୨୦୨୪ ଓ ଆଧୁନିକତାର ବହ୍ନି ପରିବର୍ତ୍ତନଶୀଳ ପରିସ୍ଥିତି ଓ ସମାଜ ସହ ତାଳଦେଇ ପରିବର୍ତ୍ତିତ ହେବାଟା ଏତେ ବି କିଛି ବଡ଼ ପରିବର୍ତ୍ତନ ଟିଏ ନୁହେଁ ! କିନ୍ତୁ ଅଧୁନା ଆମେ ଏତେ ଆଧୁନିକ ହୋଇଯାଇଛେ ଯେ ଲାଗେ ସତେ ଯେପରି, ଅନେକ ଆଶାର ପସରାକୁ ନେଇଆସିଥିବା ସକାଳଟା ବିଞ୍ଚିଦେଇଯାଏ ମେଞ୍ଚାଏ ନିରବତା ପୁଣି ସମୟ ସ୍ରୋତରେ ଭସେଇଆଣେ ଅନ୍ଧକାରମୟ କିଛି ଉଦାରତା । ଏବେ କୁଆଡ଼େ ଘଣ୍ଟା କଣ୍ଟାର ଆଢ଼ୁଆଳରେ ବଦଳି ଯାଇଛି ସେଇ ନୂଆ ବର୍ଷର ଖୁସି ସବୁ। ହେଇ ଦେଖୁନାହାନ୍ତି! ଆଗରୁ ନୂଆବର୍ଷ ହବ ମାନେ ବଣଭୋଜି ପାଇଁ ମାସେ ଆଗରୁ ଆଲୋଚନା ଚାଲିଥାଏ, ଦଶ ଦିନ ଆଗରୁ ଚାନ୍ଦା ଆଦାୟର କୋଳାହଳ ସୃଷ୍ଟି ହୁଏ, ଚାଉଳ,ଡାଲି ଆଉ କାହିଁ ଭେଳିକି ଭେଳି ପାରିବା ସଜ…
ମରତେ ଶରତେ କାଶତଣ୍ଡୀ ହସେ ନଇପଠା ରାସ୍ତା ଘାଟେ ଆଶ୍ଵିନ ପ୍ରବେଶେ ନିର୍ମଳ ଆକାଶେ ଧରାରେ ସୁଷମା ଛୁଟେ ॥ ସୂଚନା ଦିଏ ସେ ମାଆ ଆସୁଛନ୍ତି ଶାନ୍ତ କାନ୍ତ ପରିବେଶେ ସଜେଇ ହୁଅଇ ଏ ଧରଣୀ ରାଣୀ ପାର୍ବଣର ସେ ପରଶେ ॥ ସୌନ୍ଦର୍ଯ୍ୟ ପ୍ରତୀକ କାଶତଣ୍ଡୀ ଅଟେ ପ୍ରକୃତିର ଅବଦାନେ ସୁଲୁସୁଲୁ ବାଆ ଚାମର ହଲାଏ ମାଆଙ୍କର ଆଗମନେ ॥ ରେଖାପଞ୍ଚମୀରେ କାଶତଣ୍ଡୀ ବେଲୀ ବାନ୍ଧି କବାଟେ ପୂଜନ୍ତି ପ୍ରକୃତିର ଯେତେ ସଜୀବ ନିଜୀବେ ସଂସ୍କୃତି ହିତେ ଥାଆନ୍ତି ॥ ଶୁଭ୍ର ରଙ୍ଗ ତାର ସନ୍ଦେଶ ଦିଅଇ ସ୍ଵଚ୍ଛ କର ହୃଦୟକୁ ଗନ୍ଧ ନଥିଲେ ବି ସ୍ଵଳ୍ପକାଳ ରହି ଆନନ୍ଦ ଦିଏ ସଭିଙ୍କୁ ॥ …
ମୁଁ , ଏବେ ଚାଲୁଛି ରାସ୍ତା ଭେଟି ଭେଟି ବହୁ ସ୍ମୃତି ବହୁତ ଜଂଜାଳ, ମରଣକୁ ଚଟିମାରି ପ୍ରତି ମୁହୂର୍ତ୍ତରେ ମୁଁ ଲଂଘୁଛି ସୀମାହୀନ ବିଷୁବଧ ସାଗର ।। ସମୟର ଛକେ ଛକେ ମୁଁ ଦେଖୁଛି ସ୍ଵପ୍ନର ଉଦ୍ୟାନ ଆଉ ମୃତ୍ୟୁର ତାଂଡବ, ଯୁକ୍ତି ମୋ ସମସ୍ତ ଯେବେ ମୁକ୍ତି ଖୋଜେ ମୁଁ ହଜାଏ ପାଶୁପତ ଏବଂ ମୋ ଗାଂଡିବ ।। ଅନାହାରେ ମୃତ୍ୟୁ ବରଣ କରେ ଖାଦ୍ୟ ମୋର ମରୁଭୂମି ମରୀଚିକା ଠାରେ, ମୁଁ ତୃଷାର୍ତ୍ତ କଂଠ ରଦ୍ଧ ହୁଏ ମୋର ଜଳ ଟୋପେ ମିଳେ ନାହିଁ ମୋ ପାଇଁ ଏଠାରେ ।। ଅଗ୍ନିମୟ ଶପଥ ମୁଁ ନିଏ ଧ୍ୱଂସ କରିଦେବା ପାଇଁ ଯେତେ ପାପ ଆଉ ବ୍ୟଭିଚାର, ଅଗ୍ନିର ବର୍ଷା ମୁଁ ଏଠି ସୃଷ୍ଟି କରେ ଭାଂଗିବାକୁ ଏ ଶତାବ୍ଦୀ ଓ ତାହାର ମେରୁହାଡ ।। ଲେଖିବାକୁ ମୋ ରକ୍ତରେ ପତିତ ଓ ନିଃସ୍ବ ପାଇଁ ଖଣ୍ଡିଏ କୋ…
ଆକାଂକ୍ଷା ପୃଷ୍ଠା କୁ ନିତ୍ୟ ଲେଉଟାଏ ଜାଗୃତି ର ଏକାକିନୀ ପ୍ରାପ୍ତି ର କାମନା ଶୁଣି ପାରେନାହିଁ ବିକ୍ଷିପ୍ତ ଏ ପ୍ରତିଧ୍ଵନି ।। ଧରପୃଷ୍ଟେ ଦେହଧାରୀ ନାରୀ ରୂପେ ମୁଁ ଶିଶୁ କନ୍ୟା ନିଷ୍ପାପ,ନିର୍ମଳ ,ନିରୀହ ମୋ ରୂପ । ଭାଗ୍ୟବିଧି ସାଥେ କାଳ ର ପ୍ରହରକର୍ତା ଦାରିଦ୍ର୍ୟ ର ଉତ୍କଟ ଅଭାବ ପ୍ରହାର ରେ ଗଢିଛି ଆଜି ମୋର ଏହି ନିଷ୍ପେସିତ ସ୍ୱରୂପ।। ନା ହୋଇଛି ଅକ୍ଲାନ୍ତ ନା ସାଜିଛି ପଥଭ୍ରଷ୍ଟ କର୍ତ୍ତବ୍ୟ ର ବୋଝ ସାଜିଛି ଆଜି ମୋ ପାଦର ଶିକୁଳି। ବେଡ଼ିମୁକ୍ତ କରି ତାକୁ ଦେଇଛି ପାସୋରି ସେହି ସୁଖ , ଶାନ୍ତି, ସୌହାର୍ଦ୍ଦ୍ୟ ରୁ ଆସିଛି ଆଜି ମୁଁ ମୁକୁଳି ।। କ୍ଷଣିକ ସୁଖ ର ଆହ୍ଲାଦନ ନିତ୍ୟ ମୃତ୍ୟୁ ରୂପୀ ଜହର ପାଲଟିଛି ଭାବେ ନିଜକୁ ବଡ଼ ଅଭାଗିନୀ ସ୍ଵାର୍ଥ…
