କଥାରେ କଥାରେ - ମନସ୍ଵିନୀ ମିଶ୍ର ସାହିତ୍ୟ ସର୍ଜନାରେ ଅନେକ ସ୍ରଷ୍ଟା ନିଜର ବଳିଷ୍ଠ ଲେଖନୀ ସ୍ପର୍ଶରେ ଏହାର କାୟାକୁ ସଜୀବ ଓ ସୁନ୍ଦର କରି ଗଢିବାରେ ନିଜର ଯଥାସାଧ୍ୟ ଚେଷ୍ଟା ସର୍ବଦା ଜାରି ରଖିଛନ୍ତି। ସମାଜ ଉପଯୋଗୀ କବିତା, ଗଳ୍ପ, ଆଦି ରଚନା କରି ସେମାନେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଭାଷା ସାହିତ୍ୟ କ୍ଷେତ୍ରରେ ଜଣେ ଜଣେ ସୁଦକ୍ଷ ଯୋଦ୍ଧା ପାଲଟିଛନ୍ତି। ସେହିପରି ଜଣେ ପ୍ରତିଭାଦୀପ୍ତ ବ୍ୟକ୍ତିତ୍ବ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ବ୍ଲକ୍ ଅନ୍ତର୍ଗତ ସିକୋ ଗ୍ରାମର ବନବିହାରୀ ମିଶ୍ର ଓ ମନୋରମା ମିଶ୍ରଙ୍କ ପଞ୍ଚମ ସନ୍ତାନ ଏବଂ ସୋସିଆଲ ମିଡିଆ ରେ ଖୁବ ପରିଚିତ ନାମ ମନସ୍ଵିନୀ ମିଶ୍ର । ତାଙ୍କ ସାହିତ୍ୟ ଯାତ୍ରାର କିଛି ଜଣା ଅଜଣା କଥା…
ହଜିଗଲା କେଣେ ମଧୁର ସମୟ ସମୟର ତାଳ ସହ, ମରିଗଲା ଆଜି ଆଶା ଅସୁମାରୀ ମନ କହେ ବାରେ ରୁହ।୧। ଦେଖିବ ସେ ମନ ଆଖି ତା' ପୁରାଇ ପ୍ରେମିକାର ଯଉବନ, ନାକ ଆଗେ ରାଗ ମନେ ମିଠା ଭାଷା ଆଜି ଯେ ସାତ ସପନ।୨। ଚ଼ଗଲି ବୟସ କେଣେ ଉଭେଇଲା ଜାଣି ମୁଁ ପାରିଲି ନାହିଁ, କଥାବାର୍ତ୍ତା ଢ଼ଙ୍ଗ ପ୍ରିୟା ଦେହ ରଙ୍ଗ ବଦଳିଲା ସାଇଁ ସାଇଁ।୩। ହଜିଗଲା କେଣେ ପୋଖରୀ କୂଳର ଗପ, ସପନର କଥା, ପ୍ରିୟା ହେଲା ପର ଭୁଲିଲା ଶପଥ ଦେଇ ଆଜି ମନେ ବ୍ଯଥା।୪। ରୁଦ୍ର ନାରାୟଣ ଦାଶ ନୟାପଲ୍ଲୀ,ଭୁବନେଶ୍ବର। ମୋ- ୯୮୬୧୭୦୧୭୧୪
ଘଞ୍ଚ ଅରଣ୍ୟର ହାହାକାରରେ ମୁଁ ଏକାକୀ ସଂଗ୍ରାମ କରୁଛି ବଞ୍ଚିବାର ରାହା ନେଇ ଏହି ନିର୍ଜନ ଦ୍ୱୀପର ଚତୁଃପାର୍ଶ୍ୱରେ ନୀଳ ଜଳରାଶି ଖିଲି ଖିଲି ହସୁଛି ମୋ ଉପରେ । ଏଠାରେ ଅଛୁ ମୁଁ ଓ ମୋ ଛାଇ କୋଠରୀର ଗୋଟିଏ ପ୍ରାନ୍ତରୁ ଏକ ଭୟଙ୍କର ଶବ୍ଦର ଗୁଞ୍ଜରଣ ମନରେ ଅନେକ ଅସୁମାରୀ ପ୍ରଶ୍ନ ହେଲେ ସାହସ ହାର ମାନୁନାହିଁ । ସୁନାମିର ବାରମ୍ବାର ଚୁମ୍ବନ ମୋ କ୍ଷୁଦ୍ର କୁଟୀରକୁ ଭସେଇ ନେଉଛି କିନ୍ତୁ ମନରେ ବାନ୍ଧିଛି ଗଭୀର ବିଶ୍ୱାସ ଛିଡା ହେଇଚି ଏକ ଶକ୍ତ ଖମ୍ବ ହୋଇ । ଆମ୍ବ ଗଛେ ଗୁଛଗୁଛ ପିପିଲିକା ଧାଡି ବାନ୍ଧି ଚାଲିଥାଆନ୍ତି ସାଙ୍ଗରେ ଧରି ଖାଦ୍ୟ ପୁଟୁଳି ଆଗାମୀ କାଲି ପୁଣି ବଞ୍ଚିବାର ରାହା ନେଇ । ସଞ୍ଜ ନଇଁଗଲେ ରକ୍ତିମ କିରଣ ମୋ ଅଗଣାର…
ଶି-ଶିକ୍ଷାର ମନ୍ଦିର ରେ ପୂଜାରୀ ସାଜିଲା ଶିକ୍ଷା ଦାନ କରି ଜୀବନ ବିତାଇଲ। ଶିକ୍ଷା ଦୀକ୍ଷା ସବୁ ଆମ ମଧ୍ୟେ ବାଣ୍ଟିଲ ସର୍ବଦା ଭଲଭାବରେ ଯିବାକୁ ଶିଖାଇଲି।। କ୍ଷ-କ୍ଷମା ପରି ମହାନ୍ ଗୁଣର ଅଧିକାରୀ ଶିକ୍ଷକ ତୁମ ପରି ମିଳୁ ଯେ ସବୁରି। ତୁମ ଛାତ୍ର ଆଜି ବହୁ ପ୍ରତିଭା ର ଅଧିକାରୀ ତାହାର ସଫଳତା ପଛେ ହାତ ଯେ ତୁମରି।। କ-କେବେ କାନ ଧରି ତ କେବେ ବୁଝାଇ କହିଲ ଭଲମନ୍ଦ,ଠିକ୍ ଭୁଲ ସବୁ ଜଣାଇଲେ। ତୁମ ଛାତ୍ର ଆଜି ବିପଦ ପଥେ ସାହାଯ୍ୟ କରିବନି ତାକୁ ଚଢ଼ିବାକୁ ପ୍ରଗତି ରଥେ।। ଦେବାଶିଷ ଦାସ ବଡବାଗ, ଜଗତସିଂହପୁର
