ସମୟର ଦାଉ - ସଂଯୁକ୍ତା ସାହୁ


 


 ଭଗବାନଙ୍କ ସୃଷ୍ଟିରେ ମନୁଷ୍ୟର ସୃଷ୍ଟି ହେଉଛି ଏକ ଅମୂଲ୍ୟ ସୃଷ୍ଟି ।ଦୁଇଟି ଜିନିଷ ସମିଶ୍ରଣରେ ମନୁଷ୍ୟର ସୃଷ୍ଟି ।ଗୋଟିଏ ହେଉଛି ଶରୀର ଓ ଅନ୍ୟଟି ହେଉଛି ଆତ୍ମା ।ଆତ୍ମା ବିନା ଶରୀରଟି ମୂଲ୍ୟହୀନ ।ଏହି ସୃଷ୍ଟିରେ ମନୁଷ୍ୟକୁ ବହୁ ଦୁଃଖ ,କଷ୍ଟ ସାମ୍ନା କରିବାକୁ ପଡିଥାଏ ।ସେଇ ଦୁଃଖ କଷ୍ଟରେ ମନୁଷ୍ୟଟି ଭାଙ୍ଗି ପଡିଥିଲାବେଳେ ତାକୁ ଧୈର୍ଯ୍ୟ ଦେଇ ତା'ର ଦୁଃଖ କଷ୍ଟକୁ ଲାଘବ କରି ତା'ର ଶୁଷ୍କ ମରୁଭୂମି ସମାନ ଦୁଃଖଦ ମନରେ ଟିକେ ଖୁସିର ଶ୍ରାବଣ ଆଣିବାପାଇଁ ଭଗବାନ ବନ୍ଧୁ ଭଳି ଅମୂଲ୍ୟ ଉପହାରର ସର୍ଜନା କରିଛନ୍ତି ।ସେଇ ବନ୍ଧୁତ୍ୱ ଆରମ୍ଭ ଥାଏ ସତ ,8 ଯେମିତି ଗୋଟିଏ ମାଆ ପେଟର ପିଲା ଭଳି ଦେଖାଯାଆନ୍ତି ।ଏକା ଶ୍ରେଣୀରେ ପାଠ ପଢ଼ନ୍ତି ।ଏମିତି ବନ୍ଧୁତା ସେ ଦୁଇଜଣଙ୍କ ଭିତରେ ଥିଲା ,ଯେପରି କ୍ଷୀର ନୀର ସମ୍ପର୍କ ।କେହି କାହାକୁ ଛାଡି ରହିପାରନ୍ତି ନାହିଁ ।ଦୁଇଜଣ ଯାକ ଭଲ ପାଠ ପଢୁଥିଲେ ।କିନ୍ତୁ ଗୋଟିଏ ଅସୁବିଧା ଥିଲା ,ଭିକି ଟି ଧନୀ ଘରର ପିଲା ,ଆଉ ଲକି ଏକଦମ ଗରୀବ ଘରର ପିଲା ,ଯେପରିକି ତା ବାପା ମୂଲ  ଲାଗିଲେ ପରିବାର ଚଳେ ।କିନ୍ତୁ ଭିକି ସବୁସମୟରେ ଲକିକୁ ସାହାଯ୍ୟ କରେ ।ଏମିତି ଆସ୍ତେ ଆସ୍ତେ ସେ ଦୁହେଁ ବଡ଼ ହେଲେ ।ସ୍କୁଲ ପାଠ ସରିଲା ।ଭିକି ବଡ଼ ଘରର ପିଲା,ତେଣୁ ସିଏ ପାଠ ପଢିବାକୁ ବାହାରକୁ ଗଲା ।ଲକି ବିଚରା ଗାଆଁରେ ରହି ବାପାକୁ କାମରେ ସାହାୟ୍ଯ କଲା ।କିନ୍ତୁ ଯେତେ ଦୂରରେ ରହିଲେ ବି ସେ ଦୁଇଜଣଙ୍କର ସେମିତି ବନ୍ଧୁତା ଅତୁଟ ଥାଏ ।କ୍ରମେ କ୍ରମେ ସମୟ ଗଡିଚାଲିଲା ।ଦୁଇଜଣ ବିବାହ ବି କଲେ ।ଭିକି ପ୍ରସାଶନିକ ଅଫିସରରେ ଯୋଗ ଦେଲା ।ସିଏ ଏତେ ବଡ଼ ଚାକିରୀ କଲେ ବି ତା ସାଙ୍ଗକୁ କେବେ ଭୁଲି ନ ଥାଏ ।ଯେବେ ଗାଆଁକୁ ଆସେ ,ସିଏ ସେଇ ଲକି ଘରେ ରୁହେ,ଖିଆପିଆ କରେ ଆଉ ଯେତେ ଦୁଃଖ ସୁଖ ହୁଏ ।ଲକି ବହୁତ ଗର୍ବ କରେ ତା ଏଇ ସାଙ୍ଗ ପାଇଁ ।ଏମିତି ଦିନ ଗଡି ଚାଲେ ।ଭିକିର ଦେହ ଅସୁସ୍ଥ ହେଲା ।ଡାକ୍ତରଙ୍କୁ ଦେଖେଇ ପରୀକ୍ଷା କରି ଜାଣିବାକୁ ପାଇଲା ଯେ ତାକୁ କର୍କଟ ରୋଗ ହୋଇଛି ।କଣ କରିବ,କାହାକୁ କହିବ ଏ କଥା।