ଦୂର ମେଘମାଳା ଦୂରତା ମାପୁଛି ମୋ ଫୁଙ୍ଗୁଳା ପାଦ ତଳର ମାଟି ଆବୁଡା ଖାବୁଡ଼ା ପଥର ପଥିକ ଚାଲିଛି ମୁଣ୍ଡାଇ ଭାଗ୍ୟର ପେଟି । ଅନ୍ଧାର ଦୁରେଇ ଆଲୋକ ଅଜାଡ଼ି ଦେଉଛି ବିଜ୍ଞାନ କେତେ ସରାଗେ ରାତି ଛାତି ଚିରି ଜଳେ ଆଶା ବତୀ ଘରେ ପହଁଚିବ ମେଲାଣି ମାଗେ । ସବୁଜ ପ୍ରାନ୍ତର ଅନାବନା ସ୍ୱପ୍ନ ଚିରା ଜାମା ଦେଇ କାନ୍ଦେ ନୀରବେ ଭଙ୍ଗା ମହଲର ଓଦା କାନ୍ଥ ହସେ କାହିଁକି ଚାଲୁଛୁ ଏଡ଼େ ଗରବେ । ସୁଖର ଗଣ୍ଠିଲି ମୁଣ୍ଡାଇ ଚାଲେ ସେ ଆଜି ରାତି ଯିବ ଆନନ୍ଦେ ପାହି ସୁଖର ସୁରୁଜ ପେଟପୁରା ଭାତ ଆଣି ଆସିବ ସେ ପୂରୁବେ ଉଇଁ ।। ଜୀବନ କାହାକୁ ଦେଉଛି ଅଜାଡ଼ି ଅମାପ ସୌଭାଗ୍ୟ ଅସୀମ ଖୁସି ପାଣି କାଦୁଅରେ ବାଟ ସରେନାହିଁ ଦୁଃଖର ବରଷା ଯାଏ ବରସି ।। ଦୀପ୍ତି ଦେବଦର…
କନ୍ୟାଟିଏ ବୋଲି ବାପା କଲେନାହିଁ ଆଦର ଚାଲିଗଲେ ମତେ ନିଜଠୁ କରିସେ ଦୂର|| ବାପାଙ୍କ କଥାରେ ଶହ ମତି ହୋଇ ମାବି କରିଲା ପର ବୁଝିଲା ନାହିଁସେ ସନ୍ତାନ ଅଟେ ମୁଁ ତାର || ମା ଗଲାପରେ କେହି ନାହିଁ ମୋର ଏହି ଦୁନିଆଁରେ କରିବାକୁ ପଦେ ଆହାଃ ହାଏ ମୋର ବାପା ମା ହାଏ ମୋର ବାପା ମା | ବିଶ୍ୱ ପେରେଇ କେନ୍ଦୁଝର, ଆନନ୍ଦପୁର.
କର୍ଦ୍ଦମାକ୍ତ ପଥ ଅବା କଣ୍ଟକିତ ତଥାପି ଚାଲିଛି ମୁହିଁ ଆଜିବି ଜୀବନେ ସଂଘର୍ଷ କରୁଛି କେବେ ଥକି ପଡ଼ି ନାହିଁ । ବାଳୁତ ମୁଣ୍ଡରେ ସଂସାରର ବୋଝ କେମିତି ପାରୁଛି ବୋହି..? ଝଡ଼ ଝଞ୍ଜା କେତେ ସହ୍ୟ କରୁଅଛ ଲୁଚି ଦେଖୁଛନ୍ତି ବିହି । ନିରୀହ ନିଷ୍ପାପ ସରଳ ମାନସେ ଅସୁମାରୀ ସ୍ଵପ୍ନ ଦେଖି ଘର କୋଣେ ବସି କେବେ କେବେ ମୁହିଁ ଲୁହରେ ଭିଜାଏ ଆଖି । ଭାବନା ମୋହର ଟିକି ପକ୍ଷୀ ପରି ଉଡ଼େ ମୁକ୍ତ ଗଗନରେ ଉଦରର ଜ୍ଵାଳା ଅକୁହା ଆବେଗ ପ୍ରତି ମୁହୂର୍ତ୍ତରେ ମାରେ । ଅଭାବ ପାହାଡ଼େ ଠିଆ ହୋଇ ଦେଖେ ଆନନ୍ଦର ପୟଧାରା ତୃଷ୍ଣା ମେଣ୍ଟେ ନାହିଁ ବିତୃଷ୍ଣା ମନରେ ଜୀବନ ଲାଗେ ଅଧୁରା । -ରୋହିତ ସେଠୀ, ଖଜୁରୀପଡା,କନ୍ଧମାଳ
ଜୀବନର ଏହି ନୈରାଶ୍ୟ ପଥରେ କେବେ ଖରା କେବେ ଛାଇ ପେଟକୁ ଦାନା ତା ସାଉଁଟି ସାଉଁଟି ଅନ୍ଧାର ଘୋଟି ଆସଇ ।। ଦିନ ଯାଏ ବିତି ବାର ଦ୍ୱାରେ ବୁଲି ଅବା ରାଜରାସ୍ତା ପରେ ଛାତିର କୋହକୁ ଛାତିରେ ଜାବୁଡ଼ି ଧର୍ଯ୍ୟର ନାବକୁ ଧରେ ।। ଜୀବନ ଗତି ତା ଅମା ଅନ୍ଧକାରେ ଦୁଃଖ କଷ୍ଟକୁ ଆଦରି ଖାଲ ଢିପ ପଥ ଫରକ ପଡେନି ମୁଣ୍ଡରେ ବୋଝକୁ ଧରି ।। ପେଟେନାହିଁ ଦାନା ଦେହେ ଛିଣ୍ଡା କନା ନାହିଁ ଚପଲ ତା ପାଦେ ଗୋଟେ ହାତେ ଚୁଡ଼ି ଆର ହାତ ଶୂନ୍ୟ ଏମିତି ଜୀବନ ବିତେ ।। ଧୂଳି ମାଟି ଗୋଡି ବହୁ ଚୋରି ଖେଳ ବୟସ ଏବେ ଚାଲୁଛି କଅଁଳ ବୟସେ ଦୁଃଖର ଭାରକୁ ଆଦରି ସେ ନେଇଅଛି ।। ପିତୃ ମାତୃ…