ଲୋକ ଦେଖାଣିଆ ପ୍ରକୃତି ପିରତି ଦେଖାଇଲେ କିବା ହେବ ଧରମକୁ ଆଖି ଠାର ମାରି ବାବୁ କି ଯଶ ତୁମେ ପାଇବ। କଲମ ଧରିବା ନରମ ହାତରେ କୋଦାଳ ଧରାଇ ଦେଲ ଶ୍ରମିକ ସଜାଇ ଖୋଳିବାକୁ ମାଟି କଠୋର ଆଦେଶ କଲ। ପରିଶ୍ରମ ବଳେ ଖୋଳି ଦେଇ ମାଟି କରିଦେଲି ଯେଉଁ ଗାତ ସେହି ସ୍ଥାନେ ଏବେ ବନ୍ଧୁ ଗହଣରେ ଚାରା ପରା ତୁମେ ପୋତ। ଗୋଟିଏ ଚାରାକୁ ଦେଖାଇ ସଭିଏଁ ଉଠାଉଛ ବସି ଫଟ ଶିକ୍ଷିତ ବାବୁ ଏ କହିବ କି ଥରେ ଏଇ କି ଅଜବ ନାଟ। ଦିନ ଦୁଇଟାରେ ନିଶ୍ଚେ ଶୁଖିଯିବ ଏ କଅଁଳିଆ ପତର ଜଳର ଅଭାବେ ପ୍ରଖର ଉତ୍ତାପେ ଜଳିଯିବ ଦେହ ତା'ର। ଆଜି ଲଗାଇବା ଚାରାଟି କାଲିକି ତୁମର ମନେ ନ ଥିବ ସେତେବେଳେ ଏହି କ୍ଷୁଦ୍ର ଉଦ୍ଭିଦର ସୁରକ୍ଷା କିଏ କରିବ? ନିବେଦିତା ମହାପାତ୍ର ମୁକୁନ୍ଦ ମି…
କରୁଥିବା ବ୍ୟକ୍ତି ରହେ ଯେ ନିରବ ନକରିବା ଲୋକ ଦେଖେଇ ହୁଏ ପ୍ରଚାର ପ୍ରସାର ଯାହା ବି କରିଲେ ସମସ୍ତେ ଜାଣିବେ ଆପଣା ଛାଏ ହେଲେ ଉତ୍ତେଳିତ ଛବି ଜୀବନ୍ତ ହୁଏ ...!! ଶାସକ ଶାସନ ସବୁ ଏଠି ଏକା ମୁକ୍ତ ଗଗନ ରେ ବିହଙ୍ଗ ହୁଏ ଦୋଷୀ ବୁଲୁଥାଏ ଦିବା ଆଲୋକରେ ନିର୍ଦୋଷୀ ଅନ୍ଧାର ଭିତରେ ରହେ ହେଲେ ଉତ୍ତେଳିତ ଛବି ଜୀବନ୍ତ ହୁଏ ....!! ମାଟିରେ ନିଜକୁ ମାଟିକରି ଚାଷି ନିର୍ଜୀବ କ୍ଷେତ ରେ ସୁନା ଫଳାଏ କ୍ଷେତୋପ୍ପରେ ଛବି ଉତ୍ତେଳିତ କରି ଚାଷିର ପ୍ରାପ୍ୟକୁ କେ ଲୁଣ୍ଠି ନିଏ ହେଲେ ଉତ୍ତେଳିତ ଛବି ଜୀବନ୍ତ ହୁଏ ...…
ସ୍ୱାର୍ଥପରତା ନିଷ୍ଠୁରତା ଭରା ଏ ଦୁନିଆ ଦୟା ପ୍ରେମ ଏଠି ଗଲାଣି ହଜି, କଲମ ଧରିବା କୋମଳ ହାତରେ କୋଦାଳ ଧରେଇ ଦେଇଛ ଆଜି।୧। ବଢ଼ିଚାଲିଛି ଶିଶୁ ଶ୍ରମିକ ବ୍ୟାପାର ନେତା ନିଅନ୍ତି ବାହାଦୂରୀ, କିଛି ଅର୍ଥ ପାଇଁ କୋମଳ ଶିଶୁଟି ଭୁଲିଛି ଆଜି ନିଜ ହସ୍ତ କାରିଗରୀ।୨। ଫଟୋ ପାଇଁ ଚାଲେ ବୃକ୍ଷ ରୋପଣ ଆନ୍ତରିକତା ନଥାଏ ଜମାରୁ, ବୃକ୍ଷ ଅଟଇ ଅମୂଲ୍ୟ ସମ୍ପଦ ଭୁଲିଗଲେଣି ସଭିଏଁ ଏ କଥା ମନରୁ।୩। ନୀରବ ଦ୍ରଷ୍ଟା ସାଜିିଛି ଶିଶୁଟି ଅକୁହା ବେଦନା ଭରି, ହେ ମନୁଷ୍ୟ ସମାଜ କେବେ ବୁଝିବ ଭବିଷ୍ୟତ ତାର ଦେଉଛ ସାରି।୪। ଗଛ ଲଗାଇବା ମହତ କାମ ଲୋକ ଦେଖଣିଆ ଚାଲିଛି, ଶିଶୁ ହାତେ ଦିଅ ବହି କଲମ ଉପରେ ସ୍ରଷ୍ଟା ସବୁ ଦେଖୁଛି।୫। ଶେଷ କରିଦିଅ ମିଥ୍ୟା ରାଜନୀତି ସ୍ଥାପନ କର ସବୁଜିମା, ସ୍ୱାର୍ଥ…
ଦେଖରେ ଭାଇ ଦେଖ, ଆମ ସମାଜର ଧୋବଲିଆଙ୍କର ଭାବମୂର୍ତ୍ତିକୁ ଦେଖ, ଶିଶୁ ହାତେ କାର୍ଯ୍ୟ ସାଧିଣ କିପରି ବାହାନା କରନ୍ତି ଲୋକ ! ଏମିତି କଅଣ ଗଛ ପୋତାଯାଏ କୁହ ଖଟାଇ ବିବେକ ? ଦେଖରେ ଭାଇ ଦେଖ …... ଦେଖରେ ଭାଇ ଦେଖ, ମଣିଷ ପଣିଆ ହୃଦୟରେ ନାହିଁ ଖଟାନ୍ତି ଶିଶୁ ଶ୍ରମିକ, ଗଛ ପୋତିବାର ପ୍ରହସନ କରି ହରାନ୍ତି ନିଜ ବିବେକ, ଶିଶୁ ମନକଥା ବୁଝିବାକୁ କେହି ହୁଅନ୍ତି ନାହିଁ ଭାବୁକ । ଦେଖରେ ଭାଇ ଦେଖ …… ଦେଖରେ ଭାଇ ଦେଖ, ବୃକ୍ଷରୋପଣର ଫଟୋକୁ ଉଠାଇ ଦେଖାନ୍ତି ଦୁନିଆଯାକ, ଡେଙ୍ଗୁରା ପିଟିବା ନିଜ ବାହାଦୂରି ଖାଲିଯା' ନିଜର ଟେକ, ଗଛ ମଲାଗଲା ପଚାରନ୍ତି ନାହିଁ ଫଟୋରେ ସବୁ ଆଲୋକ । ଦେଖରେ ଭାଇ ଦେଖ …….. ବିନୋଦିନୀ ଦାଶ କୁରୁଆଁ, ମୁଗପାଳ, ଯାଜପୁର
ଗଛ କହୁଅଛି ସୁଣରେ ଭାଇ ମିଛରେ ପ୍ରଶଂସା ନେଉଛ କାହିଁ ପରିଶ୍ରମ କଲା ଅଜ୍ଞାନ ବାଳକ କଣ ତମେ ବାହାଦୂରୀ ନେବା ପାଇଁ ? ଛୋଟ ଶିଶୁ ମୁଣ୍ଡେ ବଡ଼ ଚିନ୍ତା ରଖି ହାତେ କୋଡି ଧରି ବାହାରିଲା ମୋତେ ରୋପଣ କରି ଅକ୍ଲାନ୍ତ ପରିଶ୍ରମ କରି ଗଛ ଲଗାଇଲା ନେତା ସମାଜସେବୀ ନେଲେ ବାହାଦୂରୀ ।। ବାହା ବାହା ଲୋଟିବାକୁ ମାଡ଼ି ଆସିଛ ବୃଥା ସାହାଯ୍ୟ ସହଯୋଗ ନେଇ ହେଲେ ସାହାଯ୍ୟ କରିବା ନାଁ ରେ ପ୍ରଶଂସନୀୟ ହେବା ପାଇଁ ।। ଅଣ୍ଟି ଛୁରୀ ସାଜି ତଣ୍ଟି କାଟୁଅଛ ପଛେ ପଛେ ମତେ ଦେଉଛ କାଟି ଦୁର୍ନୀତି ଟହ ଟହ ପଣ ଦେଖି ଥରହର ହେଲାଣି ମାଟି ।। ବଞ୍ଚିବାକୁ ଯଦି ଅଛି ଟିକେ ଆଶା ଗଛ ଲଗାଇ ସୃଷ୍ଟି କର ନୂତନ ବନ ମୋତେ ଯଦି ତମେ ହୀନିମାନ କର ଦୁର୍ଦ୍ଦିନେ ହୋଇବ ତୁମରି ବିଲୀନ ।।…
