ଛବି କଥା କହେ - ପ୍ରଦୀପ କୁମାର ପୁହାଣ


 କେଉଁ ଲକ୍ଷ୍ୟ ନେଇ

ଆଗେଇ ଚାଲୁଛି

ଲକ୍ଷ୍ୟ ସ୍ଥଳ ପଥ ଆହୁରି ଅନେକ

ବାଟ ,

ଶୈଶବ ର ପାଦ ଥକୁନାହିଁ ଟିକେ ,

ଆହୁରି ଚାଲିବି ଚାଲି ବି ଦୂରକୁ

ଦୂର ଦିଗବଳୟ ଦିଗନ୍ତକୁ ,


କପାଳେ ମୋ ଲେଖା ଗରିବୀ

ଦିଗନ୍ତ , ବାଟ ଦିଶୁନାହିଁ ଘର

ପାଣି କାଦୁଅ ମୋ ନିତି ଦିନ ସାଥୀ ,

 ମଥା ଉପରେ ମୋ ଜୀବିକା ବୋହୁଛି ,

ଏଇ ମୋ ଛୋଟ ସଂସାର !


ଏଇ ମାଟିରେ ମୁଁ ଜନମି ଲଭିଛି

ମାଟି ହୋଇନାହିଁ ସ୍ୱାର୍ଥପର ,

ସମାଜ ସାଜିଛି ରଙ୍ଗମଞ୍ଚ ଗୋଟେ ଏଠି ,

ମୁଁ ତାର କଳାକାର  !!


ପ୍ରଦୀପ କୁମାର ପୁହାଣ 

ମାନପୁର , ଯାଜପୁର

Post a Comment

0 Comments