ହଁ ସତକଥା ଛବି ବହୁତ କିଛି କହେ ଗାଁ ଦାଣ୍ଡ, ନୟନଯୋରୀ, ମେଘୁଆ ଆକାଶ, ଭଙ୍ଗା କୋଠୀ ଆଉରି କେତେ କଁ ଦିଶିଯାଏ , ହେଲେ ଦିଶେନି ଖାଲି ଛବି ସେପଟ ତୁଡ଼ି ପେଟ, ମୁଣ୍ଡ ବୋଝରେ ଥିବା ଅମୂଲ୍ୟ ଚିଜ, ହସ କି ଲୁହର ଲେଞ୍ଜେରା ଆଖି... ହଁ ଦିଶିଯାଏ ସମସ୍ତଙ୍କୁ ଅତି ସହଜରେ କଳା ମଚମଚ ଫୁଙ୍ଗୁଳା ପିଠି, ଏ ବୋଧେ ଆମ ବିକାଶର ଅଲେଖା ଚିଠି...!!! ଜୁମର ନାଥ ପାତ୍ର
ଶିଶୁଟିର ଥାଏ ନିର୍ମଳ ହୃଦୟ ଶିଶୁ ଭଗବାନ ରୂପ, କେବେ କେବେ ପରିସ୍ଥିତି ଦାସ ହୁଏ ଶ୍ରମେ ପାଏ ଅଭିଶାପ l ପାଠପଢ଼ା ହୁଏ ତା' ପାଇଁ ସପନ କଲମ ନ ଧରିପାରେ, ସଲାମ କରେ ସେ ବାବୁମାନଙ୍କୁ ହିଁ ଧ୍ୟାନ ସତେ ଖଟିବାରେ ! ନିଃସହାୟ ଶିଶୁ ଜୀବନ ତାହାର ଦୁଃଖ ଭାର ବୋହିଥାଏ, ସରକାରଙ୍କର ସହସ୍ର ଯୋଜନା ସୁଯୋଗୁ ବଞ୍ଚିତ ସିଏ ! ସମୟ ସ୍ରୋତରେ ସାଜଇ ଶ୍ରମିକ ପୁଣି କରେ ଭିକ୍ଷା ବୃତ୍ତି, ପରିସ୍ଥିତି ହୁଏ ଦୁଃଖେ ମାଗିବାକୁ ପଶିଥାଏ ଗଳିକନ୍ଦି l ବାଧ୍ୟ ବାଧକତାରେ ଏ ଦେଶ ଶିଶୁ କରିଥାଏ ଏହି କାମ, ଦେଶର ସମୃଦ୍ଧ ହେବ ନାହିଁ ତେବେ ସଂଘର୍ଷ ହେଲେ ଜୀବନ l ତେଣୁ ଶିଶୁ ପରି କଅଁଳ କଳିକୁ ପୟରେ ଦଳି ନ ଦିଅ, ପ୍ରସ୍ଫୁଟିତ ସହ ସୁବାସିତ ହୋଇ ଚହଟିବ ମହମହ l ଶିଶୁ ଶ୍ରମିକର ଏ…
ଜୀବନ ପାହାଚ ଚଢିବା ଆଗରୁ ଦୁଃଖର ସମ୍ଭାର ନେଇ, ବାହାରକୁ ଗୋଡ କାଢିଛି ଖାଲିତ ପେଟକୁ ପୋଷିବା ପାଇଁ || ପିନ୍ଧିବାକୁ ନାହିଁ ଜାମା ଖଣ୍ଡେ ମୋର ଚପଲ କାହୁଁ ଆଣିବି, କାଦୁଅ ରାସ୍ତାରେ ଚାଲିଯାଏ ମୁହିଁ ଜୀବିକା ପାଇଁ ଲଢ଼ିବି || ମୋ ଭାଗ୍ୟରେ ନାହିଁ ମାଆର ମମତା ବାପାଙ୍କ ସ୍ନେହଁ ଶାସନ, ନାହିଁ କେହି ଦୁଃଖ ଶୁଣିବାକୁ ମୋର କୁଟୁମ୍ବ କି ପରିଜନ || ଝିଅଟିଏ ବୋଲି ଡରଲାଗେ ମତେ ମଣିଷଖିଆ ବାଘଙ୍କୁ, କରମ ତ ଛୋଟ ପେଟ ପାଇଁ ଖଟେ କହିବି ଆଉ କାହାକୁ || ପାଠପଢ଼ା ଆଉ ଚାଟଶାଳୀ ମୋର ସ୍ୱପ୍ନରୁ ବହୁତ ଦୂର, ତଥାପି ଡ଼ରିନି ନିଜ ଗୋଡ଼େ ମୁହିଁ ହେଉଛି ଛିଡା ଏଥର || ଖେଳନା ବିକୁଛି ଗଛ ଲଗାଉଛି କରେ ମୁହିଁ କେତେକାମ, ଛୋଟ ବୋଲି ମତେ ଭାବ ନାହିଁ ଜମା ସଚ୍ଚୋଟ ମୋହରି ମନ || ହ…
ବିଧାତା ହୋଇଲା ବାମ, ହଜିଗଲା ସ୍ୱପ୍ନ ସବୁ ମୋର, କେଁଉ ଅମା ଅନ୍ଧାର ଭିତରେ I ପିଲା ମେଳେ ଗାଁ ଦାଣ୍ଡେ, ଧୂଳି ମାଟି ବାଲି ଘର ଖେଳ ଛାଡି, ନିର୍ଜନ ପଥରେ ମୁଁ ସାଜିଛି ବାଟୋଇ I ଏଇତ ଆରମ୍ଭ ମାତ୍ର I ପଥ ବହୁ ଦୂର... ତଥାପି ଚାଲୁଛି ଚାଲିବି ମୁଁ I ଦୃଢ଼ କରି ସଂକଳ୍ପ ମୋହର I ପରିଚୟ ହଜିବା ଆଗରୁ, ବଢିବାକୁ, ଗଢିବାକୁ ହେବ, ମୋର ସ୍ବପନର ଭବିଷ୍ୟତ I ଭୁଲି ସବୁ ଅତୀତର ବ୍ୟଥା, ସାମାଜିକ ଶୃଙ୍ଖଳ ଛିଡ଼ାଇ I କୋମଲ ହାତ, ପାଦରେ , ଭାଗ୍ୟ ସହ କରିବି ଲଢ଼େଇ, ନିଷ୍ଠାପର କର୍ମ ଯୋଗୀ ସାଜି, ନିଜ ମୁଣ୍ଡେ ମୁଣ୍ଡେଇ ମୋ ବୋଝ, ଭାଗ୍ୟକୁ ଆଦରି ନନେଇ , କର୍ମ କରି କରିବି ଲଢେଇ I ନିଜକୁ ଉଦ୍ଧାର କରି , ଲେଖିବି ମୁଁ ନୂଆ ଇତିହାସ, କୋମଳମତି ଶିଶୁଙ୍କ…
