ଜୀବନର ପଥ ସମତଳ ନୁହେଁ ଜାଣିବି ତଥାପି ଚାଲିଛି କଣ୍ଟାର ଆଘାତ ଯେବେ ମୁଁ ପାଇଛି ଶିକ୍ଷା ମୋ ହାତ ଧରିଛି ।। ଚାରିପଟ ଗଛ ପବନ ଝରଣା ନଦନଦୀ ଗିରି କାନନ କହିଦିଏ ମୋର କାନରେ କାନରେ ଏଇତ ଅଟଇ ଜୀବନ ।। କେତେ କାହାଠାରୁ ଶିକ୍ଷା ମୁଁ ପାଇଛି ହିସାବ ତାହାର ରଖିନି ଜ୍ଞାନର ମଧୁକୁ ଚାଖି ଚାଖି ଚାଲେ ପାଦକୁ ଅବସ କରିନି ।। ସେ ମଧୁର ମୂଲ କଳିକି ପାରିବ କେହି ଏଇ ଜୀବନରେ ଦେଖାଇଛି ଯିଏ ଆଲୋକ ବର୍ତ୍ତିକା ଚାଲିବାକୁ ଅନ୍ଧାରରେ ।। ଆଜିବି ଖୋଜୁଛି ସେଇ ଜ୍ଞାନ ମଧୁ ମନ ବୁଝେନାହିଁ କେବେ ଅସରନ୍ତି ସେଇ ଅସୀମ ଭଣ୍ଡାର କ୍ଷୟ ନାହିଁ ଯାର ଭବେ ।। ହାସ୍ୟମୟୀ ରାଜ୍ ଓରାଳି, ହାଟଡିହି, କେନ୍ଦୁଝର ।
ଜ୍ଞାନ ମଣିଷକୁ ଓ ମୂଲ୍ୟବୋଧକୁ ଉଚ୍ଚ ସୋପାନକୁ ନିଏ ଜୀବନରେ ଗତିପଥକୁ ନିଜକୁ ସ୍ଥିତିପ୍ରଜ୍ଞ ରଖିଥାଏ ।। ବାସ୍ତବ ଜୀବନେ ଜ୍ଞାନ ମଣିଷକୁ ସଫଳ ପାହାଚେ ନିଏ ଜ୍ଞାନର ମଧୁକୁ ପାନକରେ ଯିଏ ଅଜ୍ଞାନତା ହରିଯାଏ ।। ଯେତେକ ସମ୍ପତ୍ତି ରହିଅଛି ଭରି ଶ୍ରେଷ୍ଟ ଯେ ଜ୍ଞାନ ସମ୍ପତ୍ତି ତାର ସମକକ୍ଷ ନାହିଁ କେ ଜଗତେ ଜ୍ଞାନରୁ ସବୁ ଉତ୍ପତ୍ତି ।। ଜ୍ଞାନ ଠାରୁ ଆମ ମିଳଇ ସଂସ୍କାର ମିଳେ ଯେ କେତେ ସମ୍ମାନ ସମସ୍ତେ ତାଙ୍କୁ ଯେ ଆଦର କରନ୍ତି ବଢେ ଯଶ ଆୟୁ ମାନ ।। ଏଇ ଜ୍ଞାନବଳେ ମଣିଷ ଯେ ଯାଇ ଚନ୍ଦ୍ର ଲୋକେ ପହଞ୍ଚିଛି ଜ୍ଞାନର ବଳରେ ଏଇ ମଣିଷ ଯେ ଯନ୍ତ୍ର ଉଭ୍ହାବନ କରୁଛି ।। ଅନ୍…
ଯେ ପାଇଛି ସେ ଜାଣିଛି ଜ୍ଞାନ ରେ କି ମଧୁ ଅଛି। ତେଣୁ ସେ ପାନ କରୁଛି। ଯେ ଅନ୍ଧକାର ରହି ରହି ଅଭ୍ୟସ୍ତ ସେ ଆଲୋକର ଉପାଦୟତl ପାରେନି ବୁଝି। ସେହିପରି ଅଜ୍ଞାନୀ କୁ ଜ୍ଞାନ ର ମଧୁ ଲାଗେନି ଭଲ। ଏହି ଜ୍ଞାନ ଆମ ପାଶେ ଥିଲେ ତାକୁ ଚୋର ଚୋରୀ କରିପାରିବନି। ଜ୍ଞାନ କୁ ସବୁଠାରେ ପୂଜିତ ହୁଏ। ରାଜକୁ ପୂଜା ହୁଏ ନିଜ ରାଜ୍ୟରେ। ସଭିଙ୍କ ଠୁ କିଛି ଜ୍ଞାନ ମଧୁ ଆହରଣ କରିବା .......। ପିମ୍ପୁଡିଠୁ ସଞ୍ଚୟ ର କଥା ଭ୍ରମର ଠୁ ସବୁ ଫୁଲ ରୁ ନିଜ ମଧୁ ସୁନ୍ଦର ଭାବରେ ଆଣିବା ଶିଖିବା। କେବଳ ପୁସ୍ତକ ନୁହେଁ ଦୁନିଆରେ ସବୁଠି ଅଛି ଜ୍ଞଜ଼ ମଧୁ ଆମେ ଖୋଜିବାର ଆଖି ଲୋଡ଼ା ଠିକ ଅର୍ଜୁନ ଙ୍କ ପରି। ସ୍ୱୟଂମ୍ବର ସେ ଠିକ ମାଛ ଆଖିକୁ ଲକ୍ଷ କରି ମାରିଥିଲେ ଶର। ଆମ ମନ ଆମ ନିଜ ଗୁରୁ ସେ…