ହାତରେ କୋଦାଳ ଧରି ଅକ୍ଲାନ୍ତ ପରିଶ୍ରମ ଵଳେ ସରଳ ହୃଦୟ ମନେ ଶିଶୁଟିଏ ମାଟି ଦେଲା ସେ ତାଡି ଗଛଟିଏ ଲଗାଇବା ପାଇଁ। ଖୋଳି ଗାତ ଲଗାଇଲା ଗଛ ଖୁସିରେ ନାଚୁଥିଲା ମନ ଶିଶୁଟିଏ ବୋଲି ପଛରେ ଛିଡାକରି ଅନ୍ୟ ଲୋକ ନେଲେ ଵାହାଦୂରୀ ଶ୍ରମକୁ ତା'ର ଵୁଝିଲେନି କେହି । ବୃକ୍ଷରୋପଣ ମହାନ କାର୍ଯ୍ୟ କରିଲେ ଜୀବନ ହୋଇବ ସାର୍ଥକ ଭାବି ସଭିଏଁ ହୋଇଲେ ଏକତ୍ର ବୃକ୍ଷ ସାଥେ ରଖି ନିଜର ଫୋଟ କଲେ ଅନ୍ୟମାନଙ୍କୁ ଉତ୍ସାହିତ। ଫୋଟ ପରେ ଫୋଟ ଉଠାଇ ସୋସିଆଲ ମିଡ଼ିଆରେ ଛାଡିଲେ ଵାଃ ଵାଃ ରେ ଏ ଦୁନିଆ ମାନବିକତା କେଉଁଠି ହଜିଲା କର୍ମ କରି ଜଣେ ଅନ୍ୟ ଜଣେ ପ୍ରଶଂସା ପାଇଲା…
ଗୋଟିଏ ଗଛକୁ ଛଅ ଜଣ ଧରି ଫଟୋ ତୋଳିଲେ କି ହେବ ? ଶ୍ରମ ଦେଇ ଗାତ ଖୋଳି ଚାରା ପୋତେ ତା କଥା କାହୁଁ ଦିଶିବ ll ଗଣମାଧ୍ୟମରେ ପ୍ରଚାର ପାଇଁକି ବଢିଯାଏ ବୃକ୍ଷେ ଭାବ, ଉଚ୍ଚ ଇମାରତେ ଭଳିଭଳି ଚିଜ ଗଛ କାଟି ବନାଇବ ll ପୋତିବା ଲୋକଟି ପରିଚିତ ହୁଏ ବଞ୍ଚାଇବା ଲୋକ ନୁହେଁ, ଭେଳିକି ଲାଗିଛି ଦୁନିଆଟା ସାରା ଲାଜ ନାହିଁ ଆମ ମୁହେଁ ll ପରିବେଶ ପରା ବିଗିଡି ଯାଇଛି ଆମ ପାଗଳାମି ପାଇଁ, ଗୋଟିଏ ଲଗାଇ କୋଟିଏ ହାଣୁଛୁ ବୁଦ୍ଧି ବିବେକ ନ ଥାଇ ll ବିଶ୍ଵ ତାପନ ସ୍ଵଳ୍ପ ବୃଷ୍ଟିପାତ ସବୁରି କାରଣ ମୂଳ, ଗଛ ଗୋଟିଏକୁ ଛଅ ଜଣ ନୁହଁ ଗୋଟେ ଲଗା ଜଣ ଜଣ ll ଅଶୋକ କୁମାର ପ୍ରଧାନ ତର୍କାବେଡା, ହିନ୍ଦୋଳ, ଢେଙ୍କାନାଳ
ଆଧୁନିକ ଯୁଗ ଉଚ୍ଚ ଶିକ୍ଷିତିଆ ବଡ଼ବଡ଼ିଆ ହେ ତୁମେ ପରହସ୍ତେ ଥୋଇ ନିଜ ପାଦଦୁଇ ଫଳ କର ନିଜନାମେ ଭାଜିଶାଗ ଛିଣ୍ଡେ ନାହିଁ ତୁମହାତେ ଅନ୍ୟର ସାହାଯ୍ଯ ବିନା ଲୋକଦେଖାଣିଆ ମହତ୍ ପଣିଆ କ୍ଷଣିକ ପାଇଁକି ସିନା କୋମଳ ଶିଶୁକୁ ଶ୍ରମିକ ସଜାଇ ସ୍ଵାର୍ଥ କଲ ଅକ୍ତିଆର ସରିଗଲା ଯେବେ କାର୍ଯ୍ୟଟି ତାହାର ତାକୁ ମଣ ହୀନ ଛାର ବିଚରା ନୀରିହ ଶିଶୁପ୍ରାଣ ଟିଏ ଦୂରରୁ ନିରେଖି ଚାହେଁ ବଡ଼ବଡ଼ିଆଙ୍କ କି ନୀତି ତାଙ୍କର ଥାଳକୂଳ ସେ ନପାଏ ମାରୁଅଛ ତୁମେ ଅଜସ୍ର ଭାଷଣ ବାହାବା ନେଉଛ ଯେତେ ମାନବାଧିକାର କ୍ଷୁର୍ଣ୍ଣ ହେଲା ବୋଲି ଡିଣ୍ଡିମ ପିଟ ଯେ କେତେ ପ୍ରକୃତ ମଣିଷ ସେପରା ବୋଲାଏ ଶ୍ରମ ମୂଲ ବୁଝେ ଯିଏ ଗରିବ ହେଉକି ଧନୀଟିଏ ହେଉ ସଭିଙ୍କୁ ସମ୍ମାନ ଦିଏ ଯୋଗେଶ୍ୱର…
କୋମଳ ହୃଦୟ କୋମଳ ଶରୀର ପାରିଲନି ବୁଝି ମନ । କଲମ ଧରିବା ହାତେ ଧରେଇଲ କୋଦାଳ ହେ ସାଧୁଜନ ।। ପେଟ ପାଇଁ ଶିଶୁ ଶ୍ରମିକ ସାଜିଛି ପାଇବାକୁ କିଛି ଅର୍ଥ । ଘରେ ମୋ ପଡିଛି ରୋଗୀଣା ମାଆଟି ଫଟୋରେ ନାହିଁ ମୋ ସ୍ବାର୍ଥ ।। ଗୋଟିଏ ବୃକ୍ଷକୁ ଛଅ ଜଣ ପୋତ ଖୋଳିଥିଲି ମୁହିଁ ଗାତ । ଥରୁଟିଏ ତୁମ ମନ କହିଲାନି ଲଗେଇଦେ ପୁଅ ହାତ ।। ଛୋଟ ଚାରାଟିଏ ଲାଗିଲେ ଯେସନେ ହୋଇଥାଏ ମହାଦ୍ରୁମ । ମୋ ଭଳି ଶିଶୁକୁ ଆଦର କରିଲେ ଦୂର ହେବ ଶିଶୁ ଶ୍ରମ ।। ରାକେଶ ମାହାଣା ...