ବହୁତ ଦିନ ଧରି ଭିକି ଗାଆଁକୁ ନ ଆସିବାରୁ ଲକି ମନକୁ ପାପ ଛୁଇଁଲା ।ତା ମନଟା ଭଲ ଲାଗିଲା ନାହିଁ ।ଦିନେ ଠିକ କଲା ,ସହରକୁ ଯାଇ ତା ସାଙ୍ଗକୁ ଦେଖି ଆସିବ ।ସେଇଆ ହିଁ ନିଷ୍ପତି ନେଲା ଏବଂ ସହରକୁ ଗଲା ।ସେଠି ପହଂଚି ଦେଖିଲା ଭିକି ସମ୍ପୂର୍ଣ୍ଣରୂପେ ବୁଢା ଭଳି ଦେଖାଯାଉଛି ।ବାଳ ପାଚି ଝୋଟ ହେଇଯାଇଛି।ଦେହ ଜୀର୍ଣ୍ଣଶୀର୍ଣ୍ଣ ।ଉଠିବାକୁ ବଳ ପାଉନାହିଁ ।ସିଧା ହୋଇ ବାଟ ଚାଲିପାରୁନି ।ବାଡ଼ି ଧରି ଚାଲୁଛି ।ଲକି ତାକୁ ଦେଖି ତା'ର ହୋସ ଉଡିଯାଉଥାଏ,ସତେ ଯେପରି ତା'ର ପ୍ରାଣବାୟୁ ଉଡିଯିବକି ।ସେ ଭିକିକୁ ଧରି ଭୋ ଭୋ କରି କାନ୍ଦିଚାଲିଥାଏ।ଆଉ କହୁଥାଏ,ଆରେ ମୁଁ କଣ ମରିଯାଇଥିଲି,ତୁ ମୋତେ ଟିକିଏ ଖବର ଦେଲୁନି ?ଏମିତି କନ୍ଦା କଟା ଭିତରେ କେତେ ସମୟ ବିତିଗଲା ।ଶେଷକୁ ଜିଦ କରି ଭିକିକୁ ତାଙ୍କ ଗାଆଁ କୁ ନେଇ ଆସିଲା ।କାରଣ ଡାକ୍ତର ସମୟ ଦେଇଦେଇଥିଲେ ଯେ ,ସେ ଆଉ ଅଳ୍ପ ଦିନର ମେହମାନ ।ଲକି ତା'ର ବହୁତ ସେବା ଶୁଶ୍ରୁଷା କଲା ରାତି ଦିନ ଧରି ।ଗାଆଁ ,ସାହି ଲୋକ ସେମାନଙ୍କ ବନ୍ଧୁତା ଦେଖି ବାଃ ବାଃ କରୁଥାଆନ୍ତି ।କହୁଥାଆନ୍ତି କେଉଁ ଜନ୍ମର ଏ ଦୁଇ ଭାଈ ଥିଲେ ବୋଧହୁଏ ,ଏ ଜନ୍ମରେ ସେମିତି ବନ୍ଧୁତା ର ବଡ଼ ପବିତ୍ର ବନ୍ଧନ ର ପରିଣାମ ।ଏମିତି ଶେଷ ସମୟ ଆସି ପହଁଚିଲା ଭିକିର ଯେ  ସେ ଚିରଦିନ ପାଇଁ ପୃଥିବୀରୁ,ଗାଆଁ ମାଟିରୁ ଆଉ ତା ଜୀବନର ଅତି ପ୍ରିୟ ସାଙ୍ଗ ପାଖରୁ ବିଦାୟ ନେଲା ।ଲକିକୁ ଚାରିଆଡ଼ ଅନ୍ଧାର ଦେଖାଗଲା ।କେମିତି ବଞ୍ଚିବ ଭିକି ବିନା ।ଏମିତି କିଛି ଦିନ ଗଲାପରେ ଏକ ଚିଠି ଆସି ଲକି ନାଆଁରେ ପୋଷ୍ଟ ପିଅନ ଦେଇଗଲା ।ସେଥିରେ ତା ଜମିବାଡ଼ି ଆଉ ଯେତେ ସଞ୍ଚିତ ଧନ ଥିଲା,ସେସବୁର ଅଧା ଅଧା ଲକି ନାଆଁରେ ଉଇଲ କରିଦେଇଛି ।କେତେବଡ ଦାନ ସେ ଦେଇଗଲା ତା ବନ୍ଧୁତ୍ୱର ଦ୍ୱାହି ଦେଇ ।ସତରେ ଦୁଃଖ ଦେଇଗଲା ଦରଦୀ ବନ୍ଧୁ ।ସେ କିଛି ଟଙ୍କା ସ୍ୱର୍ଗତ ସାଙ୍ଗ ନାଆଁରେ ଗରିବଙ୍କୁ ଦାନ ଦେଲା ।

 କଥାରେ ଅଛି -କାହିଁ ବନ୍ଧୁତା କାହିଁ ପ୍ରେମ ସୁନ୍ଦର

                    ଯା'ର ପ୍ରାପତି ଦେବତା ନର ।

   

   ସଂଯୁକ୍ତା ସାହୁ

   ରାହାମା

   ଜଗତସିଂହପୁର ।

Post a Comment

0 Comments