ଆକାଶେ ଘୋଟିଛି ମେଘ ମାଳ ମାଳ ବତୁରା ବତୁରା ରାସ୍ତା ଏକାକୀ ଚାଲିଛି ଅଲୋଡା ଦୁହିତା ମୁଣ୍ଡ ରେ ଲଦିଛି ବସ୍ତା || ୧ ଜାଗ୍ରତ ମିଶ୍ରିତ ଅଳସୀ କଟକ ପ୍ରଭାତ ରେ ମେଘାଛନ ବସ୍ତି ଅଞ୍ଚଳର ରାସ୍ତା ବର୍ଷାରେ ଭିଜୁଅଛି ଘନଘନ || ୨ ମୋ ମାଟି ରାସ୍ତାରେ ଗାଡି ଚକା ଚିହ୍ନ ସତେ ଅବା ଶୋଇ ଯାଇଛି , ରାସ୍ତାର ଉଭୟ ପାର୍ଶ୍ୱ ରେ ତ୍ରିତଳ ପ୍ରାସାଦ ଆକାଶ କୁ ଚାହିଁରହିଛି ||୩ ଫୁଙ୍ଗୁଳା ପାଦରେ କୁନି ବାଟୋଇ ଟି ମୁଣ୍ଡରେ ଲଦିଛି ବୋଝ , ଅସଜଡା ଜାମା ଆଛାଦିତ ତନୁ ହରାଇ ଦେଇଛି ତେଜ || ୪ ବେଦନାସିକ୍ତ ବଦନ ରେ ନୈରାସ୍ୟ , କ୍ଷୁଧା ର ଅସୀମ ଯନ୍ତ୍ରଣା ତଥାପି ଚାଲିଛି ଆଗକୁ ଆଗକୁ ନ ହୋଇ ବାଟ ବଣା || ୫ ନିୟତି ଖେଳ ର କ୍ରୁର ପରିଣତି ଭୋଗୁଛି ନିରିହ କନ୍ୟା ବୋହି ଯା…
ମୁଁ ଜାଣିଛି ଦୁଃଖ ସବୁ ମୋ' କପାଳ ଲିଖନ ମୋ ପାଇଁ ରାଜଧାନୀର ରାଜସଭାରେ ଅହରହ ଯୋଜନା ଚାଲିଛି କାଗଜରେ ଆମ ଭାଗ୍ୟ ଲୁଚିଛି । ଭଙ୍ଗାଘରେ ସନ୍ତସନ୍ତିଆ ଚଟାଣରେ ଗୋଟେ କଣରେ ଛେଳି ଦୁଇପଟ ଦାଣ୍ଡ ଆଡକୁ ବତା ଫ୍ରେମ୍ ପିଚୁଟିଣ ବାଡିଆ କବାଟ ଆଉ ଗୋଟେ କଣରେ ମାଆ ମୋର ଗର୍ଭ ଯନ୍ତ୍ରଣାରେ ଛଟପଟ । ମା'କୁ ଚତୁର୍ଥ ଗର୍ଭର ଦାୟିତ୍ୱ ଦେଇ ବାପା ମୋର ଦାଦନ ଯାଇଛି ସାନ ଭାଇଭଉଣୀ ଦିଇଟା ମୋ କାଖରେ ପରା ତାଙ୍କ ଭବିଷ୍ୟତ ସୁରକ୍ଷା ସାଇତା ଅଙ୍ଗନବାଡ଼ିରୁ ମୋ ପାଠରେ ଡୋରି ରନ୍ଧା ପାଇଁ କାଠଗୋଛା ମୁଣ୍ଡେ ଧରି ଘରକୁ ଯାଉଛି ସାନ ଭଉଣୀକୁ ଛେଳି ଦୁଇଟା ଜଗାଇ ଆସିଛି । ମା' କହେ ମୋତେ ଏବେ ଦଶ ପୂରିଲା ସାନ ଭାଇଭଉଣୀଙ୍କୁ ରାନ୍ଧି ଖୁଆଇବା ବୟସ ଆସିଲା ଆର ମାସେ ମା'…
ନୀରବତା ତା ଓଠରେ ଥିଲା ହେଲେ ଆଖିରେ ତା ଝଲସି ଉଠୁଥିଲା ଦାରିଦ୍ର୍ଯତାର ସ୍ପଷ୍ଟଚିତ୍ର ସତେ ଯେପରି କୋମଳ ପାଖୁଡାରେ ତା ଶ୍ରମର କଣ୍ଗକତ୍ବ କ୍ଷୁଧା ର ଜ୍ବାଳା ରେ ଜର୍ଜରିତ ହୋଇ ଉଠୁଥିଲା ସେ ନିଷ୍ପାପ ଶରୀର ହେଲେ ବଞ୍ଚି ରହି ସଂଗ୍ରାମ କରିବାର ଉନ୍ମାଦନା ତାକୁ କରିଥିଲା ସଶକ୍ତ ଓ ସବଳ ନା ଜଣାଥିଲା ତାକୁ ଜୀବନର ଅର୍ଥ ହେଲେ ତା ସର୍ତହୀନ ହସ ଟି ଆଗରେ ଭାଙ୍ଗି ଯାଉଥିଲା ସବୁ ସ୍ବାର୍ଥପରତା ର ଦର୍ପଣ । *****卐******** ନିମାଇଁ ଚରଣ ସାହୁ ପଟ୍ଟମୁଣ୍ଡାଇ,କେନ୍ଦ୍ରାପଡା ।
ମୃତ୍ୟୁ ତୁମେ ଆସ ନାହିଁ ହୀମ ଶୀତଳ ସ୍ପର୍ଶରେ ମଥାପିଟା କ୍ରନ୍ଦନ ମଧ୍ୟରେ ବଞ୍ଚିବାର ଦୁର୍ବିସହ ଆଶା ଆଙ୍କାକ୍ଷାରେ । ମୃତ୍ୟୁ ତୁମେ ଆସ ନାହିଁ ବଞ୍ଚିବାର ଅଭିଳାଷ ପ୍ରାଚୀ ରେଖା - ଗଗନ ରେ ଆହୁରି ଆସିନି ଭେଟିବାକୁ ଅଜସ୍ର ଇଚ୍ଛାରେ । ମୃତ୍ୟୁ ତୁମେ ଆସ ନାହିଁ କଳ୍ପନାରେ ଅବା ବାସ୍ତବରେ ଆସିଗଲେ ଫେରିଯିବ- ସମାଜର କଟୁକ୍ତି ଭିତରେ । ମୃତ୍ୟୁ ତୁମେ ଆସ ନାହିଁ ଆସ ନାହିଁ ଅଭାବ - ସମୟ ଭିତରେ ସମାଜର ତାଡନା ମଧ୍ୟରେ ବାକି ଥିବା ଦୁର୍ଦ୍ଦିନ ଭିତରେ ବିରାଟ ଏ ସାହାରା ପ୍ରାନ୍ତରେ ଅନ୍ତହୀନ ଇଚ୍ଛା ଙ୍କ ଭିତରେ । ++++++++++…
