ଆକାଂକ୍ଷା ପୃଷ୍ଠା କୁ ନିତ୍ୟ ଲେଉଟାଏ ଜାଗୃତି ର ଏକାକିନୀ
ପ୍ରାପ୍ତି ର କାମନା ଶୁଣି ପାରେନାହିଁ ବିକ୍ଷିପ୍ତ ଏ ପ୍ରତିଧ୍ଵନି ।।
ଧରପୃଷ୍ଟେ ଦେହଧାରୀ ନାରୀ ରୂପେ
ମୁଁ ଶିଶୁ କନ୍ୟା ନିଷ୍ପାପ,ନିର୍ମଳ ,ନିରୀହ ମୋ ରୂପ ।
ଭାଗ୍ୟବିଧି ସାଥେ କାଳ ର ପ୍ରହରକର୍ତା ଦାରିଦ୍ର୍ୟ ର
ଉତ୍କଟ ଅଭାବ ପ୍ରହାର ରେ
ଗଢିଛି ଆଜି ମୋର ଏହି ନିଷ୍ପେସିତ ସ୍ୱରୂପ।।
ନା ହୋଇଛି ଅକ୍ଲାନ୍ତ ନା ସାଜିଛି
ପଥଭ୍ରଷ୍ଟ କର୍ତ୍ତବ୍ୟ ର ବୋଝ
ସାଜିଛି ଆଜି ମୋ ପାଦର ଶିକୁଳି।
ବେଡ଼ିମୁକ୍ତ କରି ତାକୁ ଦେଇଛି
ପାସୋରି ସେହି ସୁଖ , ଶାନ୍ତି, ସୌହାର୍ଦ୍ଦ୍ୟ ରୁ
ଆସିଛି ଆଜି ମୁଁ ମୁକୁଳି ।।
କ୍ଷଣିକ ସୁଖ ର ଆହ୍ଲାଦନ ନିତ୍ୟ ମୃତ୍ୟୁ ରୂପୀ
ଜହର ପାଲଟିଛି ଭାବେ ନିଜକୁ ବଡ଼ ଅଭାଗିନୀ
ସ୍ଵାର୍ଥର ବନ୍ଧନ ରୁ କାହିଁ କେତେ ଦୂର କର୍ତ୍ତବ୍ୟ ର
ବନ୍ଧନ କୁ ପାଳି ସଂସାର ଦୃଷ୍ଟି ରେ ସାଜିଛି ମୁଁ ବଡ଼ ସ୍ଵାଭିମାନୀ ।।
ମାଟି କାଦୁଅ ର ପ୍ରଶସ୍ତ ପଥ ଟେ ଆଜି ଭାରି ଆପଣାର ଲାଗେ
ଫୁଙ୍ଗୁଳା ପାଦରେ ଗଣ୍ଠିଲି ରୁ ବୋଝ ଚିର ସ୍ମରଣୀୟ ଲାଗେ।।
ଅବଳା ନୁହେଁ ମୁଁ ସାହସୀ ବାଳିକା ନା ଅଟେ ମୁଁ ସଂସାର ର ବୋଝ
ନିତ୍ୟ କର୍ମ କରି ପୋଷେ ମୋର ପେଟ ନମଣି ତାକୁ ମୁଁ କର୍ତ୍ତବ୍ୟ ର ବୋଝ ।।
ନାମ - ଲିଜା ପଣ୍ଡା
କେନ୍ଦ୍ରାପଡ଼ା, ତରାଣ୍ଡୋ


0 Comments