ଛବି କଥା କହେ - ଜୁମର ନାଥ ପାତ୍ର




 ହଁ ସତକଥା

ଛବି ବହୁତ କିଛି କହେ

ଗାଁ ଦାଣ୍ଡ, ନୟନଯୋରୀ,

ମେଘୁଆ ଆକାଶ, ଭଙ୍ଗା କୋଠୀ

ଆଉରି କେତେ କଁ ଦିଶିଯାଏ ,

ହେଲେ ଦିଶେନି ଖାଲି

ଛବି ସେପଟ ତୁଡ଼ି ପେଟ,

ମୁଣ୍ଡ ବୋଝରେ ଥିବା ଅମୂଲ୍ୟ ଚିଜ,

ହସ କି ଲୁହର ଲେଞ୍ଜେରା ଆଖି...

ହଁ ଦିଶିଯାଏ ସମସ୍ତଙ୍କୁ ଅତି ସହଜରେ

କଳା ମଚମଚ ଫୁଙ୍ଗୁଳା ପିଠି,

ଏ ବୋଧେ ଆମ ବିକାଶର ଅଲେଖା ଚିଠି...!!!


ଜୁମର ନାଥ ପାତ୍ର

Post a Comment

0 Comments