ଘରେ ଥିଲି ଗୋଟେ ଅଲିଅଳି ଝିଅ ଜାଣି ନ ଥିଲି ତ ଦୁଃଖ ଆଜି ମୋ ମୁଣ୍ଡରେ ପାହାଡ ଖସିଲା ଚାଲିଗଲା ସବୁ ସୁଖ। ଅକାଳରେ ଏକ ଦୁର୍ଘଟଣାରେ ଚାଲିଗଲେ ମାତାପିତା କି ଅବା ବୟସ ଏତେ ଦୁଃଖ ଦେଲୁ ଧନ୍ଯ ତୁ ଭାଗ୍ଯ ବିଧାତା.... ମୋର ମୋର ବୋଲି ଯାହାକୁ ଭାବନ୍ତି କେବେ ହୁଏନା ନିଜର ନିଜ ସ୍ବାର୍ଥ ସବୁ ସରିଗଲା ପରେ ହୁଅନ୍ତି ସେ ସାତ ପର... ମାଆ ଥିଲେ ମୋର ଦୁଃଖ ବୁଝିଥାନ୍ତା ଆଜି ସେ ଆର ପାରି ରେ ପାଦେ ଯୋତା ନାହିଁ କଣ୍ଟା ଫୁଟିଯାଏ ଜୀବିକା ଧରି ସାଥିରେ। କୁନି ପିଲାଙ୍କର ଖେଳନା ବିକୁଛି ଯାଉଛି ପାଖ ଗାଆଁ …
ମାଟିର ପିଲା ମୁଁ ମାଟିରେ ବଢ଼ିଛି ଆସୁ ପଛେ ଯେତେ ଦୁଃଖ। କାତର ନହୋଇ ସାମନା କରିବି ନିଶ୍ଚିତ ଆସିବ ସୁଖ। ସହ୍ୟ କରିବାକୁ ଧୈର୍ଯ୍ୟ ଦିଅ ପ୍ରଭୁ ବୋହି ପାରୁନାହିଁ ଵୋଝ। ଏ ଗଳି ସେ ଗଳି ଜୀବନ ମୋହର ଜୀବନ ହେଲାଣି ତେଜ୍ୟ। ଶିଶୁ ଶ୍ରମିକ ମୁଁ ଛୋଟ ଛୋଟ ହାତେ କରୁଛି ନିଜର କର୍ମ। ଆଗରେ ଭବିଷ୍ୟ ଅଟହାସ୍ୟ କରେ ଏହା କ'ଣ ମୋର ଧର୍ମ। ତଥାପି ଗାଉଛି ଜୀବନର ବେଦ ଦେଖ ଆହେ ସରକାର। ଖେଳିବା ସମୟେ ପରିବାର ବୋଝ ବୋହୁଛି ମୁଁ ନିରନ୍ତର। ଆଗରେ ଏ ଲମ୍ବା ରାସ୍ତା ପଡିଅଛି କେବେ ହେବ ତା'ର ଶେଷ। ଜୀବନ ମାଗୁଛି ଜବାବ ମୋତେ ରେ ସଵୁ ଲାଗିଲାଣି ବିଷ। ପେଟର ଜ୍ୱାଳାରେ ଆଉଟୁ ପାଉଟୁ ମାଗୁଛି ଆଜି ମୁଁ ଭିକ। ଲମ୍ବା ରାସ୍ତା ମୋତେ ଅତିକ୍ରମ କରି ଭୁଲି ଯିବି ସବୁ ଶୋକ। ଧର୍ମଶାଳା…
ପେଟର ଜ୍ୱାଳାରେ କରେ ମୁଁ ମଜୁରୀ ଶିଶୁ କାଳୁ ମୁହିଁ ଛେଉଣ୍ଡ ବେଚାରୀ। କାର୍ଯ୍ୟ ନ ମିଳିଲେ ଭିକ୍ଷା ମାଗୁ ଥାଏ ଦୁଃଖ ଓ କଷ୍ଟରେ କାଳ କାଟୁ ଥାଏ !! ଆଠ ବର୍ଷେ ମୋର ପିତା ଚାଲି ଗଲେ କିଛିଦିନପରେ ମାତା ଛାଡି ଦେଲେ। ଛେଉଣ୍ଡ ମୁଁ ହେଲି କପାଳ ମୋ ହୀନ ଦଈବ କରିଅଛି ମୋତେ ଆଜି ଦୀନ !! ବନ୍ଧୁ ଓ କୁଟୁମ୍ବ ନାହିଁ ଘରଦ୍ୱାର ଭିକ୍ଷା ମାଗୁ ଅଛି ଆହେ ନିରାକାର। ପଥ ଅଭାଗିନୀ ଦେଖହେ କୃପାସିନ୍ଧୁ ନଜର ନ ପଡ଼େ ଆହେ ଜଗବନ୍ଧୁ !! କପଡା ବୋହି ମୁଁ ବୁଲେ ଏଣେ ତେଣେ ପେଟ ଭରିବା ମାତ୍ର ତା କାରଣେ। ନଜର ନ ପଡ଼େ କିମ୍ପା ଜଗନ୍ନାଥ ଦୋଷମୋରନାହଁ ଏ କି କଲ ନାଥ। ସମୟ ଏ କାଳ ଶିକ୍ଷା ପାଇବାର …
ପ୍ରଗତିର ମାନଦଣ୍ଡ ଜଣାନାହିଁ ମୋତେ, ଉନ୍ନତିର ପରିସୀମା ମାପିନି ମୁଁ କେତେ ।୧। ବାଟଘାଟ ମାନେ କିଛି ବୁଝି ମୁଁ ପାରେନି, ଆଲୁଅ ଅନ୍ଧାର କିଛି ଅନୁଭବ କରେନି ।୨। ଭଲ କ'ଣ ମନ୍ଦ କ'ଣ ଏ ଯାଏଁ ମୁଁ ଜାଣିନି, ଖଟିଲେ ମୋ ପେଟ ପୁରେ ଦୁଃଖ ଯମା ଲାଗେନି ।୩। ମାଟି କାଦୁଅ ରାସ୍ତାରେ ଗୋଡ ମୋର ଖସେନି, ପକ୍କା ରାଜରାସ୍ତାର ବି ସ୍ବପ୍ନ କେବେ ଦେଖିନି ।୪। ମୁଣ୍ଡରେ ଗଣ୍ଠିଲି ଧରି ଚାଲିବାଟା ବାଧେନି, ଗାଡିମଟର ଚଢିବି ଆଶା କେବେ ରଖିନି ।୫। ରାସ୍ତା କଣ୍ଟା ପଥରକୁ ଡର କେବେ ଲାଗେନି, ପାଦରେ ଚପଲ କେବେ ପିନ୍ଧିଛି ମୁଁ ଜାଣିନି ।୬। ଚିରା ଫଟା ପିନ୍ଧିଲେ ବି ଲାଜ କେବେ ମାଡେନି, ଲଜ୍ଯା ନିବାରଣ ହେଉ ଅଧିକା ମୁଁ ଚାହେଁନି ।୭। କୋଠାଘର ଦେଖିଲେ ବ…