ପିତା ମାତା ଗୁରୁ ଜ୍ଞାନର ଭଣ୍ଡାର ଝରାଇ ଜ୍ଞାନର ବିନ୍ଦୁ ଦୂରେଇ ଦିଅନ୍ତି ଅଜ୍ଞାନ କଳୁଷ ସତେକି ପବିତ୍ର ସିନ୍ଧୁ। ଏହି ଶ୍ରେଷ୍ଠ ଗୁରୁ ଏ ସାରା ସଂସାରେ ନର ରୁପି ନାରାୟଣ ମନେ ରଖି ଧ୍ୟାନ ପୂଜିଲେ ତାହାଙ୍କୁ ପାଇବୁ ବୈକୁଣ୍ଠେ ସ୍ଥାନ। ସେହି ଜ୍ଞାନ ସିନ୍ଧୁ ଗଭୀର ସାଗର ମନ୍ଥନରେ ମିଳେ ମଧୁ ସେ ମଧୁ ଅଟଇ ଅମୃତ ସମାନ ସର୍ବ ପ୍ରାଣେ ବୁଣେ ବିଧୁ। ସର୍ବ ପ୍ରାଣେ ଝରେ ସୁବାସ ମହକ ଆଲୋକିତ ହୁଏ ଧରା ଜ୍ଞାନର ଆଲୋକେ ଅଜ୍ଞାନୀ ମୂରୁଖ ବୋଲାଏ ପଣ୍ତିତ ପରା। ସମାଜ ସଂସ୍କାରେ ରଖି ସଦା ମତି ଜ୍ଞାନ ବାଣ୍ଟେ ସୁଧି ଜନ ଜ୍ଞାନ ଠାରୁ ଶ୍ରେଷ୍ଠ …
ପ୍ରେମର ନିବେଦନ ପରେ ଭୁଲି ଯାଇଥିଲି ଜ୍ଞାନର ମଧୁରତା ପ୍ରେମିକକୁ ମୁଁ ଗାଳି ଦଉଥିଲି ସଜାଇ ବହୁତ କଥା ପ୍ରେମ କଲି ବଡ଼ ଭୁଲ୍ କରିଦେଲି ହରାଇଲି ପାଠ ମର୍ଯ୍ୟାଦା ପ୍ରେମିକ କହେ :- ଜ୍ଞାନର ମଧୁ ଯେ ପାଇଛି ସବୁ କିଛି ଭୁଲି ଯାଇଛି ଜ୍ଞାନର ପରିସୀମା ସୀମିତ ନୁହଇଁ କେତେ ଦୂର ଯେ ଲମ୍ବିଛି ଅବରୋଧ ନାହିଁ ଜ୍ଞାନକୁ ମୋର ଜ୍ଞାନର ମଧୁ କୁ ସାଉଁଟି ଯେ ଚାଲ....! ଆରେ ହଁ.....! ପୁଣି ବିବାହ ବନ୍ଧନରେ ବାନ୍ଧି ହେଲା ପରେ ଭୁଲି ଯାଇଥିଲି ଜ୍ଞାନର ମଧୁରତା ବିରକ୍ତ ହୋଇ କୁହେ ଝିଅ ଜନ୍ମ ରୋଷାଇ ଶାଳ ପୁଅଙ୍କୁ ଏଠି ପ୍ରାଧାନ୍ୟ ଦିଆଯାଏ କାଳ କୁ କାଳ ଶାଶୁ,ଶଶୁର ମୋ ଦେବତା ସମାନ କହିଲେ ଆମେ ଅଶିକ୍ଷିତ ସତ ବୁଝିଛୁ ଜ୍ଞାନର ମର୍ଯ୍ୟାଦା ଜ୍ଞାନରୁ ଉତ୍ପତ୍ତି, ଜ୍ଞାନରୁ ପ୍ରତିପ…
ଜ୍ଞାନ ଦୂରକରେ ଆମ ଅଜ୍ଞାନତା ଜ୍ଞାନ ଅସୀମ ଭଣ୍ଡାର ଯେତିକି ବାଣ୍ଟିବା ସେତିକି ପାଇବା ଏ ସତ୍ୟ ଯୁଗ ଯୁଗର। ମୂଲ୍ୟ ହୀନ ଆମ ଜୀବନ ହୋଇବ ନ ଥିବ ଯଦି ତ ଜ୍ଞାନ ଯେତେ ଧନ ଥାଉ ଯେତେ ମାନ ଥାଉ ଅଲୋଡା ହୁଏ ଜୀବନ। ଜ୍ଞାନ ଆହରଣ ବାଲ୍ୟକାଳୁ ମିଳେ ଦିଅନ୍ତି ମାତା ଓ ପିତା ପ୍ରକୃତ ଜ୍ଞାନ ହିଁ ଗୁରୁ ଦେଇଥାନ୍ତି ଗୁରୁ ହିଁ ଜ୍ଞାନ ର ଦାତା। ଜ୍ଞାନ ମଣିଷର ଭବିଷ୍ୟତ ଗଢେ ଜ୍ଞାନ ଅଟେ ଶ୍ରେଷ୍ଠ ଧନ ଜ୍ଞାନ ସମୁଦ୍ର ରେ ବୁଡ଼ିଗଲେ ଆମେ ମିଳିବ ଯଶ ସମ୍ମାନ। ଜ୍ଞାନ ଦ୍ବାରା ଆମେ ସଂସ୍କାରୀ ବୋଲାଉ ଜ୍ଞାନ ଦ୍ବାରା ଜ୍ଞାନବାନ ଜ୍ଞାନ ର ମଧୁ କୁ ପାନ କଲେ ଆମେ ବଢିବ ଆତ୍ମ ସମ୍ମାନ। ସୁଜାତା ପତି ଭୁବନେଶ୍ୱର
କର୍ମ ଜ୍ଞାନ ଭକ୍ତି ଯା ହୃଦେ ବିଦିତ ଦୁର୍ଲ୍ଲଭ ଜନ୍ମ ସାର୍ଥକ ସର୍ଵ ଘଟେ ବିଜେ ଆତ୍ମା ନାରାୟଣ ପ୍ରାପ୍ତ ଜ୍ଞାନ ମଧୁ ଭୋକ ।୧ ଆଦ୍ୟ ଜ୍ଞାନ ଦାତା ଆମ ପିତାମାତା ଚଳନ୍ତି ଠାକୁର ସେତ ତାଙ୍କ ଆଶୀର୍ବାଦ ମସ୍ତକେ ରହିଲେ ଜ୍ଞାନ ମଧୁ ତୀର୍ଥ ସ୍ରୋତ ।୨ ପ୍ରାରବ୍ଧ ସଞ୍ଚିତ ସୁକର୍ମଟି ଥିଲେ ପୂଣ୍ୟବନ୍ତ ଗୃହେ ଜନ୍ମ ଶିକ୍ଷା ଦୀକ୍ଷା ଗୁରୁ ଜୀବନେ ଲଭଇ ଜ୍ଞାନ ଆହରଣେ ମନ ।