ଗୋଟିଏ ଗାଁରେ ଜଣେ ଜମିଦାର ମଦନ ବାବୁ ଥିଲେ ,ଭାରି ଅହଙ୍କାରୀ, ଖଳ ପ୍ରକୃତି ମଣିଷ ଥିଲେ।ନିଜକୁ ସର୍ବେ ସର୍ବା ବୁଲାଉ ଥିବା ଖାତିର ଥିବା ମଣିଷଟା ଏକା ପଡିଛି ଗୋଟିଏ ମସିଣା ଉପରେ ।ସାହି ଲୋକ ଦୟା କଲେ ସ୍ନାନ ଶୌଚ ,ଖାଇବା ସବୁକିଛି।ଯବାନ ସମୟରେ ଏତେ କୁକର୍ମ କରିଛନ୍ତି ଯେ ଗରୀବ ଲୋକଙ୍କ ଅଭିଶାପ ଦ୍ଵାରା ଆଜି ଅଥର୍ବ ଭଳି ପଡିଛନ୍ତି ଗାଁ ଲୋକ କୁହାକୁହି ହୁଅନ୍ତି।ଗରୀବ ଦୁଃଖୀକୁ କେବେ ସାହାଯ୍ୟ ନକରି ତାଙ୍କ ଜମି ଜମାକୁ ନିଜ ନାଁରେ କରିବାରେ ଓସ୍ତାଦ ଜମିଦାର ମଦନ ବାବୁ।ଏତେ ଅତ୍ୟାଚାରୀ ବ୍ୟକ୍ତି ଥିଲେ ନା ପତ୍ନୀ, ପୁତ୍ର କାହା ଭଲ ଉପଦେଶ ଶୁଣୁନଥିଲେ ।ଗାଁ ଲୋକ ବି ଅତିଷ୍ଠ ହେଉ ଥାଆନ୍ତି।କଅଣ କରିବେ ଜମିଦାରଙ୍କ ଶାସନ।ଗରୀବଙ୍କୁ କାମ କରାଇ ଉଚିତ ପ୍ରାପ୍ୟ ଦେଉ ନଥିଲେ।ମଦନ ବାବୁଙ୍କ ପତ୍ନୀ ବିୟୋଗ ପରେ, ଗୋଟିଏ ବୋଲି ପୁତ୍ର ସନ୍ତାନ ସେ ବି ମାରାତ୍ମକ ରୋଗରେ ପୀଡ଼ିତ ହୋଇ ମୃତ୍ୟୁ ହୋଇଗଲା।ବିଧବା ବୋହୂ ନିଜ ପୁତ୍ରକୁ ଧରି ବାପ ଘରକୁ ପଳାଇଗଲା।ଜମିଦାର ମଦନ ବାବୁ ହଠାତ ପାରାଲିସସ ରୋଗରେ ଆକ୍ରାନ୍ତ ହେଲେ।ପାଣି ଦେବାକୁ କେହିଜଣେ ନାହାଁନ୍ତି।ସାହି ପଡିଶା ଟୁପୁର ଟାପର ହୁଅନ୍ତି ଯେମିତି କର୍ମ କରିଥିଲେ ସେପରି ଭୋଗୁଛନ୍ତି।କିଏ ଦୟା କରି କିଛି ଖୁଆଇ ଦିଅନ୍ତି।ଆଉ କିଏ ଜାଣିଶୁଣି ଦେଖନ୍ତି ନାହିଁ।କାହାକୁ ସମୟ ଅଛି ଯେ ପ୍ରତ୍ୟେକ ଦିନ ଦେଖା ଶୁଣା କରିବ।ଜମିଦାରଙ୍କ ଚାକର ସନା ଯାହା ଟିକେ ଦେଖା ଶୁଣା କରେ।କିଛି ଦିନ ପରେ ସନା ଗାଁ'ରୁ ଖବର ଗଲା ତା ମା'ର ଦେହାନ୍ତ ହୋଇଗଲା, ସନା ବି ତା ଗାଁ'କୁ ପଳାଇଲା।ବର୍ତ୍ତମାନ ଜମିଦାର ବାବୁ କେବଳ ଏକଲା।କେବଳ କଷ୍ଟ ଯନ୍ତ୍ରଣା ସହ ସଢ଼ୁଛନ୍ତି ନିଜ ପାପ କର୍ମର ଭୋଗଫଳ ।ନା ପ୍ରାଣ ଛାଡ଼ୁଛି ନା ଶାନ୍ତି ମିଳୁଛି।
ଏଇ ଛୋଟ ଗଳ୍ପ ମାଧ୍ୟମରେ ଆମେ ଶିକ୍ଷା ନିଶ୍ଚିତ ପାଇବା ।ତେଣୁ ସମୟ ସବୁଠୁ ବଡ଼ ଆଉ ବଳିୟାନ।ଯିଏ ଯେପରି କର୍ମ ଆଚରଣ କରେ ସିଏ ସେପରି ଦଣ୍ଡ ପାଇଥାଏ।ସମୟ ସମସ୍ତଙ୍କ ପାଇଁ ସମାନ ।ସମୟ କାହାକୁ ଦୁଃଖ ସୁଖ ଦିଏ ନାହିଁ।ମଣିଷ ନିଜ କର୍ମ ଦ୍ବାରା ନିଜେ ସମୟ ହାତରେ ବନ୍ଧା ପଡେ ଆଉ ସମୟକୁ କେବଳ ଦୋଷ ଦିଏ ନିଜ ଭୁଲକୁ ଲୁଚାଇବା ପାଇଁ।ବ୍ୟବହାରିକ କର୍ମକୁ ଧ୍ୟାନ ଦେଇ ସମୟକୁ ସମ୍ମାନ ଦେଲେ ମଣିଷ ଜୀବନ ଆନନ୍ଦ ଉଲ୍ଲାସରେ ଭରିଯିବ।ସମୟ ସତ୍ୟ ସ୍ବରୂପ ତା କର୍ତ୍ତବ୍ୟ ସେ ଯେପରି ସୂଚାରୁ ରୂପେ କରେ ଆମେ ବି ଆମ କର୍ମ କର୍ତ୍ତବ୍ୟ ସ୍ୱଚ୍ଛତାରେ କଲେ ସମୟ ଦିନେ ନା ଦିନେ ଆମକୁ ଉପହାର ଦେଵ।ସେହି ଉପହାରରେ ଆମ ଯଶକୀର୍ତ୍ତିର ମୋହର ଝୁଲି ଥିବ ।ଆଉ ପ୍ରଭୁଙ୍କ ଆଶୀର୍ବାଦ ଥିବ।
ସ୍ନିଗ୍ଧା ସାମନ୍ତରାୟ, ଚୁନଭାଟି, ଗୋପାଳ ଗାଁ, ବାଲେଶ୍ଵର।
ଭକ୍ତିଭଦ୍ରାୟ


0 Comments