ଆକାଶେ ଘୋଟିଛି ମେଘ ମାଳ ମାଳ
ବତୁରା ବତୁରା ରାସ୍ତା
ଏକାକୀ ଚାଲିଛି ଅଲୋଡା ଦୁହିତା
ମୁଣ୍ଡ ରେ ଲଦିଛି ବସ୍ତା || ୧
ଜାଗ୍ରତ ମିଶ୍ରିତ ଅଳସୀ କଟକ
ପ୍ରଭାତ ରେ ମେଘାଛନ
ବସ୍ତି ଅଞ୍ଚଳର ରାସ୍ତା ବର୍ଷାରେ
ଭିଜୁଅଛି ଘନଘନ || ୨
ମୋ ମାଟି ରାସ୍ତାରେ ଗାଡି ଚକା ଚିହ୍ନ
ସତେ ଅବା ଶୋଇ ଯାଇଛି ,
ରାସ୍ତାର ଉଭୟ ପାର୍ଶ୍ୱ ରେ ତ୍ରିତଳ ପ୍ରାସାଦ
ଆକାଶ କୁ ଚାହିଁରହିଛି ||୩
ଫୁଙ୍ଗୁଳା ପାଦରେ କୁନି ବାଟୋଇ ଟି
ମୁଣ୍ଡରେ ଲଦିଛି ବୋଝ ,
ଅସଜଡା ଜାମା ଆଛାଦିତ ତନୁ
ହରାଇ ଦେଇଛି ତେଜ || ୪
ବେଦନାସିକ୍ତ ବଦନ ରେ ନୈରାସ୍ୟ ,
କ୍ଷୁଧା ର ଅସୀମ ଯନ୍ତ୍ରଣା
ତଥାପି ଚାଲିଛି ଆଗକୁ ଆଗକୁ
ନ ହୋଇ ବାଟ ବଣା || ୫
ନିୟତି ଖେଳ ର କ୍ରୁର ପରିଣତି
ଭୋଗୁଛି ନିରିହ କନ୍ୟା
ବୋହି ଯାଉଛି ନିର୍ଲିପ୍ତ ଜୀବନ ର
ନୟନୁ ଅଶ୍ରୁ ର ବନ୍ୟା || ୬
ଶିକ୍ଷା ସଚେତନତା ଉଣା ରହିଛି
ଯାତନା କି ଭାଗ୍ୟ ଲେଖା
ଦୁଃସ୍ଥ ଜୀବନ କୁ ନିରାକାର ସାହା
କହନ୍ତି ମିଳିଲେ ଦେଖା || ୭
****************
ଶ୍ରୀ କିଶୋର ଚନ୍ଦ୍ର ଜେନା ,୯୪୩୯୨୮୩୨୮୪
ନରସିଂହପୁର ,ହରିପୁରହାଟ ,କବିରପୁର
ଜି, ଯାଜପୁର .


0 Comments