୩ ଜ୍ଞାନ ପଦ ମଧୁ ମୋ ଶାସ୍ତ୍ର ପୁରାଣ ଚାରିକଳ୍ପ ଗାଥା ସାର ସନାତନ ଧର୍ମ ସନ୍ଥଙ୍କ ଆଶ୍ରମ ଜ୍ଞାନ ଗୁଣରେ ଭଣ୍ଡାର ।୪ ମନଟି ଯାହାର ଜ୍ଞାନ ଗଙ୍ଗା ଧାର ମଧୁ ଜଳ ପ୍ରବାହିତ ସକାଳ ସନ୍ଧ୍ୟାରେ ଆତ୍ମା ଆଳତିରେ ଜପ ଧ୍ୟାନ ସମର୍ପିତ ।୫ ଚେତନାର ସତ୍ତା ଉର୍ଦ୍ଧ୍ବଗତି ପାଇଁ ଜ୍ଞାନ ମଧୁ କର ପାନ ସମ୍ପର୍କ ମଧୁଠୁ ମ…
ଜ୍ଞାନରୁ ଆମକୁ ମିଳେ ପରମ ଶକ୍ତି ପୁସ୍ତକ ଦେଇଥାଏ ଆମକୁ ଜ୍ଞାନୋଉକ୍ତି ପୁସ୍ତକ ଦେଇଥାଏ ଜ୍ଞାନର ଦକ୍ଷତା ଦକ୍ଷତା ରୁ ମିଳିଥାଏ ଆମକୁ କ୍ଷମତା ଜ୍ଞାନରୁ ମିଳିଥାଏ ଉଚିତ ମାଧ୍ୟମ ଜ୍ଞାନର ମଧୁ ଅଟେ ଜୀବନ ଆସ୍ଥା ମାଧ୍ୟମ ରେ ମିଳେ ସବୁ ଜୀବନର ରାସ୍ତା ବିଜ୍ଞାନ ପୁରାଣ ଇତିହାସ ଅବା ଧର୍ମ କର୍ମ ସବୁକିଛି ଜାଣିବାକୁ ପୁସ୍ତକ ଜ୍ଞାନ ଅଟଇ ମାଧ୍ୟମ।। ପୁସ୍ତକ ଅଟଇ ଏକ ଜ୍ଞାନର ସେତୁ ଜ୍ଞାନର ମଧୁରେ ବିକାଶର ପ୍ରତିଛବି ଜାତି ଧର୍ମ ନିର୍ବିଶେଷେ ପୁସ୍ତକଟି ବନ୍ଧୁ ବ୍ରହ୍ମାଣ୍ଡର ସତ୍ୟ ଧର୍ମ ସବୁଠି ପ୍ରକାଶିତ ନଜାଣି ସବୁକିଛି ଅଧର୍ମେ ମନ ଆମେ ବାନ୍ଧୁ।। ବଂଚିବାକୁ ଯେମିତି ସତ୍ୟ ଆଉ ଧର୍ମ ସତ୍ୟ ଓ ଧର୍ମ ପାଇଁ ମଣିଷର କର୍ମ କର୍ମ ପାଇଁ ମଣିଷର ଜ୍ଞାନ ହିଁ ମର୍ମ ପାଠକର ଲକ୍ଷ୍…
ଜ୍ଞାନର ମାଧୁରୀ ଆସ୍ଵାଦନ କରି ଅଜ୍ଞାନ ପାଲଟେ ଜ୍ଞାନୀ ହୃଦୟ କନ୍ଦରେ ବହି ଯାଏ ଧିରେ ଜ୍ଞାନ ରୂପୀ ସୁରଧୁନୀ ।୧। ଅଜ୍ଞାନ କଳୁଷ କାଳିମାର ଶେଷ ହୁଏ ତାର ଫଳଶ୍ରୁତି ଅଜ୍ଞାନତା ନିଶା ପାହି ଆସେ ଉଷା ପ୍ରଜ୍ଞା ପାଟଳ ପ୍ରସୂତି ।୨। ନବୀନ ଚେତନା କରେ ଆନମନା ଦିଶି ଯାଏ ନବ ଦିଶି ତାକୁ ଅନୁସରି ସୁଦୂର ପ୍ରସାରୀ ଭବିଷ୍ୟତ ଉଠେ ଭାସି ।୩। ଜ୍ଞାନର ମାଧୁର୍ଯ୍ୟ ଦୟା କ୍ଷମା ଧୈର୍ଯ୍ୟ ହୃଦୟେ କରେ ଉଦ୍ରେକ ମାନବ ଅନ୍ତରେ ହୁଏ ଅଭିନବ ଦେବତ୍ୱର ଅଭିଷେକ ।୪। ହେ ଅମୃତ ପୁତ୍ର କର ଅହୋରାତ୍ର ଜ୍ଞାନର ମଧୁ ସେବନ ଜ୍ଞାନ ଦିବ୍ୟ ବ୍ରତ ପାଳନରେ ରତ ସାର୍ଥକ କର ଜୀବନ ।୫। ଜ୍ଞାନ ରଞ୍ଜନ ଦାଶ ଉପ ସଭାପତି, ପ୍ରୀତି ପ୍ରଣତି।
ମଧୁ ଠାରୁ ମଧୁର ସେ, ଅମୃତ ଠାରୁ ଅମୃତ ସେ, ସେ ଜଳଧି, ସେ ବାରିଧି, ସେ ହିଁ ସିନ୍ଧୁ, ନାଁ ତାର ଜ୍ଞାନ ମଧୁ । ସେ ଜ୍ଞାନାମୃତ କୁ ପିଇଛି ଯିଏ, ସଂସାରରେ ଜ୍ଞାନୀ,ଗୁଣୀ ସାଜିଛି ସିଏ । ଜ୍ଞାନ ପାଇଁ କରେ କିଏ କେତେ ପରିଶ୍ରମ, ଜ୍ଞାନ ଲଭିଲେ ପଥ ହୁଏ ସୁଗମ୍ୟ । ଗୁରୁ ଦେଇଥିଲେ ଜ୍ଞାନ ଵିନ୍ଦୁ, ସେ ବିନ୍ଦୁ ହେଲା ଆଜି ସିନ୍ଧୁ । ସେ ସିନ୍ଧୁ ନୁହେଁ, ସେ ଆମ ପାଇଁ ଅମୃତ ବିନ୍ଦୁ । ସେ ଜ୍ଞାନ ର ମଧୁ ସେ ଜ୍ଞାନର ମଧୁ । ପଙ୍କଜିନୀ ଵେହେରା । ଦେବଗଡ ।
