିବାକୁ ବି ଖୁବ ସୁନ୍ଦର, ରୋଜଗାର ବି ଭଲ କରୁଛି କଣ କରିବି କହିଲ? ସୁମି ମଳୟ କୁ କହିଲା l ମଳୟ ଉତ୍ତର ରେ କହିଲା ଯେ ବାହାହୋଇଯାଅ l ଏମିତି ସୁଯୋଗ ବାରମ୍ବାର ଆସେନି l ତାପରେ ସେ ହସିଦେଲା l ରାଗିକରି ଠିଆ ହେଲା ସୁମିତ୍ରା l ହଉ ସେଇଆ କରିବି,କାଲି ହଁ କରିଦେବି ଆଉ ତମେ ବସିକି ହସୁଥାଅ l କହିକି ରାଗିକି ଗୋଡ କଚାଡି ସେଠାରୁ ପଳେଇଗଲା ସୁମିତ୍ରା l ମଳୟ ତା ଯିବା ବାଟକୁ ଅନେକି ଟିକେ ହସିଦେଲା l
ପର ଦିନ ପୁଅ ଘର ସୁମିତ୍ରା କୁ ଦେଖିବାକୁ ଆସିଲେ, ସୁମିତ୍ରା ହାତରେ ଚାହା ଟ୍ରେ ଟା ନେଇ ଟ୍ରଇଙ୍ଗ ରୁମରେ ପ୍ରବେଶ କଲା l ଚୋରା ଚାହାଣୀ ରେ ପୁଅ ର ବାପା ମାଆ କୁ ଦେଖିଲା ସୁମିତ୍ରା l ବହୁତ ସରଳ ଓ ସୁନ୍ଦର ଦେଖାଯାଉଥିଲେ ସେମାନେ l ତାପରେ ନଜର ପଡିଲା ପୁଅ ଉପରେ, ଚମକି ପଡିଲା ସେ! ହାତରୁ ତାର ଚାହା ଟ୍ରେ ଟା ତଳକୁ ଖସି ପଡିଲା l ସେ ପୁଅ ଆଉ କେହି ନୁହେଁ ମଳୟ ଥିଲା l ସେ ସୁମିତ୍ରା ମୁଁହ କୁ ଚାହିଁ ଅଳ୍ପ ଅଳ୍ପ ହସୁଥିଲା l ଚାହା ଟ୍ରେ ତଳେ ପଡିଯିବା ଦେଖି ମଳୟ ରା ବାପା ମାଆ ବି ହସୁଥିଲେ l ମଳୟ ର ମାଆ ଚାହା ଟ୍ରେ ତଳେ ପଡିଯିବା ଦେଖି ସୁମିତ୍ରା କୁ କହିଲେ ମୁଁ ବି ଏମିତି ଚାହା ଟ୍ରେ ତଳେ ପକେଇଦେଇଥିଲି ଯେତେବେଳେ ମଳୟ ରା ବାପା ମୋତେ ଦେଖିବାକୁ ଆସିଥିଲେ l ତମେ ଦିଜଣ କଥା ହୁଅ ଆମେ ସବୁ ବାହାରକୁ ଯାଉଛୁ, ତମେ ଦି ଜଣ ରାଜି ହେଲେ ବାହାଘର ତିଥି ପକ୍କା କରିଦବା l ସମସ୍ତେ ବାହାରକୁ ଚାଲିଗଲେ ରୁମ ରେ ରହିଗଲେ ମଳୟ ଆଉ ସୁମି l
"କେତେ ବଦମାସ ତୁମେ? କାଲି ତ କହିପାରିଥାନ୍ତ ନା ତମେ ମୋତେ ଦେଖିବାକୁ ଆସୁଛ ବୋଲି, ରାଗିକି କହିଲା ସୁମି! ତୁମେ କହିଦେଇଥିଲେ ଆଜି ଚାହା ଟ୍ରେ ଟା କଣ ତଳେ ପଡିଥାନ୍ତା କି? ମଳୟ ଏକ ଦୁଷ୍ଟାମୀ ଭରା ହସ ହସିକି କହିଲା - ହଉ ହଉ ପରେ ବାହାଘର ଟା ସରିଯାଉ ତମ ସବୁ ବଦମାସୀ ଯଦି ଛଡେଇ ନ ଦେଇଛି ମୋ ନା ଭି ସୁମିତ୍ରା ନୁହେଁ l ଦାନ୍ତ ଚିପି ଚିପି କହିଲା ସୁମିତ୍ରା l
ସୁମିତ୍ରା କଥା ଶୁଣି ମଳୟ ହସିଲା ଏକ ହୂରଦୟ ଖୋଲା ହସ, ସୁମିତ୍ରା ବି ମଳୟ ସହିତ ହସିଲା l
ତେଣୁ କୁହା ଯାଏ ଯେ ସମୟ ବଡ ବଳବାନ l ଭଗବାନ ଯାହା ପାଇଁ ଯାହାକୁ ଆଉ ଯୋଉଟା ମିଳିବା କଥା ତାକୁ ତାହା ମିଳିଥାଏ l ସମୟ ଠୁ ବଡ ଆଉ କିଛି ନାହିଁ ll
ରଶ୍ମିତା ନନ୍ଦ
ସିଡିଏ କଟକ


0 Comments