ମୁଁ , ଏବେ ଚାଲୁଛି ରାସ୍ତା
ଭେଟି ଭେଟି ବହୁ ସ୍ମୃତି ବହୁତ ଜଂଜାଳ,
ମରଣକୁ ଚଟିମାରି ପ୍ରତି ମୁହୂର୍ତ୍ତରେ
ମୁଁ ଲଂଘୁଛି ସୀମାହୀନ ବିଷୁବଧ ସାଗର ।।
ସମୟର ଛକେ ଛକେ ମୁଁ ଦେଖୁଛି
ସ୍ଵପ୍ନର ଉଦ୍ୟାନ ଆଉ ମୃତ୍ୟୁର ତାଂଡବ,
ଯୁକ୍ତି ମୋ ସମସ୍ତ ଯେବେ ମୁକ୍ତି ଖୋଜେ
ମୁଁ ହଜାଏ ପାଶୁପତ ଏବଂ ମୋ ଗାଂଡିବ ।।
ଅନାହାରେ ମୃତ୍ୟୁ ବରଣ କରେ
ଖାଦ୍ୟ ମୋର ମରୁଭୂମି ମରୀଚିକା ଠାରେ,
ମୁଁ ତୃଷାର୍ତ୍ତ କଂଠ ରଦ୍ଧ ହୁଏ ମୋର
ଜଳ ଟୋପେ ମିଳେ ନାହିଁ ମୋ ପାଇଁ ଏଠାରେ ।।
ଅଗ୍ନିମୟ ଶପଥ ମୁଁ ନିଏ
ଧ୍ୱଂସ କରିଦେବା ପାଇଁ ଯେତେ ପାପ ଆଉ ବ୍ୟଭିଚାର,
ଅଗ୍ନିର ବର୍ଷା ମୁଁ ଏଠି ସୃଷ୍ଟି କରେ
ଭାଂଗିବାକୁ ଏ ଶତାବ୍ଦୀ ଓ ତାହାର ମେରୁହାଡ ।।
ଲେଖିବାକୁ ମୋ ରକ୍ତରେ
ପତିତ ଓ ନିଃସ୍ବ ପାଇଁ ଖଣ୍ଡିଏ କୋରାନ୍,
ବାଇବେଲ, ଗୀତା ଅବା ଜେନ୍ଦାଭେସ୍ତାଠାରୁ
ଯା' ଦର୍ଶନ ସ୍ବତଂନ୍ତ୍ର ଓ ଭିନ୍ନ ।।
ଧୂଷୁରୀ, ଭଦ୍ରକ


0 Comments