ଜ୍ଞାନର ମଧୁ ପାନ କଲେ ହାରିବନି ବନ୍ଧୁ ଚଲାପଥେ କେବେ କର୍ମ ଧର୍ମ ଜୀବନରେ ଠିକ୍ ରଖିବ ଉତ୍ତମ ଜ୍ଞାନର ପ୍ରସାରିତ ହେବ ।। ମହାଗୁରୁ ଙ୍କ ଅମର ଲେଖିନି ଇତିହାସ ପୃଷ୍ଠା ରେ ବିଜୟ ସୃଜନୀ ସଦା ସର୍ବଦା ମନେ ରଖିଥିବ ଜ୍ଞାନ କୁ ନିୟନ୍ତ୍ରଣ ରେ ରଖିବ ସମାଜେ ତୁମର ପ୍ରତିଷ୍ଠା ବଢି଼ବ ।। ଯଥେଷ୍ଟ ସମ୍ମାନ ସଭିଙ୍କୁ ଦେବ ଜ୍ଞାନ କୁ କରିବେ ସମସ୍ତେ କୋଟି ନମସ୍କାର ଅନ୍ୟ ପାଇଁ ତାକୁ ସମର୍ପଣ କରିବ ପିତା ମାତା ଙ୍କ ନାମ ଉଜ୍ଜ୍ୱଳ ହୋଇବ ।। ସମୟ ଓ ପରିସ୍ଥିତି ଅନୁଧ୍ୟାନ କରି ଜ୍ଞାନ କୁ ବିନିଯୋଗ କରିବ ସୀମାନ୍ତ ରେ ରହି ଏହି ଜ୍ଞାନ ତୁମର ଏକ ସ୍ବତନ୍ତ୍ର ପରିଚୟ ଏହା ଅଟେ ଗୁରୁଙ୍କ ବଚନ ।। ଶ୍ରୀ ଲଲାଟ କେଶରୀ ବଳସାମନ୍ତ (ଯାଜପୁର)
ଏ ଜୀବନ ସତେ ସାର୍ଥକ ଲାଗଇ ଜ୍ଞାନ ମଧୁ ପାଇଗଲେ ସେ ମଧୁ ଅଧିକ ସ୍ବାଦିଷ୍ଟ ଲାଗଇ ସର୍ବତ୍ର ବାଣ୍ଟି ପାରିଲେ ।। ଏ ଭବ ସଂସାରେ ସବୁଠୁ ଦାମିକା ଚିଯ ଟି ଅଟଇ ଜ୍ଞାନ ମୂର୍ଖ ବି ତାହାକୁ ନିଜର କରିଲେ ତା' ଜୀବନ ହୁଏ ଧନ୍ୟ ।। ଏ ଜ୍ଞାନ ମଧୁକୁ ପାନ କରି ଯିଏ ଗୁରୁ ପାଦ ସେବୁ ଥାଏ ଜୀବନେ କେବେ ହେଁ ତାହାକୁ ଅଜ୍ଞାନ ଛୁଇଁ ନ ଥାଏ ।। ଏ ପ୍ରକୃତି ଆମକୁ ପ୍ରତି ମୁର୍ହୂତ୍ତରେ ଦେଇଥାଏ କେତେ ଜ୍ଞାନ ବାଚାଳ ମନୁଷ୍ୟ ଭାବିଥାଏ ତାକୁ ପ୍ରକୃତିର ଏ ଯେ ଦାନ ।। ଏ ଛୋଟ ପିମ୍ପୁଡି ଓ ବିହଙ୍ଗ ଠାରୁ ମିଳଇ ଯେ କେତେ ଜ୍ଞାନ ସ୍ବାର୍ଥରୋହିତ ମନୁଷ୍ୟ ତାହାକୁ ଦିଏ ନାହିଁ କାହିଁ ଧ୍ୟାନ ।। ଏ ଜ୍ଞାନଗନ୍ତା ଘରେ ଜ୍ଞାନର ମଧୁ ପାଇବା ଅତ୍ୟନ୍ତ କଷ୍ଟ ପାଇଗଲେ ଥରେ ସେ ମଧୁ ସନ୍ଧା…
ଜ୍ଞାନରୁ ବିଜ୍ଞାନ ହୋଇଛି ଯେ ଜାତ ଜ୍ଞାନ ବଳେ ଜ୍ଞାନବାନ ଜ୍ଞାନରୁ ଉତ୍ତପତି ଭବିଷତ ଆମ ଜ୍ଞାନରୁ ମିଳେ ସମ୍ମାନ ଜ୍ଞାନ ସମ ଧନ ନାହିଁ ଏ ଜଗତେ ଜ୍ଞାନ ଅଟେ ଶେଷ୍ଟ ଧନ ଯେତିକି ବାଣ୍ଟିବ ସେତିକି ବଢିବ ମିଳିବ ଯଶ ସୁନାମ ଏହି ଜ୍ଞାନ ପାଇଁ ଗୁରୁଟିଏ ଲୋଡା ଲୋଡା ଯେ ବିଦ୍ଯା ମନ୍ଦିର ଜୀବନ ଆମର ସଂସ୍କାର ଯେ ପୂର୍ଣ୍ଣ ହୋଇବ ପୁଣି ସାକାର ଏହି ଜ୍ଞାନ ବଳେ ଅଜ୍ଞାନୀ ଅନ୍ଧାରୁ ସହଜରେ ଯିବା ତରି ଗୁରୁଙ୍କୁ ସମ୍ମାନ କରୁଥିବା ସଦା ଥିବା ତାଙ୍କ ହାତ ଧରି ଜଗବନ୍ଧୁ ସାହୁ ଛଞ୍ଚାଣିଆ ପଲ୍ଲୀ ‐ ଗଞ୍ଜାମ
