ହଜିଗଲା ସ୍ୱପ୍ନ ସବୁ ମୋର,
କେଁଉ ଅମା ଅନ୍ଧାର ଭିତରେ I
ପିଲା ମେଳେ ଗାଁ ଦାଣ୍ଡେ,
ଧୂଳି ମାଟି ବାଲି ଘର ଖେଳ ଛାଡି,
ନିର୍ଜନ ପଥରେ ମୁଁ ସାଜିଛି ବାଟୋଇ I
ଏଇତ ଆରମ୍ଭ ମାତ୍ର I
ପଥ ବହୁ ଦୂର...
ତଥାପି ଚାଲୁଛି ଚାଲିବି ମୁଁ I
ଦୃଢ଼ କରି ସଂକଳ୍ପ ମୋହର I
ପରିଚୟ ହଜିବା ଆଗରୁ,
ବଢିବାକୁ, ଗଢିବାକୁ ହେବ,
ମୋର ସ୍ବପନର ଭବିଷ୍ୟତ I
ଭୁଲି ସବୁ ଅତୀତର ବ୍ୟଥା,
ସାମାଜିକ ଶୃଙ୍ଖଳ ଛିଡ଼ାଇ I
କୋମଲ ହାତ, ପାଦରେ ,
ଭାଗ୍ୟ ସହ କରିବି ଲଢ଼େଇ,
ନିଷ୍ଠାପର କର୍ମ ଯୋଗୀ ସାଜି,
ନିଜ ମୁଣ୍ଡେ ମୁଣ୍ଡେଇ ମୋ ବୋଝ,
ଭାଗ୍ୟକୁ ଆଦରି ନନେଇ ,
କର୍ମ କରି କରିବି ଲଢେଇ I
ନିଜକୁ ଉଦ୍ଧାର କରି ,
ଲେଖିବି ମୁଁ ନୂଆ ଇତିହାସ,
କୋମଳମତି ଶିଶୁଙ୍କୁ ଲାଗି,
ଦେବି ନୂଆ ଚେତନା ର ବାର୍ତ୍ତା I
ହାରିଯାଇ ବୀତସ୍ପୃହ ହୁଅ ନାହିଁ,
ଜୀବନ ଯୁଦ୍ଧରେ,
ଅଭ୍ୟାସ କର ବୋହିବାକୁ,
ନିଜ ବୋଝ ନିଜର ମୁଣ୍ଡରେ,
ପ୍ରଣମିବ ଏ ସାରା ଦୁନିଆ ଦିନେ,
କୋଟି ଯଶ ଲଭିବ ସଂସାରେ I
ଭବିଷ୍ୟତ ପୀଢି ଲାଗି,
ହେବ ତୁମେ ଆଲୋକ ବର୍ତ୍ତିକା I
ସୁବାଷ ଚନ୍ଦ୍ର ବେହେରା
ଅଥଙ୍ଗା ,ନିଆଳି, କଟକ


0 Comments