ପେଟର ଜ୍ୱାଳାରେ କରେ ମୁଁ ମଜୁରୀ
ଶିଶୁ କାଳୁ ମୁହିଁ ଛେଉଣ୍ଡ ବେଚାରୀ।
କାର୍ଯ୍ୟ ନ ମିଳିଲେ ଭିକ୍ଷା ମାଗୁ ଥାଏ
ଦୁଃଖ ଓ କଷ୍ଟରେ କାଳ କାଟୁ ଥାଏ !!
ଆଠ ବର୍ଷେ ମୋର ପିତା ଚାଲି ଗଲେ
କିଛିଦିନପରେ ମାତା ଛାଡି ଦେଲେ।
ଛେଉଣ୍ଡ ମୁଁ ହେଲି କପାଳ ମୋ ହୀନ
ଦଈବ କରିଅଛି ମୋତେ ଆଜି ଦୀନ !!
ବନ୍ଧୁ ଓ କୁଟୁମ୍ବ ନାହିଁ ଘରଦ୍ୱାର
ଭିକ୍ଷା ମାଗୁ ଅଛି ଆହେ ନିରାକାର।
ପଥ ଅଭାଗିନୀ ଦେଖହେ କୃପାସିନ୍ଧୁ
ନଜର ନ ପଡ଼େ ଆହେ ଜଗବନ୍ଧୁ !!
କପଡା ବୋହି ମୁଁ ବୁଲେ ଏଣେ ତେଣେ
ପେଟ ଭରିବା ମାତ୍ର ତା କାରଣେ।
ନଜର ନ ପଡ଼େ କିମ୍ପା ଜଗନ୍ନାଥ
ଦୋଷମୋରନାହଁ ଏ କି କଲ ନାଥ।
ସମୟ ଏ କାଳ ଶିକ୍ଷା ପାଇବାର
ହେଉଛି ଯନ୍ତ୍ରଣା ଅତି କଷ୍ଟକର !!
କରୁଣା କରହେ କାଳିଆ ଠାକୁର
ଶକ୍ତି ଦିଅ ପ୍ଭୁ ବଞ୍ଚିବା ପଥର।
ଜନମ ଦେଇଛି ପଥ ମଧ୍ୟ ଦେବୁ
ଯାହାତୋରଇଚ୍ଛା ତୁହି ହିଁ କରୁବୁ !!
ସଭାପତି ଉତ୍କଳ ସମ୍ମିଳନୀ ଷଢେ଼ଇକଳା ଖରସୁଆଁ ଜିଲ୍ଲାର ରାଜନଗର ବ୍ଳକ ଶାଖା ଝାଡ଼ଖଣ୍ଡ ରାଜ୍ୟ !!
ଅଜିତ କୁମାର ରାଉତ
ଗାଁ କଳାବାଡିଆ
ଟେଲିଫୋନ ନମ୍ବର:- ୬୨୦୫୩୪୩୫୬୯


0 Comments