କେଉଁ ଲକ୍ଷ୍ୟ ନେଇ ଆଗେଇ ଚାଲୁଛି ଲକ୍ଷ୍ୟ ସ୍ଥଳ ପଥ ଆହୁରି ଅନେକ ବାଟ , ଶୈଶବ ର ପାଦ ଥକୁନାହିଁ ଟିକେ , ଆହୁରି ଚାଲିବି ଚାଲି ବି ଦୂରକୁ ଦୂର ଦିଗବଳୟ ଦିଗନ୍ତକୁ , କପାଳେ ମୋ ଲେଖା ଗରିବୀ ଦିଗନ୍ତ , ବାଟ ଦିଶୁନାହିଁ ଘର ପାଣି କାଦୁଅ ମୋ ନିତି ଦିନ ସାଥୀ , ମଥା ଉପରେ ମୋ ଜୀବିକା ବୋହୁଛି , ଏଇ ମୋ ଛୋଟ ସଂସାର ! ଏଇ ମାଟିରେ ମୁଁ ଜନମି ଲଭିଛି ମାଟି ହୋଇନାହିଁ ସ୍ୱାର୍ଥପର , ସମାଜ ସାଜିଛି ରଙ୍ଗମଞ୍ଚ ଗୋଟେ ଏଠି , ମୁଁ ତାର କଳାକାର !! ପ୍ରଦୀପ କୁମାର ପୁହାଣ ମାନପୁର , ଯାଜପୁର
ଶିଶୁ ବୋଲି ମୋତେ ଛୋଟ ଭାବ ନାହିଁ ବଡ଼ ହେଲେ ଦେଶ ର ନା ରଖିବି ମୁହିଁ ଶିଶୁ ମୋର କେବେ ଦୋଷ ଧରିବ ନାହିଁ ଦେହେ ମୋର ବଳ ଟିକେ ହେଲେ ନାହିଁ ମୋର ମନ କୁ କେହି କଷ୍ଟ ଦିଅ ନାହିଁ ବୋଝ ଧରିବା ବୟସ ମୋର ନାହିଁ ମିଛ ଦୁନିଆ ରେ ସାହା ମୋର କେହି ନାହିଁ କେତେ କଷ୍ଟ. ସହି ବୋଝ ଧରେ ମୁହିଁ କେବେ ମୋତେ କେହି ହିନ ଭାବ ନାହିଁ ଆମେ ମଣିଷ ଅମୃତ ସନ୍ତାନ କେବେ ଛୋଟ ନାହିଁ ଶିଶୁ ର ଜୀବନ ସାଥେ କେହି ଖେଳ ନାହିଁ ଆମ ଭବିଷ୍ୟତ ପାଇଁ କିଏ ହେବ ସାହା ଭାଇ ହାତେ କଲମ ଧରିବାକୁ ଇଚ୍ଛା ଥିଲା ଧରିଲୁ ନାହିଁ ବୋଝ ଧରି ସମାଜ ରେ କେତେ କଷ୍ଟ ସହେ ମୁହିଁ ଶିଶୁ ଶ୍ରମିକ ର କିଏ ଦୁଃଖ ବୁଝେ ନାହିଁ ଶିଶୁ ଆମେ ଭାଇ କେବେ ପର କର ନାହିଁ ସୁରେଶ ଚନ୍ଦ୍ର ପାଢୀ ବୁଗୁଡ଼ା,ଗଞ୍ଜାମ
ଶୂନ୍ୟତାର ପ୍ରଶସ୍ତି ପଥରେ ଏକାକିନୀ ମୁଁହି ସାଂସାରିକ ଜୀବନ ରେ ନିଷ୍ପଷ୍ଟ ମୋ ପ୍ରତିଛବି ଜାଣେନା ଯେ କେଉଁ ପଥ ର ନିଷ୍ପେସିତ ବାଟୋଇ ଟିଏ ଯାତନା ର ଚରମ ଶୀର୍ଷ ରେ ଅବହେଳିତ ପ୍ରସ୍ଫୁଟିତ ନବକଳିକା ଟିଏ ବଞ୍ଚିବାର ରାହାରେ ଅନୁସୃତ ମୁଁ ନିଶିଥିନି ଟିଏ ତଥାପି ଚୀର ସବୁଜିମା ର ଇପ୍ସିତ ଚନ୍ଦ୍ର ଜ୍ୟୋତି କୁ ସ୍ପର୍ଶ କରିବା କୁ ଖୋଜିବୁଲେ ମନରେ ଅସୁମାରୀ ସ୍ବପ୍ନ ନେଇ ଅଗ୍ରସର ହୁଏ ଦୂର୍ଦ୍ଦୀନ ପଥରେ ସମ୍ଭାବ୍ୟ ଗନ୍ତବ୍ୟ ରେ ତୁଚ୍ଛ ଖୁସିର ଲ।ଲିନତା କୁ ଲଭିବାର ଔଜ୍ସ୍ୱତା କୁ ମନରେ ସ୍ଥାପିତ କରି ସମାଜର ଗଣ ଦୌଡ଼ ରେ ଅବସ୍ଥାପିତ ହୁଏ ନିଜସ୍ଵ ଦୁର୍ଭାଗ୍ୟ ନିମିତ୍ତ ବିଧି ର ବିଧାନ କୁ ନିନ୍ଦିତ ନ କରି ପୃଷ୍ଠଭଙ୍ଗ ନଦେଇ ଅହେତୁକ ବାଦାନୁବାଦ ର ନଚିକେତା ସ…
ଆଖିରେ ଲୁହ ଦେଇଗଲା ଲୈହ ଦାନବ ଆଖିରେ ଲୁହ ଦେଇଗଲା ଲୈହ ଦାନବ ମନରେ ଅସରନ୍ତି ଆଶା ଓ ଆଖିରେ ଅସୁମାରୀ ସ୍ୱପ୍ନ ନେଇ ମିଳନ ଆକାଂକ୍ଷାରେ ଆତ୍ମାଟି ନିଜର ପ୍ରକୃତ ଠିକଣାରେ ପହଞ୍ଚିବା କୁ ଥାଏ କିଛି ମୁହୁର୍ତ ର ପାର୍ଥକ୍ୟ ଅନୁପସ୍ଥିତ ଭବିଷ୍ୟତ ପାଇଁ ସେ ଉପସ୍ଥିତ ବର୍ତ୍ତମାନ କୁ ଜଳାଞ୍ଜଳି ଦେଇ ବାହାରିଛି କିଛି ପାଇବାକୁ, କିଛି କରିବାକୁ ଓ କିଛି ଗଢି ତୋଳିବାକୁ l ସେଥିପାଇଁ ମନରେ ତା'ର ତିଳେ ମାତ୍ରେ ବି ଅନୁରାଗ ଜଗି ନାହିଁ l ସମୟ ଓ ପରିସ୍ଥିତି କୁ କେନ୍ଦ୍ର କରି ସେ ସେହି ସ୍ୱପ୍ନ ର ଗନ୍ତାଘର କୁ ବାସ୍ତବରେ ପରିଣତ କରିବା ଉଦେଶ୍ୟରେ କୋମଳ ରୁ କୋଠର ହୋଇ ନିଜକୁ ସଜାଇଥିଲା l କିନ୍ତୁ ନିୟତିର ଈର୍ଷାଗ୍ନି ରେ ତାହା ଲୁକାୟିତ ହୋଇ ରହିପାରିଲା ନାହିଁ। ଶୁକ୍ରବା…