ଶିଶୁ ଅଟଇ କୋମଳ ଶରୀର ଯାହାଙ୍କ ହୃଦୟେ ବିଜେ ସୋୟଂ ନାରାୟଣ ପଦ୍ମ ପାଖୁଡ଼ା ପରି ହାତ ଯେ ତାର ଜାଣଇ ସାରା ସଂସାର ।। ହାତରେ ସାବଳ କାନ୍ଦେ ଫାଉଡା଼ ରୋପଣ କରିବ ବୋଲି ବୃକ୍ଷ ଘରୁ ବାହାରିଲା ଦଇବର ବଡ଼ ବିଚିତ୍ର ଖେଳ ଧର୍ମର ଦାଣ୍ଡରେ ଅନ୍ୟାୟ ବିଚାର ।। ପଶା ପାଲି ଖେଳ ପରି ଲାଗିଗଲା ଜୀବନ ତାର ମାଟିରେ ମାଟି କୋମଳ ଶରୀର ହେଲା ବାଃ ବାଃ ଆଉ କିଏ ନେଲା ।। ଏ ଇଶ୍ବର ତୁମ ପ୍ରତିବିମ୍ବ ଆଜି ଅପମାନ ସହି ଫେରିଗଲା ପୁଣି ଅଫେରା ବାଟରେ କେବେ ସେ ଆସିବ ପୁଣି ଥରେ ।। ଶୁଣ ସାଧୁଗଣ ଭାଇ ଭଉଣୀ ସହିତ ଆତ୍ମୀୟ ସୃଜନ କର୍ମଫଳ ଓ ଧର୍ମଫଳ ତୁମରି ହାତରେ କରିବନି କେବେ ଏଭଳି ପାପ ।। ପିତା ମାତା ଜନ୍ମ ଦେଇଥାନ୍ତି ସତ କିନ୍ତୁ ଆମ ଚରିତ୍ର ଆମେ ଗଢି଼ଥାଉ ତେଣୁ ବୁଝି ବିଚାରି କର୍ମ କର …
ଖୋଳିଲା କିଏ,ପୋତୁଛି କିଏ, ଏତ, ଆଚମ୍ବିତ କଥା। ଶିଶୁ ଶ୍ରମିକ କୁ ଲଗାଇ ଏଠି, ବାହାଦୂରୀ ନିଏ,ଆମରି ନେତା।୧। ଫଟୋ ପାଇଁ ଏଠି,ଗଛ ଲଗାଯାଏ, ବେଉଷଣ ବେଳେ, ନଥାଏ କେହି। ଗଛ ମରିଲା କି ,ବଂଚିଲା କେତେ, ଫଟୋ ପାଇଁ ଖାଲି, ସମସ୍ତେ ବାଇ।୨। ବୃକ୍ଷ ପରା ଆମ ଜୀବନ ଧନ, ଲଗାଇବା ହୋଇ,ଏକ ଯେ ମନ। ପାଣି ଦେଉଥିବା,ସାର ଦେଉଥିବା, ରହିବନି କେବେ, ବାଧା ଓ ବିଘ୍ନ।୩। ପ୍ରକୃତି ର କୋଳେ,ଗଢା ଧରଣୀ କେତେ ସବୁଜିମା, ସ୍ୱଚ୍ଛନ୍ଦ ପୁଣି। ଫଳ ଦେଉ ଅବା,ନ ଦେଉ ମୋତେ, ଛାୟା ତ ଦେବହେ, ଆମକୁ ସତେ।୪ ଚାଲ ଆମେ ଆଜି ପଣ କରିବା, ଚାରିଆଡେ ଆମେ ଗଛ ରୋପିବା। ସୁନ୍ଦର ହୋଇବ, ପ୍ରକୃତି ରାଣୀ, କେତେ ଖୁସି ହେବ, ଏହି ଧରଣୀ ୫। ଜଗଦୀଶ ଶତପଥୀ ନୀଳକଣ୍ଠ ପୁର। ଧର୍ମଶାଳା। ଯାଜପୁର।
ବୃକ୍ଷ ହିଁ ଅଟେ ଆମ ଜୀବନ ଦିଏ ଫୁଲ ଫଳ ଛାୟା ଦାନ ବୃକ୍ଷରୋପଣ ମହତ କାମ ଆମ ସଭିଙ୍କର ଅଟେ କର୍ତ୍ତବ୍ୟ ।୧ । ଶିଶୁ ହିଁ ଦେଶର ସମ୍ପଦ ଶିଶୁଙ୍କ ଯତ୍ନ ଆମ ଦାୟିତ୍ବ କୁନି ହାତେ ଧରି ଫାଉଡା ଦେଖ କର୍ମକରେ ସିଏ ବାହାଦୂରୀ ଆଉ କାହାର ୨। ବୃକ୍ଷ ହିଁ ଦିଏ ଅମ୍ଳଜାନ ଶ୍ବାସକ୍ରିୟା କରି ଧରୁ ଜୀବନ ଆମେ ହିଁ ଛାଡୁ ଅଙ୍ଗାରକାମ୍ଳ ବୃକ୍ଷ ଶୋଷିନେଇ କରେ ରନ୍ଧନ।୩। ଘରର ସାଜସଜ୍ଜା ସରଞ୍ଜାମ ମହୁ ଲାଖ ଝୁଣା କେତେ ଔଷଧ ମୌସୁମୀ ଆସଇ ବୃକ୍ଷର ପାଇଁ ଶସ୍ୟଶ୍ୟାମଳା ହୁଏ ଜୀବଜଗତ ।୪। ଆମରି ଜୀବନ ଆମରି ହାତେ କରିଯିବା କାମ ମହତଚିତ୍ତେ ଦେଖାଇ ହେବାନି କର୍ମ ନକରି ଦିନେ ଦୁନିଆ ଜାଣିବ ତୁମ କର୍ମକୁ ଭାଇ ।୫। ବୃକ୍ଷ ପାଇଁ ବଞ୍ଚେ ଜୀବଜଗତ ବୃକ୍ଷ ବିନା ଜାଣ ସଭିଏଁ ମୃତ ପ୍ରଣ କରିବା ସଭିଏଁ…
ବାଃ ବାଃ ରେ ଆଜି ର ଦୁନିଆ ମାନିବାକୁ ପଡିବ ତୁମ ମହତ ପଣିଆ ନିରୀହ ଶିଶୁ ହାତେ ତୁମେ କରାଇ କାମ ସରକାର ଠାରୁ ତୁମେ ପାଉଛ ଇନାମ ।। ଦେଖ ହେ ରାଜନୀତିଆ ବାବୁ ସରଳ ନିଷ୍କପଟ ପିଲା ର ମୁହଁ କୁ ତୁମେ କି ବୁଝି ପାରୁନ ତା ମୁହଁ ଦେଖି କେତେ ଆଗ୍ରହ ରେ ଅନାଇଛି ଫଟୋ ଉଠାଇବା କୁ ।। ଧରି ନ ଥିବ ତୁମେ କେବେ ହାତେ ଶାବଳ ଧରାଉଛ କିପରି ଅନ୍ୟ ହାତେ କୋଦାଳ ନିରୀହ ନିଷ୍ପାପ ଶିଶୁ ଟିଏ ସେ ଖଡ଼ି କଲମ ଧରିବା ଏବେ ତା ବେଳ ।। କରି ତୁମର ଏହି କାମ ସବୁ ମେଣ୍ଟିଯିବ ତା ଆଜି ର ଭୋକ ଦେଇ ଦିଅ ତୁମେ ତାକୁ ଦୁଇ ପଇସା ନ କରି ତାକୁ ନିରାଶା ।। ଏତିକି ନୁହେଁ ତା ପାଇଁ ଯଥେଷ୍ଟ ଗରିବ ପିଲା ସେ ମାନୁଛି ତୁମକୁ ଇଷ୍ଟ ସୁଧୁରିଯାଅ ହେ ! ଆହେ ରାଜନୀତିଆ ବୁଝିଯାଅ ଥରେ ନିରୀହ ପିଲା ଙ୍କ କଷ…