ମଧୁ ତ ମଧୁର, ସୁଧା ବି ମଧୁର, ତାଠୁଁ ମଧୁର ଜ୍ଞାନ ମଧୁ। ସେ ମଧୁକୁ ଯିଏ ପାନ କରେ ଥରେ, ପାରି ହୋଇଯାଏ ଭବସିନ୍ଧୁ।। ପାନ କରିଥିଲା ବୋଲି ରତ୍ନାକର, ହୋଇଗଲା ସିଏ ବାଲମୀକି। ରାମାୟଣ ପରି ଗ୍ରନ୍ଥ ସେ ଲେଖିଲା, ବତାଉଛି ତାହା ବାଟ ସଭିଙ୍କି।। ପାନ କରିଥିଲା ବୋଲି ମହାମୂର୍ଖ,ହେଲା ମହାକବି କାଳିଦାସ। ରଚିଗଲା ସିଏ କାବ୍ୟ ପରେ କାବ୍ୟ, ପଢିଲେ ହୁଅଇ ମନ ତୋଷ।। ଗୀତାରେ ପୁଣି ତ ପ୍ରଭୁ ଦେଲେ ଜ୍ଞାନ, ବତାଇଲେ ଯୋଗ ପରେ ଯୋଗ। ଗାଣ୍ଡୀବ ଧରିଲେ ଶୁଣି ସବୁ ପାର୍ଥ, ଭାଇ ସଙ୍ଗେ ପୁଣି କଲେ ଯୁଦ୍ଧ।। ସେ ମଧୁକୁ ଯିଏ ପାଇଛି, ଦୁଃଖସୁଖ ସବୁ ଭୁଲିଛି, କର୍ମକ୍ଷେତ୍ରେ ଯେତେ ଝଡ଼ଝଞ୍ଜା ଅଛି, ସବୁକୁ ସେ ପାରି ହୋଇଛି।। ସ୍ନେହାଶିଷ ତ୍ରିପାଠୀ କାଶିପୁର, ବାସୁଦେବପୁର, ଭଦ୍ରକ
ମଧୁଠୁ ମଧୁର ଜ୍ଞାନ ଗନ୍ତାଘର ଆଲୋକ ଦିଏ ସେ ସତେ ଦିବାକର ମଧୁପଠୁ ବଢ଼ି ଆହୁରି ପିଆସି ତା'ପାଇଁ ତ ଝୁରେ ସତେ ଏ ଅନ୍ତର।। ଜନ୍ମ ଠାରୁ ମୃତ୍ୟୁ ସତେ ନିରନ୍ତର ଆହାଃ କି ମଧୁର ଜ୍ଞାନ ଗନ୍ତାଘର ଜ୍ଞାନ ଆହରଣେ ସଦା ଥାଏ ମନ ବୋଲିବା ହିଁ ତାକୁ ଜ୍ଞାନି ଗୁଣିଜନ।। ମଧୁପ ଯେସନେ ମଧୁ ଅନେଶ୍ଵଣେ ଫୁଲରୁ ଫୁଲକୁ ଘୁରି ବୁଲି ଚିହ୍ନେ ଜ୍ଞାନିଜନ ସଦା ମଧୁପ ଯେସନେ ନିଚ୍ଚ ଉଚ୍ଚ କେବେ ମନରେ ନମଣେ।। ଜ୍ଞାନ ଆହରଣେ ଥାଏ ସଦା ମନ ସଭିଙ୍କୁ ମଣେ ସେ ଗୁରୁ ଗୁରୁ ଜନ ଫଳନ୍ତି ବୃକ୍ଷର ସଦା ବ୍ୟବହାର ନତ ମସ୍ତିଷ୍କେ ସେ କରେ ଆହରଣ।। ଦିଲ୍ଲୀପ କୁମାର ନନ୍ଦୀ ଧର୍ମଶାଳା, ଯାଜପୁର
ମଧୁ ଠାରୁ ମିଠା ସୁଧା ଠୁ ଅମୃତ ମଧୁର ଜ୍ଞାନର ମଧୁ, ମନ୍ଥନରେ ଯାର ମଧୁରତା ବଢେ ଜ୍ଞାନର ଅଥଳ ସିନ୍ଧୁ ।୧। ଗୁରୁଙ୍କ ଅଧର ଜ୍ଞାନର ଭଣ୍ଡାର ଜ୍ଞାନ ମଧୁ ଝରେ ନିତି, ସେ ମଧୁ ସେବନେ ତୃପ୍ତ ହୁଏ ଆତ୍ମା ହୃଦୟକୁ ମିଳେ ଶାନ୍ତି ।୨। ପ୍ରଥମ ଜ୍ଞାନର ସ୍ରଷ୍ଟା ଓ ପ୍ରଣେତା ପୂଜ୍ୟ ଆମ ମାତାପିତା ସେ ଜ୍ଞାନ ମଧୁର ପ୍ରତିଟି ବୁନ୍ଦାରେ ଭରିଛି ଆନ୍ତରିକତା ।୩। ପରମାତ୍ମା ଧ୍ଯାନ ଜୀବନ ଦର୍ଶନ ସାଂସାରିକ ମୂଲ୍ଯବୋଧ, ଜ୍ଞାନର ମଧୁରେ ପ୍ରାଣ ପୁଲକିତ ଦୂର କରେ ପ୍ରତିବନ୍ଧ ।୪। ଜ୍ଞାନର ମଧୁର ସୁବାସିତ ଗନ୍ଧ ଚତୁର୍ଦ୍ଦିଗ ମହକାଏ, ସୁଜ୍ଞାନୀ ଅଜ୍ଞାନୀ ଜନମାନସରେ ଜ୍ଞାନାଲୋକ ଭରିଦିଏ ।୫। ଅଗାଧ ଏ ଜ୍ଞାନ ମହାସାଗରରୁ ସାଉଁଟି ଜ୍ଞାନର ମଧୁ, ଦିବ୍ଯ ମଧୁରସ ସେବନେ ଅବଶ୍ଯ ପାର…
ସୁଧା ଠାରୁ ସିଏ ଆହୁରି ପବିତ୍ର ଜୀବନର ଆଶା ବାଡି, ଥରୁଟେ ତାହାର ପ୍ରୟୋଜନ ବୁଝିଗଲେ ହୁଏନି ଜମା ଛାଡି। ମନୀଷା ଆମ ହୁଏ ଉଚ୍ଚକୋଟିର ବ୍ରାହ୍ମୀ ହୁଅନ୍ତି ସହାୟ, ସକଳ ମାର୍ଗର ଚାବିକାଠି ସିଏ ତାକୁ ନକରିବା ହେୟ। ବିବୁଧ ଆମର ସୁଖ୍ୟାତି ବି ସିଏ ସିଏ ସଫଳତାର ସରଣୀ, ଉଲ୍ଲାସ ସେ ଆମ ଜ୍ଞାନର ସାଗର ତା ପାଖେ ଆମେ ଚିର ରୁଣି। ଅଜ୍ଞାନୀ ପାଇଁ ଜ୍ଞାନ ସେ ଅଟଇ ଅନ୍ଧ ପାଇଁ ଆଶା ବାଡି ପରି, ଜ୍ଞାନ ମଧୁରତା ସତେ ଭାରି ମଧୁର କେହି ନାହିଁ ଉତ୍ତମ ବନ୍ଧୁ ତା ପରି। ସାବିତ୍ରୀ ଭୋଇ ପୁରୀ,ବୀରହରେକୃଷ୍ଣପୁର
