ଅପେକ୍ଷା ଅନ୍ୟ ଏକ ସକାଳର - ଦୀପ୍ତି ଦେବଦର୍ଶିନୀ ସୁତାର


 ଦୂର ମେଘମାଳା ଦୂରତା ମାପୁଛି

ମୋ ଫୁଙ୍ଗୁଳା ପାଦ ତଳର ମାଟି

ଆବୁଡା ଖାବୁଡ଼ା ପଥର ପଥିକ

ଚାଲିଛି ମୁଣ୍ଡାଇ ଭାଗ୍ୟର ପେଟି   ।


ଅନ୍ଧାର ଦୁରେଇ ଆଲୋକ ଅଜାଡ଼ି

ଦେଉଛି ବିଜ୍ଞାନ କେତେ ସରାଗେ

ରାତି ଛାତି ଚିରି ଜଳେ ଆଶା ବତୀ

ଘରେ ପହଁଚିବ  ମେଲାଣି ମାଗେ    ।


ସବୁଜ ପ୍ରାନ୍ତର ଅନାବନା ସ୍ୱପ୍ନ

ଚିରା ଜାମା ଦେଇ କାନ୍ଦେ ନୀରବେ

ଭଙ୍ଗା ମହଲର ଓଦା କାନ୍ଥ ହସେ

କାହିଁକି  ଚାଲୁଛୁ  ଏଡ଼େ ଗରବେ      ।


ସୁଖର ଗଣ୍ଠିଲି  ମୁଣ୍ଡାଇ ଚାଲେ ସେ

ଆଜି ରାତି ଯିବ ଆନନ୍ଦେ ପାହି

ସୁଖର ସୁରୁଜ ପେଟପୁରା ଭାତ

ଆଣି ଆସିବ ସେ ପୂରୁବେ ଉଇଁ        ।।



ଜୀବନ କାହାକୁ ଦେଉଛି ଅଜାଡ଼ି

ଅମାପ ସୌଭାଗ୍ୟ ଅସୀମ ଖୁସି

ପାଣି କାଦୁଅରେ ବାଟ ସରେନାହିଁ

ଦୁଃଖର ବରଷା ଯାଏ ବରସି        ।।



ଦୀପ୍ତି ଦେବଦର୍ଶିନୀ ସୁତାର

ଓରାଳି, ହାଟଡ଼ିହି , କେନ୍ଦୁଝର

Post a Comment

0 Comments