ମୁଣ୍ଡର ଝାଳକୁ ତୁଣ୍ଡେ ମାରି ମୁହିଁ ଗାତ ଖୋଳିଲି ଯତନେ ଫୋଟୋ ଉଠେଇକି ନାମ କମେଇଲେ ଏଇ ବଡ଼ ବାବୁମାନେ ।। ପଛକୁ ତଡ଼ିଲେ, ଗଛ ଲଗେଇବେ କେବଳ ଫୋଟଟେ ପାଇଁ ଗଛ ପୋତିଦେଇ ଚାଲିଯିବେ ସର୍ବେ, ଦେଖୁଛି ମୋ ଆଖି ଦୁଇ ।। ଗାତ ତ ଖୋଳିଛି ଅକ୍ଲାନ୍ତ ଉଦ୍ୟମେ ଗଛର ଯତନ ନେବି ବାଡ଼ ମୁଁ କରିବି, ପାଣି ଦେଇ ମୂଳେ ଛୋଟରୁ ବଡ଼ କରିବି । ଶାଖା ପ୍ରଶାଖାର ବାହୁ ମେଲି ଯେବେ ଆଶ୍ରୟ ଦେବ ସଭିଙ୍କୁ ଫୁଲ ଫଳ ଛାଇ ଦେଖିକରି ମୁହିଁ ଧନ୍ୟ ଭାବିବି ନିଜକୁ ।। ବୃଦ୍ଧ କାଳେ ମୋର ନାତି ନାତୁଣୀଙ୍କୁ ଏଇ ଗଛମୂଳେ ଆଣି ଗେଲରେ କହିବି ଅତୀତର ସ୍ମୃତି ଏହି ଗଛର କାହାଣୀ ।। ରୋହିତ ସେଠୀ,ଶିକ୍ଷକ ଦୁତିମେଣ୍ଡୀ, ଖଜୁରୀପଡା, କନ୍ଧମାଳ ଦୂରଭାଷ-୯୪୩୮୦୭୩୯୩୦
ପାଚେରୀ ଘେରା ଏ ଅଫିସ୍ ପ୍ରାଙ୍ଗଣେ ଗୋଡ଼ି ଗଦା ପାଶେ ରହି ଗୋଟିଏ ବୃକ୍ଷକୁ ଛଅ ଛଅ ଜଣ ଲଗାଇବେ ହ୍ୱନ୍ତିି ବାଇ।। ବୃକ୍ଷ ରୋପଣ ର ସପ୍ତାହ ପାଳିବେ ହୋଇଛନ୍ତି ତତପର ଧୋବ ଧାଉଳିଆ ବାବୁଙ୍କ ହସ୍ତ ରେ ଓସ୍ତ ଗଛ କି ସୁନ୍ଦର।। ଓସ୍ତ ବୃକ୍ଷୁ ମିଳେ ବହୁ ଅମ୍ଳଜାନ ରୋପଣେ ବଳିଲା ମନ କରୋନା ନିୟମ ପାଳନ କରନ୍ତି କରନ୍ତି ଥୋକେ ଲଙ୍ଘନ।। ଶିଶୁ ଶ୍ରମିକ କୁ ନିୟୋଜନ କରି ପାଣି ଦେଲେ ପାଇପ୍ ରେ ବୃକ୍ଷ ଲଗାଇଲା ଶ୍ରମିକ ପିଲାଟି ବାବୁମାନେ ପୋଜ୍ ଦେଲେ।। ବୃକ୍ଷରେ କାହାର ହାତ ବାଜୁ ନାହିଁ ସବୁ ବ୍ୟସ୍ତ ଫଟୋ ପାଇଁ ଲଗାଇବା ପିଲା କୋଦାଳ ଟି ଧରି ନେପଥ୍ୟ ରେ ଠିଆ ହୋଇ।। ଭାବୁ ଅଛି ମନେ ବାବୁମାନଙ୍କର ଫଟୋ ଉଠା ଓ ପ୍ରଚାର କେଉଁ ଦିନ ପ୍ରଭୂ ଶିଶୁ ଶ୍ରମିକ ର ଯାତନା ହୋଇବ ଦୂର।। ସନ୍ଧ…
ପରିବେଶ ଆମ ଗଲାଣି ବିଗାଡି ମନରେ ନାହିଁ ଟିକେ ବି ଦୁଃଖ ବୃକ୍ଷରୋପଣ କରିବା ପାଇଁ କି ପ୍ରହସନ କେତେ ଚାଲିଛି ଦେଖ।।(୧) ଥିଲେ ସିନା ଏଠି ସବୁଜ ବନାନୀ ଜୀବନ ବଞ୍ଚାଇବେ ସମସ୍ତ ପ୍ରାଣୀ ଜଙ୍ଗଲ ସୁରକ୍ଷା ପାଇଁ ନାରାବାଜି ବୁଝନ୍ତି ନାହିଁ ଏ ମଣିଷ ଜାତି।।(୨) ହାତରେ ସାବଳ କାନ୍ଧେ କୋଦାଳ କୋଢି ନିରୀକ୍ଷଣ ପଛେ ଠିଆ ନିରିହ ପିଲାଟି ଦେଖୁଛି ଆମ ଲୋକଙ୍କ ଭାବ ପିରତି ପରିଶ୍ରମ କରି ଗାତ ମୁଁ ଖୋଳିଲି ଫଟୋ ଉଠାଇବା ପାଇଁ ଏ ଭାବଭଙ୍ଗୀ।।(୩) ଭାବଭଙ୍ଗୀ ରେ ଉଠାଇ ଫଟୋ ଗଛରେ ସମସ୍ତେ ଲଗାଇ ହାତ ସମ୍ବାଦପତ୍ର ରେ ଫଟୋ ପ୍ରକାଶିତ ଗଛ ମଲା କି ବଞ୍ଚିଲା ନୁହେଁ ଚିନ୍ତିତ।।(୪) ଆମକୁ ଗଛରୁ ମିଳେ ଅମ୍ଳଜାନ ପ୍ରଶ୍ବାସେ ବଞ୍ଚେ ଆମ ଜୀବନ ଅଙ୍ଗାରକାମ୍ଳ ଆମେ ହିଁ ଛାଡୁ ଗଛ ତାକୁ ନେଇ କ…
ଏକ ନୂଆ ଜୀବନର ଆୟୋଜନରେ ଅନ୍ତନାଡୀ କୁ ମକଚା ମକଚି କରି ଅୟୁତେ ବଳ ପ୍ରୟୋଗ କରି ହାଜରେ ସ୍ୱପ୍ନ ସଜାଡ଼ି କିଚିର ମିଚିର ଶବ୍ଦର କଳ୍ପନା ଲୁଚକାଳି ଖେଳର ଉନ୍ମାଦନା ଥକା ମାରି ବସିବାର ସୁଖ ଫଲବନ୍ତି ହେବାର ଆଶା ଆଶଙ୍କା ରେ ଗଭୀର ଆସକ୍ତିର ଗଭୀରତମ ପ୍ରଦେଶରେ ମାଟି ପାଣି ପବନ ଖଞ୍ଜି କୈଶୋର ର କାଦୁଆ ହାତଟେ ଲମ୍ବିଲା ବେଳକୁ ହଠାତ କିଛି ପାକଳ ହାତର ଛୁଆଁ ବାକ୍ୟ ବାଣ ର ଧାରୁଆ ଛୁରୀ ଛି , ଉଠ , ପଳା , ଯା ପରି ସମ୍ବୋଧନ କି ଆକ୍ଷେପ ବିଛେଇ ଦେଉଥାଏ ଦୁର୍ବଳତା । ଯୋଜନ ଯୋଜନ ଦୂରକୁ ଘୁଞ୍ଚି ଯାଉଥାଏ ପଦ୍ମ ନିରୀହ ଆଖି ଦୁଇଟି ଉପହାସ କରୁଥାଏ ଧୋବ ଫରଫର ସମାଜକୁ । ସୁପ୍ରିୟା ପଣ୍ଡା ରସୁଲଗଡ଼ , ଭୁବନେଶ୍ୱର
ମହତ ଉଦ୍ଧେଶ୍ୟ ମନରେ ରଖିବ ଏକାରେ କାର୍ଯ୍ୟଟି ନିଅଣ୍ଟ ହେବ ଛଅଜଣଙ୍କ ପ୍ରହସନର ଭାଵ ସତେ ଏମାନଙ୍କୁ ଉପାଧି ମିଳିବ । ଶିଶୁ ଶ୍ରମିକ ଦ୍ୱାରା ଗର୍ତ୍ତ ଖୋଳାଇ ବାବୁଙ୍କ ଦେହେ ମାଟିଦାଗ ନଲାଗଇ ଫେସବୁକ ରେ ଫୋଟଟି ଲଗାଇ ନିଜର ପ୍ରଶଂସା ଚାରାଟି ରୋପଇ । ପାଠ ପଢା ପିଲାକୁ କାର୍ଯ୍ୟ କରିଲ କେଉଁ ମହାନତା ପୂଣ୍ୟଟି ଅର୍ଜିଲ ଜୀଇଁବା ପାଇଁକି ଖାଦ୍ୟକୁ ନଦେଲ ହାକିମ ଭାବି କୋଦାଳ ଧରାଇଲ । ପ୍ରଦୂଷଣ ମୁକ୍ତ ହେବ ପରିବେଶ ଗଛ ବନ୍ଧୁ ସଖା ଥିଲେ ଆମ ପାଶେ ଜୀବନ ବଞ୍ଚାଏ ଅମ୍ଳଜାନ ଶ୍ୱାସେ ଅଙ୍ଗାରକାମ୍ଳ ଆମଠାରୁ ହିଁ ଶୋଷେ । ଛୋଟ ଚାରାଟିକୁ ଯତନେ ରୋପିଲେ ମହାନ ଦାନ ବୃକ୍ଷର ଫୁଲ ଫଳ ପରଉପକାରୀ ଛାୟା ସୁଶୀତଳ ଗଛ ଲଗାଇ ଜଳ ଦେଲେ ତା ମୂଳେ । ସ୍ନିଗ୍ଧା ସାମନ୍ତରାୟ , ଚୁନଭାଟି, ଗୋପାଳ…