ଅଗାଧ ଜ୍ଞାନ ସାଗରରୁ ପାଇବି କି ଟିକିଏ ବିନ୍ଦୁ ଜ୍ଞାନ ହିଁ ଅସୀମ ଜ୍ଞାନ ହିଁ ଅନନ୍ତ ସେ ତ ବିରାଟ ସିନ୍ଧୁ ମଣିଷ ହୃଦୟ ରେ ଈଶ୍ୱର ଭରି ଦେଲେ ଦିବ୍ୟ ଜ୍ଞାନ ଜ୍ଞାନ ଯେବେ ହୋଇବ ଉଦୟ ସାର୍ଥକ ହୋଇବ ଜୀବନ ଜ୍ଞାନ ବିନା ଜୀବନର ମାନେ କିଛି ନାହିଁ ଜ୍ଞାନ ବିନା ଜୀବନ ଅଜ୍ଞାନ ଅନ୍ଧକାରେ ରୁହଇ ଗୁରୁ ଆମକୁ ଜ୍ଞାନର ମଧୁ ଚଖାଇ ଦେଲେ ଗୁରୁ ହିଁ ଆମ ହାତ ଧରି ଆଗକୁ ନେଲେ ଜ୍ଞାନ ଆସିଲେ ବିବେକ ଜାଗ୍ରତ ହେବ ଜ୍ଞାନ ରେ ନିଜ ଆତ୍ମା କୁ ନିଜେ ଜାଣିବ ଜ୍ଞାନ ରେ ସର୍ବତ୍ର ବ୍ରହ୍ମ ଦର୍ଶନ କରିବା ଜ୍ଞାନ ଆସିଲେ ଆତ୍ମ ଜ୍ଞାନୀ ହୋଇବା ଜ୍ଞାନ ମଣିଷ ଜନ୍ମେ ସୁଲଭ ହୋଇବ ଜ୍ଞାନ ସମୁଦ୍ର ରେ ବୁଡି ଭବ ସିନ୍ଧୁ ତରିବ ପୁସ୍ତକ ପଢି ଆମେ ଜ୍ଞାନ କୁ ପାଇବା ଈଶ୍ୱର କୃପାରେ ଗୁରୁ ଙ୍କ ବାଣୀ ଶୁ…
ଥିଲେ ନିଷ୍ଠା ହୃଦେ ପଞ୍ଚ ଲକ୍ଷଣର ଉତ୍ତମ ବିଦ୍ୟାର୍ଥୀ ହୁଏ, ଉପେସିତ ହୋଇ ଜ୍ଞାନର ଆଲୋକେ ସମାଜରେ ପୂଜା ପାଏ l ନିର୍ବାଣ ନିମନ୍ତେ ଯୋଗ ଆରାଧନା ମୁନି ଯୋଗୀ ସନ୍ଥ ସାଧୁ, ଜାରି ରଖିବାରୁ ନିଷ୍ଠାରେ ସାଧନା ପାଇଥାନ୍ତି ବିଭୁ ମଧୁ l ସ୍ବଧର୍ମ ନିଷ୍ଠାରେ ଗୃହସ୍ଥ ପାଳିଲେ ସୁଖ ଶାନ୍ତି ପ୍ରାପ୍ତ ହୁଏ, ଅଗ୍ନିର ଜ୍ୱଳନେ ନୋହିଲେ ଅଶାନ୍ତି ଲକ୍ଷ୍ୟଚ୍ୟୁତ ହୋଇଥାଏ l ନିଷ୍ଠାର ସହିତ ବାୟା ଚଢ଼େଇଟି ବସା ତାର ଗଢ଼ିଥାଏ, ଆସିଲେ ତା'ସାଥେ ଯେତେ ଝଡ଼ଝଞ୍ଜା ଲକ୍ଷ୍ୟ ବିଚ୍ୟୁତ ନ ହୁଏ l ସାଗର ସଙ୍ଗମ ତଟିନୀର ଧର୍ମ ଏକ ଲକ୍ଷ୍ୟ ନେଇ ବହେ, ଅତିକ୍ରମି ପଥ ଘାତ ପ୍ରତିଘାତେ ଅନେକ କଷଣ ସହେ l ଅନୁଗତ୍ୟ ସେବା ନିଷ୍ଠା ସହଚର ପ୍ରେମ ତପ ଆଚରଣ, ଲକ୍ଷ୍ୟ ପ୍ରାପ୍ତି ହେଲେ ସେ …
କୋଣାର୍କ ମନ୍ଦିର ତିଆରି ପୂର୍ବର କଥା।ରାଜା ମନ୍ଦିର ତିଆରି ଦାୟିତ୍ଵ ଦେଇଥାନ୍ତି ତାଙ୍କ ମନ୍ତ୍ରୀ ଶିବେଇ ସାନ୍ତରାଙ୍କୁ। ମନ୍ତ୍ରୀ ମହୋଦୟଙ୍କ ଆଦେଶ ଅନୁସାରେ ପଥର ସବୁ ବୁହା ହୋଇ ଆସୁଥାଏ। ଶ୍ରମିକ ତଥା ସୈନ୍ୟମାନେ ସେଗୁଡ଼ିକୁ ଚନ୍ଦ୍ରଭାଗାରେ ପକଉଥାଆନ୍ତି।ମାତ୍ର ସେଗୁଡିକ ସବୁ କୁଆଡେ ଯେ ପଳାଉଥାଏ କେହି ପତ୍ତା ପାଉନଥାନ୍ତି। ଏଣେ ରାଜକୋଷରୁ ବି ଗୁଡ଼ାଏ ଅର୍ଥ ସରିଲାଣି। ଶିବେଇ ସାନ୍ତରାଙ୍କ ଅକଲ ଗୁଡୁମ। କରିବେ କଣ ? ରାଜାଙ୍କୁ କି ଉତ୍ତର ଦେବେ?ଏମିତି ଦୁନିଆ ପ୍ରଶ୍ନ ତାଙ୍କ ମୁଣ୍ଡରେ ଖେଳୁଥାଏ। ଦିନେ ସେ କେଉଁ ଏକ କାମରେ ବହୁତ ଦୂର ଗାଁ କୁ ଯାଇଥିଲେ।ସେଠୁ ଫେରୁଥାନ୍ତି।ଉଦୁଉଦିଆ ଖରାବେଳଟା।ତାଙ୍କୁ ଭାରି ଭୋକ ହେଉଥାଏ। କଣ କରିବେ ନାହିଁ ଭ…
