ଯେନ ଦିନଠାନୁ ରଞ୍ଜନ ଅଫିସର ହେଲା, ସେ ଦିନଠାନୁ ଲକ୍ଷ ଲକ୍ଷ ଟଙ୍କା କମାଲା। ରାଜଧାନୀଥି ପାଁଚ ମହଲା କୋଠାଘର ବନାଲା। ବିହାଶାହା ହେଲା। ଛୁଆପିଲା ବି ହେଲେ। ବହୁତ ବିଳାସବ୍ୟସନଥି ଜୀବନଯାପନ କଲା। ମାତରକ ତାର ଆଚାରବେଭାରନେ ବନେ ପରିବର୍ତ୍ତନ ଘଟଲା। ଗାଁକେ ପାଶରି ଦେଲା। ସାଙ୍ଗସାଥି ସବୁକେ ପର କରିଦେଲା। ଏନ୍ତାକି ବୁଆମାଁକେ ବେଲୁବେଲକେ ଘୃଣା କରବାକେ ଲାଗଲା। ତାର ବୁଆ ଫୋନ କଲେ ବିରକ୍ତି ପ୍ରକାଶ କଲା ଆରୁ କହେଲା - " ତୁମେ କେମିତି ବାପା,ମୁଁ ବୁଝି ପାରୁ ନାହିଁ, ବାରମ୍ବାର ଫୋନ କରି ମୋତେ ଡ଼ିଷ୍ଟର୍ବ କରୁବ, ଅଫିସରେ କାମ ବହୁତ ପେଣ୍ଡିଙ୍ଗ ଅଛି, ଏପଟେ ପୁଅଝିଅଙ୍କୁ ପାଠ ପଢ଼େଇବା ପାଇଁ ବିଦେଶ ପଠେଇଲେ ଯାଇ ଇତ୍ୟାଦି ଇତ୍ୟାଦି। "ସେ ଦିନଠାନୁ ତାର ବୁଆ ଫୋନ କରବାରଟା ବି ବନ୍ଦ କରି ଦେଲା। ବରଂ ମାହାପୁରୁନେ ଖାଲି ଗୁହାରି କରୁଥାଏ ଯେ ମୋର ପୁଓ ଯେନନେ ବି ସୁଖେଥାଉ। ଶେଷକେ ରଞ୍ଜନ ଦୁହି ବୁଢ଼ାବୁଢ଼ୀକେ ନେଇ ଗୁଟେ ବୃଦ୍ଧାଶ୍ରମନେ ରଖିଦେଲା ଆରୁ ମାସକେ ମାସ ପଏସା ପଠେଇ ଦେଲା।
ତାର ବୁଆମାଁ ସେନୁ ଶିକ୍ଷା ପାଏଲେ ଯେ ପିଲାକେ ଭୁକେଶୁଷେ ମରି ପାଠ ପଢ଼ାଲେ ଆରୁ ଶିକ୍ଷିତ କଲେ ଇଟା ହିଁ ତାର ଫଳ।
ଦେବେନ୍ଦ୍ର କୁମାର ନାଏକ
ତରଭା, ଜିଲ୍ଲା : ସୁବର୍ଣ୍ଣପୁର


0 Comments