ଶିଶୁ ଶ୍ରମିକଟି କୋଦଳା ଧରିଛି ପଛେ ଛିଡା ହୋଇ ଅଛି ବାବୁଙ୍କର ହାତ ଗଛରେ ନ ଲାଗେ ଫଟୋ ଉଠା ହେଉ ଅଛି l ପାଇପିରେ ପାଣି ଦିଆ ହେଉଁ ଅଛି ଚାରା ଅଶ୍ୱଥ ବୃକ୍ଷରେ ଗୋଟିଏ ବୃକ୍ଷକୁ ଛଅ ଜଣ ଲୋକ ପୋତୁଛନ୍ତି ତ ଛବିରେ l ପ୍ରଚାର ପ୍ରସାର କରିବା ପାଇଁ କି ଫୋଟ ପାରା ଉଠାଇବା ବୃକ୍ଷ ରୋପଣ ସପ୍ତାହ ପାଳନ ପ୍ରହସନ ନ କରିବା l ପ୍ରକୃତି ସୁରକ୍ଷା କରିବା ପାଇଁ କି ଆମେ ହେବା ତତପର ପାଞ୍ଚ ଜଣ ହାତ ମିଶାଇଣ ଦେବା ବସୁଧା ହେବ ସୁନ୍ଦର l ମିଳି ମିଶି ଆମେ ଗାତ ଯେ ଖୋଲିବା ଖୋଲା ପଡିଆକୁ ଯିବା ଶିଶୁ ଚାରା ଗଛ ଲଗାଇବା ସେଠି ତାର ଯତ୍ନ ନେଉଥିବା l ହସୁ ଥିବ ବୃକ୍ଷ ଶାଖା…
ସାକ୍ଷାତକାର - ସୂର୍ଣ୍ଣପ୍ରଭା ଖଟୁଆ ସାହିତ୍ୟ ସର୍ଜନାରେ ଅନେକ ସ୍ରଷ୍ଟା ନିଜର ବଳିଷ୍ଠ ଲେଖନୀ ସ୍ପର୍ଶରେ ଏହାର କାୟାକୁ ସଜୀବ ଓ ସୁନ୍ଦର କରି ଗଢିବାରେ ନିଜର ଯଥାସାଧ୍ୟ ଚେଷ୍ଟା ସର୍ବଦା ଜାରି ରଖିଛନ୍ତି। ସମାଜ ଉପଯୋଗୀ କବିତା, ଗଳ୍ପ, ଆଦି ରଚନା କରି ସେମାନେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଭାଷା ସାହିତ୍ୟ କ୍ଷେତ୍ରରେ ଜଣେ ଜଣେ ସୁଦକ୍ଷ ଯୋଦ୍ଧା ପାଲଟିଛନ୍ତି। ସେହିପରି ଜଣେ ପ୍ରତିଭାଦୀପ୍ତ ବ୍ୟକ୍ତିତ୍ବ ହେଉଛନ୍ତି ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ତୁରମ୍ୟ ଗ୍ରାମର ଯୁଗଳ ଚରଣ ଖଟୁଆ ଓ ସତ୍ୟଭାମା ଖଟୁଆଙ୍କ ତୃତୀୟ ସନ୍ତାନ ଏବଂ ଉତ୍ତର ଓଡିଶା ବିଶ୍ବବିଦ୍ୟାଳୟରେ ଓଡିଆ ସାହିତ୍ୟ ବିଭାଗରେ ଗବେଷଣାରତ ଛାତ୍ରୀ ସ୍…
ଗୁରୁ ହିଁ ଈଶ୍ବର ଗୁରୁ ଆମର ମାତା ପିତା ଗୁରୁ ଆମର ଜ୍ଞାନ ଦାତା । ଗୁରୁଙ୍କ ଆଶୀର୍ବାଦ ମୋର ଅଟେ ବାନ୍ଧବ ହୃଦୟର । ସମସ୍ତ ଜ୍ଞାନର ଭଣ୍ଡାର ମିଳିବ ଗୁରୁଙ୍କ ପାଶର । ସବୁ ତୀର୍ଥ ଗୁରୁ ଚରଣ ଅନ୍ୟ ତୀର୍ଥକୁ କି କାରଣ । ତାଙ୍କର ଚରଣ ଧୋଇଣ ଜୀବନରେ ଅର୍ଜିବା ପୂଣ୍ୟ । ଗୁରୁ ଆଶୀର୍ବାଦ ଜାଣଇ ସଫଳ ନିଶ୍ଚୟ ମିଳଇ । ଆମକୁ ସେ ଶିକ୍ଷା ଦିଅନ୍ତି ଜୀବନର ମାର୍ଗ ଦେଖାନ୍ତି । ଗୁରୁ ଯେ ପଢାଅନ୍ତି ପାଠ ଜୀବନରେ ଦେଖାନ୍ତି ବାଟ । ଗୁରୁ ଯେ ସାକ୍ଷାତ ଈଶ୍ବର ତାହାଙ୍କୁ ନ ମଣିବ ନର । ଗୁରୁ ଯେ ବ୍ରହ୍ମା ବିଷ୍ଣୁ ଶିବ ନୁହଁନ୍ତି ସାମାନ୍ୟ ମାନବ । ତାଙ୍କର ଚରଣକୁ ଛୁଇଁ ଆଶିଷ ନେଉଥିବା ଜାଣି । ଗୁରୁଙ୍କ ଚରଣରେ ମନ ମନେ ରଖିବା ସଦା ଜାଣ । ଗୁରୁଙ୍କ ପାଶେ…
ମହତ ଜନର ସ୍ପର୍ଶରେ ମାନବ ଶିଖିଇ ମହତ କଥା, ହୀନଜନ ସ୍ପର୍ଶ ପାଇଛି ଯେ ନର ହୋଇଛି ଜୀବନ ବୃଥା ।। ସ୍ପର୍ଶମଣି ସ୍ପର୍ଶ ପାଇ ଲୌହଧାତୁ ସୁବର୍ଣ୍ଣରେ ରୂପାନ୍ତର, ବର୍ଷାଋତୁ ସ୍ପର୍ଶ ପାଇଲେ ଧରଣୀ ହୁଏ ଟାଙ୍ଗରା ଶ୍ୟାମଳ।। ଭଗବାନ ରାମ ଚରଣ ସ୍ପର୍ଶରେ ଅହଲ୍ୟା ହେଲେ ମୁକତ, କୁବୁଜା ହୋଇଲା ଅପୂର୍ବ ସୁନ୍ଦରୀ ପାଇ କୃଷ୍ଣ କର ସ୍ପର୍ଶ ।। ହନୁମାନ ପ୍ରଭୁ ରାମଙ୍କର ସ୍ପର୍ଶେ ପାଇଲେ ପୂର୍ବର ବଳ, କୋକିଳର ଡିମ୍ବ ପାଇ କାକ ସ୍ପର୍ଶ ଡିମ୍ବରୁ ହୋନ୍ତି ବାହାର ।। ରାମକୃଷ୍ଣଙ୍କର ଦିବ୍ୟସ୍ପର୍ଶ ପାଇ ନରେନ୍ ବିବେକାନନ୍ଦ, ହିନ୍ଦୁ ସଂସ୍କୃତିର ମହତ ବିଶ୍ୱରେ ପ୍ରସରିଲେ ସେହି ବୁଦ୍ଧ।। ଗୁରୁଙ୍କର ଦିବ୍ୟପରଶ ପାଇଲେ ଅଜ୍ଞାନତା ଯାଏ ହଟି, ସବୁ ପାପ ତାପ ଭସ୍ମ ହୋଇଯାଏ ଜପି…
ସମୁଦ୍ରରେ ଏକ ଢେଉ ମାଡ଼ିଆସେ ବିଷାଦ ସୂଚନା ନେଇ ସେଇ ସୂଚନାକୁ ଶୁଣିକି ଲୋକେ ଯେ କାଳିଆ ପାଖକୁ ଯାଇ । କାଳିଆ..କାଳିଆ ଡାକି ଭକ୍ତଗଣ ସାହାଯ୍ୟର ଭିକ୍ଷା ପାଇଁ କାଳିଆ ତ ଏବେ ନୀରବ ରହିଲା କିଏ ହେବ ଆଉ ସାଇଁ । କାହିଁକି ଉତ୍ତର ଦେଲାନି କାଳିଆ ଭାଳି ହେଲା ମନ ଏଇ ନିରାଶ ମନରେ ଭକ୍ତ ଫେରିଯାଏ କାଳିଆ କୁ ଗାଳି ଦେଇ । କିଛି ଶୁଣୁନି ସେ କିଛି ବୁଝୁନି ସେ ତା ପାଇଁ ଫରକ ନାହିଁ ସିଂହାସନରେ ଯେ ...