ସମୟ ସତରେ ବିଚିତ୍ର... ସ୍ବାର୍ଥପରତାକୁ ତ୍ୟାଗ କରିବାର ଶିଖ୍ୟାଦେଇ ନିଜେ ସ୍ବାର୍ଥପର ହୋଇଯାଏ।ଜିତିବାର ଲୋଭରେ ନିଜେ ତ ପରିବର୍ତ୍ତନ ହୁଏ ତା ସହିତ ସରଳ ଜୀବନକୁ ବି ବଦଳେଇ ଦିଏ।ହଁ ସେଥିପାଇଁ ବୋଧେ ମଣିଷ ତା କର୍ମ ପାଇଁ ସମୟକୁ ଦୋଷ ଦିଏ। କିନ୍ତୁ ମନେ ରଖ ତୁମେ ଯଦି ନିର୍ଦ୍ଦୋଷ ତା ହେଲେ ନିଜକୁ କାହା ପାଖରେ ପ୍ରମାଣ କରିବାର ଆବଶ୍ୟକତା ନାହିଁ। ସମୟ ଆସିଲେ ସମୟ ନିଜେ ପ୍ରମାଣ କରିଦେବ ତୁମକୁ । ଏବେ କେବଳ ଈଶ୍ବର ତୁମ ଧର୍ଯ୍ୟ ଶକ୍ତିର ପରୀଖ୍ୟା ନେଉଛନ୍ତି। ନିମାଇଁ ଚରଣ ସାହୁ । ପଟ୍ଟାମୁଣ୍ଡାଇ ।କେନ୍ଦ୍ରାପଡା ।
ବଗିଚାରେ ଜାତି ଜାତିକ ଫୁଲ, ପକ୍ଷୀ, ଆକାଶ ର ସୁନ୍ଦରତା ସତ୍ତ୍ୱେ ଅତାତ ର ସ୍ମୃତି କୁ ରୋମନ୍ଥନ କରି ଉଦାସ ହୋଇପଡୁଥିଲେ ଦେବୀପ୍ରସାଦ ବାବୁ। କେତେ ଧୂଳିଖେଳ ସାଥୀ, ସ୍କୁଲ୍ ଓ କଲେଜ ବେଳ ର ସାଙ୍ଗ ତଥା ଅଫିସ୍ ସହକର୍ମୀ ମାନଙ୍କ ସାହଚର୍ଯ୍ଯ ରେ ସମୟ ହାତମୁଠା ରେ ଥିବା ବାଲି ପରି କୁଆଡେ ଖସିଗଲା ଜାଣିହେଲା ନାହିଁ । ଜୀବନ ଟା ମରୁଭୂମି ପାଲଟି ଯିବ ବୋଲି ସେ କେବେ ବି ଭାବି ନଥିଲେ । ଏତେ ଅସହାୟ ସେ ନିଜ ବାପାଙ୍କୁ ତାଙ୍କ ଅବସର ପରେ ଦେଖିନଥିଲେ। ସେ ତାଙ୍କର ପ୍ରେରଣା ଥିଲେ। ଭାବୁଥିଲେ ମୁଁ ବି ଏପରି ଅବସର ସମୟ ସୁଖ ରେ ବିତେଇବି। ହେଲେ ସୁଖ କାଇଁ ଯେ? ଦିନକୁ ଦିନ ଅସହାୟତା ମାଡି ପଡୁଛି ଯେମିତି । ଯୁଗ କେତେ ବଦଳି ଗଲାଣି । ଲୋକ ଖୋଲା ପଡିଆ, ପାର୍କ, ହାଟ, ବଜାର ଅ…
ସମୟ କେବେ କାହାକୁ ଅପେକ୍ଷା କରି ନ ଥାଏ।ସମୟ ସ୍ରୋତ ରେ ତାଳ ଦେଇ ସଭିଙ୍କୁ ଚାଲି ବାକୁ ପଡି ଥାଏ। ହେଲେ ସମୟ କୁ ଯିଏ ବୁଝେ ନାହିଁ ସେ ତା ଜୀବନ ରେ ସବୁ ହରାଇ ଦେଇ ଥାଏ।କଥା ଟି ଆରମ୍ଭ ହୁଏ ।ଏକ ସମ୍ଭ୍ରାନ୍ତ ପରିବାର କୁ ନେଇ ।ରାଧା କୃଷ୍ଣ ଗଡ଼ ନାୟକ ହେଉଛନ୍ତି ଜଣେ ଇଞ୍ଜିନିୟର।ସେ ଚାକିରୀ କଲେ ଖୋର୍ଦ୍ଧା ରେ।ତାଙ୍କ ସ୍ତ୍ରୀ ହେଉଛନ୍ତି ଜଣେ ଜମିଦାର ଝିଅ। ତାଙ୍କ ମନ ରେ ଭାରି ଗର୍ବ।ସେ ପରା ଇଞ୍ଜିନିୟର ଙ୍କ ସ୍ତ୍ରୀ।ଘରେ ଗାଡି ର ଅଭାବ ନାହିଁ।ତାଙ୍କ ସେବା କରି ବାକୁ ଚାକର ପୂଜାରୀ ବି ଅଭାବ ନାହିଁ। ହେଲେ ବଡ଼ ଘର ବଡ଼ ଗୁମର କଥା।ସେ କାହାକୁ ଭଲ ବ୍ୟବହାର କରନ୍ତି ନାହିଁ।କୁକୁର ମାଙ୍କଡ଼ ପରି ବ୍ୟବହାର କରନ୍ତି।ଚାକର ପୂଜାରୀ କୁ କଥା କଥା ରେ…
କ୍ଷିପ୍ର ଗତିରେ ଚାଲୁଥିବା ,ନିଜ କର୍ତ୍ତବ୍ୟରେ ଥକି ନପଡିବା ଏବଂ ଯୁଗ ପରେ ଯୁଗକୁ ସ୍ପର୍ଶ କରି ଚାଲୁଥାଏ ନିର୍ବିକାର ଭାବରେ।ସମୟର ନିର୍ଦ୍ଦେଶରେ ଜୀବ ଜଗତ ପରିଚାଳିତ।ଗ୍ରହ ନକ୍ଷତ୍ର, ସୂର୍ଯ୍ୟ ଚନ୍ଦ୍ର ଏହି ସମୟନୁସାରେ କାର୍ଯ୍ୟରତ।ପ୍ରତ୍ୟେକ କର୍ମର କର୍ମଫଳ ମନୁଷ୍ୟକୁ ମିଳିଥାଏ ସମୟ ଆସିଲେ।ଆଉ କିଛି ସଞ୍ଚିତ ପାପକର୍ମ ଭୋଗ ହୁଏ ପାପ କଳସୀ ପୂର୍ଣ୍ଣ ହେଲେ ସମୟର ଉପସ୍ଥିତରେ। ଗୋଟିଏ ଗାଁରେ ଜଣେ ଜମିଦାର ମଦନ ବାବୁ ଥିଲେ ,ଭାରି ଅହଙ୍କାରୀ, ଖଳ ପ୍ରକୃତି ମଣିଷ ଥିଲେ।ନିଜକୁ ସର୍ବେ ସର୍ବା ବୁଲାଉ ଥିବା ଖାତିର ଥିବା ମଣିଷଟା ଏକା ପଡିଛି ଗୋଟିଏ ମସିଣା ଉପରେ ।ସାହି ଲୋକ ଦୟା କଲେ ସ୍ନାନ ଶୌଚ ,ଖାଇବା ସବୁକିଛି।ଯବାନ ସମୟରେ ଏତେ କୁକର୍ମ କରିଛନ୍ତି ଯେ ଗରୀବ ଲୋକଙ୍କ ଅଭ…