ଏଇ ମୁଁ ଫେରୁଛି କହି ଗଲ ତୁମେ ଆଉ ତ ଫେରିଲ ନାହିଁ ଏବେ ବି ବସିଛି ପାହାଡ଼ ଏ ପାଖୁ ତୁମରି ବାଟ କୁ ଚାହିଁ ସ୍ମୃତି କୁ ତୁମରି ସାଉଁଟି ରଖିଚି ମନ ସିନ୍ଧୁକରେ ଭରି ସ୍ମୃତି ତ ନୁହଇ କେବେ ଭୁଲିବାର ଭୁଲିବି ତାକୁ କିପରି? ଭୁଲି ଗଲେ ସିନା ପୋଡ଼ା ଜୀବନରୁ ଯାଆନ୍ତି ମୁଁହି ନିସ୍ତରୀ। ଅଭୁଲା ଅତୀତ ଜାଳି ଦିଏ ଛାତି ଓଠ ବତୁରାଏ ଲୁହ ପ୍ରତାରଣା ତୁମ ମନେ ପଡିଗଲେ ଛାତିରେ ଭାରଇ କୋହ। ଜାଣେ ତୁମେ ଫେରିବନି ଗଲା ପରେ ପରେ ତଥାପି ବସିଛି କାହିଁକି କେଜାଣି ଖାଲି ତୁମ ଅପେକ୍ଷାରେ।। ନାଫରିଲେ ନାହିଁ ଶେଷ କଥା ପଦେ ଶେଷ ଚିଠିରେ ଜଣେଇ ଦିଅ ଆଜି ସିନା ତୁମ ବାଟ ର କଣ୍ଟା ମୁଁ ଥରେ ଫେରିଚାହ ଅତୀତ…
ହାତ ଥର ଥର ଉଦାସ ମନର ଲେଖୁଛି ମୋ ଶେଷ ଚିଠି ପଢ଼ିବ ବୋଲିତ ମନରେ ବିଶ୍ୱାସ ଜୀଇଁ ବି ମରୁଛି ଏଠି । ଖୋଜିବନିଁ ମୋତେ ପାଇବନି ଯେବେ ମନରୁ ଖୋଲିବ ନାହିଁ ମୋଅ ରି ଭିତରେ ତୁମ ପ୍ରତିଛବି ତୁମରି ଭିତରେ ମୁହିଁ । ତୁମ ବିନା ସତେ ଲାଗୁଛି ଯେମିତି ଜୀବନ ଟା ଖାଲି ଖାଲି ଭାବି ନ ଥିଲି ମୁଁ ଏମତି ସମୟ ଜୀବନେ ଆସିବ ବୋଲି । ଭଲ ପାଇବାର ମାନେ ମୁଁ ବୁଝେନା ବୁଝେ ନାହିଁ ପ୍ରେମ ପ୍ରୀତି ତଥାପି କାହିଁକି ହୁଏ ଆନ ମନା ଗାଏ ପ୍ରଣୟ ର ଗୀତି। ଯୁଆଡ଼େ ମୁଁ ଯାଏ ତୁମକୁ ତ ଖୋଜେ ଖୋଜେ ତୁମ ପ୍ରତିଛବି ଗିରି କି କାନନ ସହର କି ଗାଆଁ ସବୁଠି ତୁମର ଛବି । ସଞ୍ଜ କି ସକାଳ ଅବା ନିଶାର୍ଦ୍ଧରେ ତୁମ କଥା ଭାବୁ ଥାଏ ଆଖି ବୁଜି ଦେଲେ ସପନ ସାଥିରେ ତୁମ ଛବି ଦିଶୁ ଥାଏ । ତୁମକୁ ଦେଖିଲେ ମନ ଭର…
ଡାକି ଆଣେ ଯିଏ ଦୁଃଖକୁ ସର୍ବଦା ନାଁଟି ତାହାରି ତମ୍ୱାଖୁ , ଭାଙ୍ଗଇ ଯିଏ ରେ ତୋ ଘର ସଂସାର ଲୁହ ଦିଏ ରେ ଆଖିକୁ !! ଧିରେ ଧିରେ ନିଶା କରଇ ସେ ଜାଣ ଘାରିଲେ ନ ଛାଡେ ସିଏ , ଜାଣି ଜାଣି ଡାକି ଆଣନ୍ତି ଦୁର୍ଦ୍ଦିନ ତମ୍ବାଖୁ ଖାଆନ୍ତି ଯିଏ !! ଜଣା ପଡେ ନାହିଁ ଚାଲିଯାଏ ଧନ ତମ୍ବାଖୁ ପଛରେ ଧାଇଁ , ଶେଷରେ ରହେ ରେ ଯେଉଁ ଜୀବନଟା ତାକୁ ବି ଯାଏ ସେ ନେଇ !! ହୃଦରୋଗ,କର୍କଟ ନାନାଦି ବ୍ୟାଧିର ଜଡ ଅଟଇ ତମ୍ୱାଖୁ , ତମ୍ବାଖୁ ସେବନ ଛାଡିଲେ ସିନା ରେ ହରାଇବା ସେ ରୋଗକୁ !! ତମ୍ୱାଖୁ ସେବନ କେବେ ପୋଛି ଦିଏ କାହା ମଥାର ସିନ୍ଦୂର , କେବେ ପୁଣି ସିଏ …
