ସମୟ - ସୁରେଶ ଚନ୍ଦ୍ର ପାଢୀ


 ସମୟ କେବେ କାହାକୁ ଅପେକ୍ଷା କରି ନ ଥାଏ।ସମୟ ସ୍ରୋତ ରେ ତାଳ ଦେଇ ସଭିଙ୍କୁ ଚାଲି ବାକୁ ପଡି ଥାଏ।

        ହେଲେ ସମୟ କୁ ଯିଏ ବୁଝେ  ନାହିଁ ସେ ତା ଜୀବନ ରେ ସବୁ ହରାଇ ଦେଇ ଥାଏ।କଥା ଟି ଆରମ୍ଭ ହୁଏ ।ଏକ ସମ୍ଭ୍ରାନ୍ତ ପରିବାର କୁ ନେଇ ।ରାଧା କୃଷ୍ଣ ଗଡ଼ ନାୟକ ହେଉଛନ୍ତି ଜଣେ ଇଞ୍ଜିନିୟର।ସେ ଚାକିରୀ କଲେ ଖୋର୍ଦ୍ଧା ରେ।ତାଙ୍କ ସ୍ତ୍ରୀ ହେଉଛନ୍ତି ଜଣେ ଜମିଦାର ଝିଅ।

ତାଙ୍କ ମନ ରେ ଭାରି ଗର୍ବ।ସେ ପରା ଇଞ୍ଜିନିୟର ଙ୍କ ସ୍ତ୍ରୀ।ଘରେ ଗାଡି ର ଅଭାବ ନାହିଁ।ତାଙ୍କ ସେବା କରି ବାକୁ ଚାକର ପୂଜାରୀ ବି ଅଭାବ ନାହିଁ।

         ହେଲେ ବଡ଼ ଘର ବଡ଼ ଗୁମର କଥା।ସେ କାହାକୁ ଭଲ ବ୍ୟବହାର କରନ୍ତି ନାହିଁ।କୁକୁର ମାଙ୍କଡ଼ ପରି ବ୍ୟବହାର କରନ୍ତି।ଚାକର ପୂଜାରୀ କୁ କଥା କଥା ରେ ଗାଳି ମାଡ଼ ଦିଅନ୍ତି।

       ଈଶ୍ୱର ଅନ୍ତରଜ୍ୟାମି ସେ ସବୁ ସହିବେ ହେଲେ ଗର୍ବ କଲେ କେବେ ସହି ବେନି।ଏପଟେ ଇଞ୍ଜିନିଅର ପଦବୀ ଚାଲି ଗଲା ।ଗୋଟିଏ ବୋଲି ପୁଅ ମନୋଜ କୁ ପାଠ ପଢାଇ ବାକୁ ଆମେରିକା ଛାଡି ଥିଲେ।କିନ୍ତୁ ସେ ସଂସ୍କାର ଅଭାବ ରୁ ନଷ୍ଟ ହୋଇ ଯାଇ ଥିଲା ।ସେ ବିଦେଶ ରେ ରହି ମଦ ପିଇଲା।ଜୁଲି ନାମକ ଝିଅ କୁ ବିବାହ କରି ଘରକୁ ଆଣିଲା।କିନ୍ତୁ ଜୁଲି ବି ଧୋକା ଦେଇ ମନୋଜ କୁ ଚାଲି ଗଲା।

      ପୁଅ ମନୋଜ ଘର ର ସବୁ ସମ୍ପତ୍ତି କୁ ବିକି ବାକୁ ଲାଗିଲା।ଏ ପଟେ ବାପା ମା ପ୍ରତିବାଦ କଲା ପରେ ସେ ଧକା ଦେଇ ଘରୁ ତଡି ଦେଲା।ନିଜ କୁଳାଙ୍ଗାର ପୁଅ ପାଇଁ  ସବୁ ସମ୍ପତ୍ତି ଚାଲି ଗଲା।

         ବିଚରା ବାପା ମା ଦୁହେଁ ଦାଣ୍ଡ ରେ ଭିକ ମାଗିଲେ।ଲୋକେ କହିଲେ କାଲି ଯିଏ ରାଜା ପରି ଥିଲା।ଯାହା ସ୍ତ୍ରୀ ଏତେ ଗର୍ବ କରୁ ଥିଲା।ସେ ଏବେ ଦଣ୍ଡ ର ଭିକାରି ହୋଇ ଗଲା।

      ପୁଅ ମନୋଜ ଏପଟେ ଦିନେ ଘର କୁ ବିକି ଦେଲା।ମଦ ପି ଗାଡି ରେ ଯାଉ ଥିବା ବେଳେ ସଡ଼କ ଦୁର୍ଘଟଣା ରେ ତାର ମୁତ୍ଯୁ ହୋଇ ଗଲା।

      ମା ଏବେ ବୁଝି ପାରିଲେ ଏ ସବୁ ଗର୍ବ କରି ବାର ଫଳ।ସ୍ୱାମୀ ସ୍ତ୍ରୀ ଦୁହେଁ ଏବେ ନିରାସ୍ରୟ ହୋଇ ମନ୍ଦିର ରେ କିଛି ଦିନ ରହି ଏକ ଜରାସ୍ରମ ରେ ରହି ଆଖି ବୁଜି ଦେଲେ।

    ତେଣୁ ଗର୍ବ କେବେ କରିବା ନାହିଁ।

ସମୟ ଥାଉ ନିଜେ ସତର୍କ ହେବା।


ବୁଗୁଡ଼ା,ଗଞ୍ଜାମ

Post a Comment

0 Comments