ଓହୋ ବାପା!!! I ମୁଁ ଏବେ ଆଉ ଛୋଟ ପିଲା ହେଇକି ନାହିଁ l ମୁଁ ବଡ଼ ହୋଇ ଗଲାଣି, ମୋର ବୁଝିବାର ବୟସ ହେଲାଣି, ସବୁବଳେ ସେଇ ଗୋଟିଏ କଥା, ମତେ ଆଉ ଭଲ ଲାଗୁନି ସେସବୁ lମା ଦେଖେ ନା ବାପା କେମିତି ଘରେ ବି ସେଇ ଆର୍ମି ଙ୍କ ପରିକା କଥା ହେଉଛନ୍ତି l ବାପା ମୁଁ ତୁମ ର ସବୁ କଥା ମାନିବି l ମୁଁ ବି ଆର୍ମି ରେ ଯଏନ କରିବି କିନ୍ତୁ ଡାକ୍ତର ଭାବରେ l ମୋର ଡାକ୍ତର ହେବା କୁ ଇଚ୍ଛା l ତମେ ଆଉ ବେସ୍ତ ହୁଅନି l ବାପା ଙ୍କର ଘରକୁ ଆସିବା ମାତ୍ର ୧୫ ଦିନ l ସେ ପୁଣି ୨ବର୍ଷ ଭିତରେ l ମୋର ଭାରି ଇଚ୍ଛା ଥାଏ ବାପା ୨ମାସ ଘରେ ରହିବେ l ମୁଁ ଆଉ ମା ତାଙ୍କ ସହିତ କିଛି ସମୟ କାଟିବୁ l ଟିକେ ବୁଲାବୁଲି କରିବୁ, ବହୁତୁ ସପିଙ୍ଗି କରିବୁ, ବାହାରକୁ ବୁଲିବାକୁ ଯିବୁ l ମୋର ସବୁ ଇଚ୍ଛ…
ବାସ୍ ! କେମିତି ଲାଗିଲା ? ଆଧୁନିକତା ପିଠିରେ ବାହାବା ଦେଖାଇ ଶ୍ରେଷ୍ଠ ମାନବର ଦରଜା ପାଇ ତମ ମର୍ଦ୍ଦ ପଣିଆକୁ ଢେର୍ ଆନନ୍ଦ ତ । ହଁ କେତେ ବା ସମୟ ଲାଗିଲା କଅଁଳିଆ ଜୀବନଟାକୁ ଖିନ୍ ବିନ୍ କରିବାକୁ କଳଙ୍କିତ ଅଧ୍ୟାୟରେ ତା ନାଁ କୁ ଲାଲ୍ ଅକ୍ଷରରେ ଗାର ଟାଣିବାକୁ । ଏଇ ତ କିଛି ଦିନ ହବ ଷ୍ଟାଟସ୍ ରେ ନାରା ବାଜି କେତେ ଚାଲିଥିଲା ପୁଅ ଝିଅର ଘମାଘୋଟ୍ ମହତ୍ୱ ବର୍ଣ୍ଣନା । କୁଆଡ଼େ ଗଲା ସେ ଭାଗ୍ୟର ଜନ୍ମେଜୟ ପୁତ୍ର ଆଉ ସୈାଭାଗ୍ୟର ସେ ଦୁହିତା । ଅତୀତରେ କେତେ ଯେ ନିର୍ଭୟା, କୁନ୍ଦୁଲି ଆଉ ବର୍ତମାନ ଚେହେରାରେ ଏବେ ମନୀଷା- ତେବେ କାହିଁକି ପ୍ରଶ୍ନ ନ ଆସିବ ଭବିଷ୍ୟତରେ କାହାର ନାଁ ହବ ! କିଏ କହି ପାରିବ କଳଙ୍କିତ ଆଗତ ପୃଷ୍ଠାରେ, କେଉଁ ନାରୀ ଉପରେ ତା ନଜର ଥିବ ଉଠେଇ…
ବାସ୍...ଆଉ କିଛି ଲୋଡ଼ା ନାହିଁ ଥରୁଟିଏ ଦେଖିଦେଲେ ତୋତେ, କ୍ଲାନ୍ତ ଅବସାଦ ମନ ମୋର ହଲଚଲ୍ ହୁଏ ତୋରି ସ୍ପର୍ଶରେ।। ତୋ ଆଖି ର ଗଭୀର ସମୁଦ୍ର ତରଂଗାୟୀତ ହୁଏ ପଲକ ପଡିଲେ ଇଚ୍ଛା ହୁଏ ବୁଡିଯାନ୍ତି ତହିଁ, ମନ ଅମାନିଆଁ କେତେ ଆଶା କରେ।। ଆଶା କରେ ବୋଲି ବଞ୍ଚିଛି ଏ ଯାଏ ସମୟ ସରେନାହିଁ ତୋରି ଚିନ୍ତା ରେ, ଦୁଃଖ କଷ୍ଟ ସବୁ ସହିଅଛି ତୁ ଅଛୁ ବୋଲି ମୋ ପାଖରେ ।। ନିଦାଘ ଜୀବନଟା ବେଳେବେଳେ ଖେଳେ ଖରାଛାଇ ଜୀବନ ଖେଳରେ ଉତୀର୍ଣ ହୁଏ ମୁଁ, ପାଶେ ତୋତେ ପାଇ।। ସୁଖରାମ ମଲ୍ଲିକ କୁଟଶିରା, ଖାରୀ,ସୁବର୍ଣ୍ଣପୁର
କାଶତଣ୍ଡି ର ଦୋହଳିତ ବେଶ ନଈପଠାର ବୁକୁରେ ଆଗମନ ହେଲା ଶରତ ତୁମର ଋତୁଚକ୍ର ର ବଳୟରେ । ଭିଜେଇବ ନୀତି କେତେ ତନୁ ମନ କାକର ବିନ୍ଦୁର ସ୍ପର୍ଶରେ ହଜେଇବ କେତେ ପ୍ରେମିକ ପ୍ରବର ପୂର୍ଣ୍ଣିମା ରାତିର ଜ୍ୟୋସ୍ନାରେ । ଭସା ବାଦଲ ର ତାଳେ ତାଳେ ସୁରୁଜ ଦିଶିବ ଆକାଶରେ ସୁନ୍ଦରତା ର ମନୋହର ମନ୍ତ୍ର ଶୁଭିବ ମେଘର ମଲ୍ହାରେ । ସବୁଜ ଗାଳିଚା ଚକ ମକ ହେବ ଫଳ ଫୁଲ ର ସମ୍ଭାରେ ଅନ୍ନ କ୍ଷେତ୍ରର ନେତ ଉଡ଼ୁଥିବ ସୂକ୍ଷ୍ମ ଶୀତଳ ସମୀରେ । ଫୁଟାଇବ କେତେ ପଦ୍ମ ପୁଷ୍କରିଣୀ ତପନ ପ୍ଲାବିତ ତେଜରେ ଜହ୍ନ ନ ରୁଷିବ ଏଇ ଡର ନେଇ ହସ ବି ଭରିବ କଇଁରେ। ପ୍ରସ୍ଫୁଟିତ ହୋଇ କଳିକା କୁସୁମ ବାସ୍ନା ଭରିବେ ପ୍ରାଣରେ ନିର୍ମଳ କରିବ ପ୍ରକୃତି କୋଳକୁ ତୁମରି ଛୁଆଁର ପୁଲକରେ । ପାର୍ବଣ ଋତ…