ମୋ ଜୀବନ ର କିଛି ପୁରୁଣା ପୃଷ୍ଠା ଆଜିବି ମନେ ପଡେ , ବଞ୍ଚିବା ର ରାହା ଦେଖାଏ, ଆଜିବି ମନରେ ଆଶା ବାନ୍ଧି ଯାଏ ମୁଁ ପୁଣି ଫେରି ଯାଆନ୍ତି କି ମୋ ଅତୀତ କୁ , ପୁଣି ଛୋଟ ପିଲା ହେଇଯାଆନ୍ତି, "ମା " ର ଗାଳି ଠାରୁ ସାର ଙ୍କ ଛାଟ ମାଡ଼, ସାଙ୍ଗ ମାନଙ୍କ ସହ ନଦୀ ରେ ଗାଧେଇବା ଠାରୁ ବିଲର ବଇଞ୍ଚ କୋଳି, ସ୍କୁଲ୍ ବାହାନାରେ ଲୁଚି କରି ସାଙ୍ଗ ମାନଙ୍କ ବୋହୁ ଚୋରି ଠାରୁ ଆରମ୍ଭ କରି କା ' ଡାବୁଳ ଖେଳ ପର୍ୟ୍ୟନ୍ତ ଖାସ କରି ସ୍କୁଲ ରେ ସାଙ୍ଗ ମାନଙ୍କ ସହ ମିଶି ଗୋଟିଏ ଥାଳିରେ ଖାଇବା,କିନ୍ତୁ ଖାଇବା ରେ ଥାଏ ଖେଚୁଡ଼ି , ତାହା ଶହ ଲେମ୍ଭୁ, ଦଳା କଟା, ଆଉ ହଘୁର ଦାଦ ଦୋକାନ ର ଚାଟ,ଖାଇବାରେ ତ ଆନଦ ମିଳିଯାଏ । ଆଊ ସନ୍ଧ୍ୟାରେ ଲଣ୍ଠନ ଧରି ସବୁ ସାଙ୍ଗ ମିଶ…
ଗୋଟିଏ ଗାଁରେ ଅଂଶୁ ଏବଂ ଆୟୁ ଦୁଇ ଭାଇ ଭଉଣୀ ଥିଲେ।ସେମାନେ ବାପା ଓ ମାଆଙ୍କର ବହୁତ ସୁନା ପିଲାଥିଲେ।ଉଭୟଙ୍କ ଗୁଣ ଏକାପରି ।କେହି କାହାଠାରୁ କେଉଁ ଗୁଣରେ କମ ନୁହନ୍ତି।ସକାଳ ଠାରୁ ସଞ୍ଜ ପର୍ଯ୍ୟନ୍ତ ସେମାନଙ୍କୁ ଘରେ ହେଉ କି ବିଦ୍ୟାଳୟରେ ଯାହା କାମ ଦିଅନ୍ତି ସୁରୁଖୁରୁରେ ସମୟ ମୁତାବକ ତୁଳାଇ ଆସୁଥିଲେ।ସେମାନଙ୍କ କାର୍ଯ୍ୟ ପଦ୍ଧତି ,ସମୟ ଅନୁବର୍ତ୍ତିତା ତଥା ଆଜ୍ଞାକାରୀ ନିମନ୍ତେ ସେହି ଗ୍ରାମରେ ସଭିଏଁ ପ୍ରଶଂସା କରି ଆସୁଥିଲେ।ସମସ୍ତ ଗାଁର ଲୋକେ ନିଜ ନିଜ ଛୁଆ ପିଲାଙ୍କୁ ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ କହି ଆସନ୍ତି। ସମୟ ଜୀବନରେ କେତେ ମୂଲ୍ୟବାନ ସେକଥା ସେମାନେ ପିଲାଟି ଦିନରୁ ହିଁ ଶିଖି ଆସିଥିଲେ।କାରଣ ସେମାନଙ୍କ ବାପା ଜଣେ ସାଧାରଣ ସ୍…
ସମୟ ବଡ ବଳବାନ କହିଲେ ଅତ୍ୟୁକ୍ତି ହେବ ନାହିଁ! ସମୟ ଯେ କେବେ କୋଉଠି କାହାକୁ କାହା ସହିତ ସଂଯୋଗ କରିଥାଏ ତାହା କହିବା ବହୁତ କଷ୍ଟସାଧ୍ୟ ହୋଇଥାଏ l ସେହିପରି ଭାବରେ ଆଜି ଗୋଟେ ଛୋଟକ୍ଷୁଦ୍ର ଗଳ୍ପ ସୁମିତ୍ରା ଓ ମଳୟର ll ତିନି ତିନିଟା ପ୍ରସ୍ତାବ ମନା କରିସାରିଲିଣି l ତମେ ଆମ ବିଷୟରେ ମାଆ ଆଉ ବାପା ଙ୍କୁ କହିଲ କି ନାହିଁ, ମୋତେ ତ ଲାଗୁଚି ତମେ ମୋ ସହିତ ଟାଇମ୍ ପାସ କରୁଛ. ବାହାଘର ପାଇଁ ତୁମର ଟିକିଏ ହେଲେ ଚିନ୍ତା ନାହିଁ, ସୁମି କହିଲା ମଳୟ କୁ l ସୁମି ଓ ମଳୟ ଦୁହେଁ ପ୍ରେମିକା ଓ ପ୍ରେମିକ ଥିଲେ, ମଳୟ କହିଲା -ଘରେ କହିଥିଲି କିନ୍ତୁ କିଛି ସମୟ ତ ଲାଗିବ ନା l ତୁମେ ଏତେ ତରତର ହେଲେ କେମିତି ହବ କହିଲ? ସିମି କହିଲା ମୋ ପାଖରେ ଆଉ ସମୟ ନାହିଁ, କଲି…
Social Plugin