ତୁମେ ଗଲାପରେ " ଆଉ ସେ ଫେରିବ ନାହିଁ" ,ଯେତେବେଳେ ପବନ କହୁଚି କାନେ ଜାଣ, ସେଇ ମୁହୂର୍ତ୍ତଟି ମୁଁ ଗୁଡ଼ କଳସୀ ଭିତରେ ଜନ୍ଦାଟିଏ ପରି ଲଖିଯାଏ ତୁମେ ଆସିଲ ନାହିଁ ସିନା କେତେ କଥା ଥିଲା...... କିଛି କଥା ଏମିତି ବି ଥାଏ ଯାହା କେବେ କହିହୁଏନା..... ଠିକ୍ ତୁମ ପରି ! ନଦୀକୁ ପଚାରୁଛି ତୁମ ଠିକଣା ସମୟର ଢେଉ ପିଟିହେଉଛି ମୋ ଚାରିପଟେ, ତୁମେ ଆସିଲ ନାହିଁ ସିନା କେତେ କଥା ଥିଲା...... ପ୍ରବଳ ଇଚ୍ଛା ,ଶୁଣେଇବାକୁ ତୁମକୁ କେମିତି ରୁଣୁଝୁଣୁ କରୁଚି ମୋ' ଚୁଡ଼ି.. ଥରୁଟେ ଦେଖେଇବାକୁ ଚାହେଁ ତୁମେ ନଥାଇ ବି କେମିତି ମୋ' ଡୋଳା ଚିଲିକାରେ ଲମ୍ଫ ଦେଉଚ । ମନେ ପଡ଼ୁଥିଲା ସେଇଦିନ,ଖରାଛାଇ କଥା ଯେତେବେଳେ ଚୂନ…
ରାତ୍ରିର ପଣତେ ନିଦ୍ରା ଚାଲି ଯାଏ ଅସରନ୍ତି ସ୍ୱପ୍ନ ସଙ୍ଗେ ବାସ୍ତବ ଲାଗଇ ସପନ କାହାଣୀ ନିଦଟି କାହିଁକି ଭାଙ୍ଗେ ।୧ ନୀରବତା ସ୍ବପ୍ନ ଶୂନ୍ୟରେ ଭାସଇ ନଥାଏ ପୂର୍ଣ୍ଣତା ତାର ଆଶା ନିରାଶାର କଳ୍ପନା ଭିତରେ ଅନେକ ସ୍ମୃତି ସମ୍ଭାର । ୨ ଜୀବନ ଚରିତ୍ର ସ୍ମୃତି ପାଣ୍ଡୁଲିପି ଅକୁହା ନିର୍ଯ୍ୟାସ ଚିତ୍ର ମନ କାଦମ୍ବିନୀ ସ୍ବପ୍ନ ଦେଖୁ ଥାଏ ସ୍ୱର୍ଗ ବନ ପାରିଜାତ । ୩ ଅବୁଝା ରାତିରେ ଅସ୍ତିତ୍ବ ହଜଇ ମନ ଭ୍ରମେ ଅବିରତ ସୁଖ ଦୁଃଖ ଭରା ସପନ ପସରା ନିଦ୍ରା ସଙ୍ଗେ ବସେ ମିତ ।୪ ପ୍ରତାରଣା ବନ୍ଧୁ ହୋଇ ଯାଏ କେବେ ବେଦନା ତାତିରେ ଥାଇ ସ୍ୱପ୍ନ ସ୍ମୃତି ଦୁଇ ଜୀବନ ପୁସ୍ତକ କାଳ ବକ୍ଷେ ଶେଷ ହୋଇ । ୫ ପରସ୍ପର ପରିପୁରକ ଦୁହେଁ'ତ ଆଗ ପଛ ହସ୍ତ ଛନ୍ଦି ଜଣଙ୍କ ବିନା ଜଣ…
ବିଲାତି କୁକୁର ବାସୁ ବାବୁ ଜଣେ retired professor,,, ଭାରି ବଡ଼ ଲୋକ ସେ ,, ଧନ ସମ୍ପତିରେ ଉଣା ନାହିଁ ,, ଗାଁ ରେ ତାଙ୍କର ଭାରି ନାଁ ,,,ଯାହାର ଯାହା ବି କିଛି ସମସ୍ୟା ହଉନା କାଇଁକି ସେ ହିଁ ସବୁ ସମାଧାନ କରିଦିଅନ୍ତି ,,,ତାଙ୍କର ପ୍ରତି କଥା ଲୋକଙ୍କ ପାଇଁ ବେଦର ଗାର ପରିକା ,,,ଗାଁ ର କୌଣସି ବି ସମସ୍ୟା ଦିନେ ହେଲେ ଗାଁ ଡେଇଁ କଚେରୀ ଯାଏ ଯିବାକୁ ସେ କେବେ ଦେଇ ନାହାନ୍ତି ,,,ସେଥିପାଇଁ ସମସ୍ତେ ତାଙ୍କୁ ଭାରି ଭଲ ପାଆନ୍ତି ,,, ଦୁଇ ପୁଅ ବଡ଼ ବଡ଼ company ରେ engineer ଅଛନ୍ତି ,,,ସେମାନେ ତାଙ୍କ ତାଙ୍କ ସଂସାର ଧରି ଯିଏ ଯାହା ବାଟରେ ହସ ଖୁସିରେ ରହନ୍ତି ,,ଝୁଅ ଟିକ ବାହା ଦେଇ ବାସୁ ବାବୁ ବି ଭାରି ଆନନ୍ଦରେ ରହିଥାନ୍ତି ନିଜ ଧର୍ମପତ୍ନୀ ପ୍ରଭାତୀ …
Social Plugin