ସମୟ - ଜୁମର ନାଥ ପାତ୍ର


 ଏ ସମୟଟା କେମିତି...? କେଉଁଠୁ ଆରମ୍ଭ ଆଉ ଶେଷ କେଉଁଠି...? ଆରମ୍ଭ ପୂର୍ବରୁ କ'ଣ ଥିଲା ଏବଂ ଶେଷ ପରେ କ'ଣ ହେବ...? ଏଇମିତି ବାସ୍ତବ ଅବା ଅବାସ୍ତବ ପ୍ରଶ୍ନରେ ଘାଣ୍ଟି ଚକଟି ହେଉଥିବା ବେଳେ " ଏଇ ଚା' ନିଅ" ଭଳି କଥା କାନରେ ବାଜିଲା। ବୋଧେ ଚା' ସମୟ ହାଜର।ଦିନଟା ତ ଠିକ୍ ଠାକ୍ ଥିଲା।ଏ ଅସମୟରେ ଘୋଟି ଆସିଲା କଳା ବାଦଲ, ଆଉ ନିର୍ଦ୍ଧୁମ ବର୍ଷିଗଲା ।ବର୍ଷିଗଲା କ'ଣ ଏବେବି ବର୍ଷୁଛି। ଏଭଳି ଅସମୟରେ ଆସିବାର କାରଣ ବା କ'ଣ..? ହଅ ଯେତେବେଳେ ଅସମୟରେ ସବୁ ଘଟୁଛି ଏ ବର୍ଷାଟା କୋଉ ବାଦ୍ ଯିବ।ଋତୁଚକ୍ରରେ ନାହିଁ ତାଳମେଳ।ବାଳୁତ ହଜିଛି ସମୟଚକ୍ରରେ ଆଜି ଓଜନିଆ ବସ୍ତାନିର ବୋଝରେ।

ସତରେ ସମୟ କ'ଣ ଘଣ୍ଟାର ଟିକଟିକ୍ ମାତ୍ର ରେ ସିମୀତ। କେଜାଣି ସେଦିନ ସଦାଇ କହୁଥିଲା ଖରାପ ସମୟ ଚାଲିଛି।ତା'ର ଖାଲି ନୁହେଁ ମ।ଆମ ସମସ୍ତଙ୍କ ପାଇଁ ସମୟଟା କାଳେ ଖରାପ। ହଁ ହେଇଥିବ। ଷାଠିଏ ରେ ଜନକ ହେବା ଆଜି ଅସମ୍ଭବ ନୁହେଁ। ଏମିତି କି ସମୟ ହେଲା ଯେ ଶାଗୁଣା ବି ଶାଗୁଣା ଜନ୍ମରୁ ମୁକ୍ତି ପାଇ ଆଉ କୋଉ ଜୀବ ରେ ପୂନର୍ଜନ୍ମ ପାଇଥିବେ କି କ'ଣ , ଅସମ୍ଭବ ନୁହେଁ ଏଠି କିଛି...।

ହେଇ ହୋ କାଉ ଆଉ ଆସୁନି, ମୁଁ ଅଧାର ଦେବି କାହାକୁ ଯେ। ଶ୍ରୀମତୀ ଙ୍କ ଏଭଳି କଥାର କି ଉତ୍ତର ଦେବି ମୁଁ।କୁଣିଆ ନ ଆସନ୍ତୁ ଏ ଅଭାବି ପରିବାରକୁ। ଚିଠି ବଦଳି ମୋବାଇଲ ହେଇଛି ବାର୍ତ୍ତା ବାହକ।ଏକାଳେ କାଉର ଆଉ ଆବଶ୍ୟକ ନାହିଁ ବୋଲି ଈଶ୍ୱର କମେଇଦେଲେ ତାଙ୍କ ବଂଶ। ବୁଝେଇ ଦେଇଥାନ୍ତି ତାଙ୍କୁ। ହେଲେ ତାଙ୍କର ସମୟ କାହିଁ ମୋ କଥା ଶୁଣିବାକୁ, ସିରିୟଲ ସମୟ ହେଲାଣି ପା।

ହେ ସମୟ ତମ କଥା ଭାବୁ ଭାବୁ ଯେତେକ ରିଂ କରିସାରିଲିଣି ମିସ୍।

ଥଳ କୂଳ ପାଉନି ତମ ଆଦି ଅନ୍ତ ର।ଯେତେ ଭାବୁଛି ସେତେ ଗୋଳମାଳିଆ ହେଉଛି।

କହିବ ହେ ସମୟ ତମ ବାୟୋଡାଟାରେ ସବିଶେଷ ତଥ୍ୟର ରହସ୍ୟ।


ଜୁମର ନାଥ ପାତ୍ର

Post a Comment

0 Comments