ଗାଁ ମୋର ଗାଁ,କି ସୁନ୍ଦର ତା ନାଁ ଏଠି ସୁଲୁ ସୁଲୁ ପବନ ବୋହେ ନଈ କୁଲୁ କୁଲୁ ଗୀତ ଗାଏ | ମଖମଲ୍ଲୀ ଫୁଲ ଖିଲି ଖିଲି ହସେ ରଜନୀ ଗନ୍ଧାଟି ମହକ ମହକ ବସେ | ସୁରୁଜ ବୁଡଇ ଆଶାର ମୁରୁଜ ପବନ ବଜାଇ ଵୀଣା ଗାଁ ମୋର ଗାଁ,କି ସୁନ୍ଦର ତା ନାଁ | ତା ଛାତିରେ ପାଦ ଥାପି ଚାଲି ମୁଁ ଶିଖିଲି ଗାଁ ଦାଣ୍ଡେ ଉଡାଇଲି କେତେ ଧୂଳି ବାଲି | ତା ବଣ ପାହାଡ଼ ବିଲ ନଈ କୂଳେ ଖେଳିଛିୁଁ ଯେ ମୁଁ କେତେ ଲୁଚକାଳି | ତା ନଈ ପୋଖରୀ ଗାଡ଼ିଆ ପାଣିକୁ କଲି ଯେ ମୁଁ କେତେ ଗଳି | କେବେ ହେଲେ ସତେ କେବେ ବି ରାଗେନି କବେ ହେଲେ ସତେ ପଦେ ବି କହେନି | ସେ ପରା ଆମରି ମାଁ ଗାଁ ମୋର ଗାଁ, କି ସୁନ୍ଦର ତା ନାଁ | ସଞ୍ଜ ହେଲେ ଆକାଶରେ ଜହ୍ନ ମାମୁଟି ହସେ ଦୂର କୁଡ଼ିଆରୁ ଧୋ…
ତୁମ ସେ ପାଦର ପାଉଁଜି ଶବଦ ଯେବେ ଶୁଣାଯାଏ କାନରେ ଆଖିରୁ ନିଦ ମୋ ହଜଇ ନିମିଷେ ମିଠା ମିଠା ସେଇ ସ୍ମୃତିରେ ।1। ପାଦପ ଦେହରେ ଅପରୂପ ଶୋଭା କୁସୁମ ପରଶେ ଭାସଇ ପାଦର ପାଉଁଜି ବିନା ଯେ ପୟର ଶୂନ୍ୟ ଶୂନ୍ୟ ଦିଶୁଥାଇ ।2 । ରୁଣୁଝୁଣୁ ତୁମ ପାଦର ପାଉଁଜି ମନ ମୋର କିଣି ନେଉଥାଇ ତୁମକୁ ପାଖରେ ପାଇବାକୁ ସେଇ ଶବଦ କୁ କର୍ଣ୍ଣ ଡେରିଥାଇ ।3। ଉପହାର ଦେବି ରଖିଛି ସାଇତି ଝୁମୁକା ଲଗା ରୁପା ପାଉଁଜି ହେଲେ ଦିନ ରାତି ବିତିଯାଏ ସିନା ତୁମେ କାହିଁ ଦୁରେ ଯାଅ ହଜି ।4। ପାଦରେ ତୁମର ପିନ୍ଧାଇ ଦେବି ମୁଁ ଅନେକ ସପନ ଦେଖିଅଛି ଭଲପାଏ କେତେ କହିପାରେନାହିଁ ପାଉଁଜି ଦେହରେ ସାଇତିଛି ।5। କହିବୁ ବୁଝାଇ ପ୍…
ତୁମେ ଚାନ୍ଦ ମୋର ହୃଦୟ ଆତ୍ମାର ସ୍ୱପ୍ନର ନାୟିକା ଟିଏ ଭଲ ପାଏଁ ବୋଲି ଆସ ମୋ ନିଦରେ ପାଦର ପାଉଁଜି କହେ ।। ପହେଲି ସକାଲେ ଦେଖା ଦେଲ ମୋତେ ମଲ୍ଲୀ ଫୁଲ ଯେହ୍ନେ ବାସ ରସି ଗଲି ତୁମ ରସ ଆସ୍ୱାଦନେ ନିତି ମୋ ନିକଟେ ଆସ ।। ମୋଠାରୁ ଦୂରେଇ ଚାଲିଯାଅ ଯେବେ ସପନେ ତୁମକୁ ଖୋଜେ ରୁଣୁ ଝୁଣୁ ଗୀତ କାନେ ଶୁଭୁ ଥାଏ ପାଦର ପାଉଁଜି ବାଜେ ।। ଋଷି ଗଲେ ତୁମେ ହଜି ଗଲା ପରି ପାଦର ପାଉଁଜି ଲିଭେ ଖୋଜି ବୁଲେ କେତେ ...
ରାତିର ଶୁ ନ ସାନ ନିରୋଳା ରେ କେହି ଜଣେ ପାଦ ଚିପି ଚିପି ଆସି ଠିଆ ହୁଏ ମୋ ଅଗଣାରେ ନିଦ ମୋର ହଜିଯାଏ ତାର ସେଇ ପାଦର ପାଉଁଜି ଶବ୍ଦରେ ଝିପି ଝିପି ବର୍ଷା ରେ,ବିଜୁଳି ର ଚମକ୍ ରେ ଘଡ଼ ଘଡି ସବଦରେ ଦୂର ଆକଶକୁ ଚାହିଁ ମନ ମୋର ନାଚୁ ଥାଏ ତାର ସେଇ ପାଦର ପାଉଁଜି ଶବ୍ଦରେ ଶୀତ ସକାଳର,ଘାସ ଗାଲିଚା ରେ ଗାଧୁଆ ତୁଠରେ , ଗୋଧୂଳି ସନ୍ଧ୍ୟାରେ ରବିଙ୍କର ରକ୍ତିମ ଆଭାରେ ଭାବନା ରେ ବୁଡି ଯାଏ ମୁଁ ଯେ ତାର ସେଇ ପାଦର ପାଉଁଜି ଶବ୍ଦରେ ତୋଫା ତୋଫା ଜ ହ୍ନ ର ଜୋ ସ୍ନା ରେ ପାହାନ୍ତି ର ଛି ଟା ଅନ୍ଧାର ରେ ହୃ ଦ ୟ ର ଧୀର ସ୍ପନ୍ଦନ ରେ ଆନନ୍ଦିତ ହୋଇ ଉଠେ ମନ ତାର ସେଇ ପାଦର ପାଉଁଜି ଶବ୍ଦରେ ଶସ୍ୟ ଶ୍ୟାମଳ ତରୁଲତା ତଳେ କଳକଳ ଝରଣାର ଧାରେ ଓ ଠ ଚାପି ହସି ଉଠେ ମୁଁ ଯେ ନିଜ ଅଜାଣତର…
ତୁମ ପାଦ ପିନ୍ଧା ପାଉଁଜି ଶବଦେ ହେଉଥିଲି ଆନମନା ଆଜି ସେ ପାଉଁଜି ଶବଦ ମୋ ପାଇଁ ସ୍ମୃତି ପାଲଟିଛି ସିନା ।। ତୁମରି ପାଦର ପାଉଁଜିଟି ଥିଲା ଆମରି ପ୍ରେମର ସାକ୍ଷୀ ଭାବୁଅଛି ମୁହିଁ ସେଥିରେ କାହାର ନଜର ଗଲାକି ଲାଖି ।। କେତେ ବର୍ଷା ଶୀତ ବସନ୍ତ ଯାଇଛି ଗ୍ରୀଷ୍ମ ବି ଯାଇଛି ବିତି ମୋ ମନ ଅଗଣା ଭିତରେ ସେ ଶବ୍ଦ ଶୁଭୁଅଛି ଦିନରାତି ।। ମଥାରେ ସିନ୍ଦୂର ପାଦରେ ପାଉଁଜି ମୋ ପାଇଁ ହିଁ ପିନ୍ଧିଥିଲ ମନର ମନ୍ଦିରେ ହୃଦୟ ଠାକୁର ମୋତେ ସ୍ବପ୍ନ ଦେଖିଥିଲ ।। ଜୀବନ ରୂପକ ନାଟକ ଭିତରେ ସମୟ କି ଦେଲା ଠକି ତୁମେ ଦୁଃଖୀ ଅବା ସୁଖୀ ହୋଇଅଛ ଜାଣିନି, ମୁଁ କ…
ପାଦର ପାଉଁଜି ରୁଣୁଝୁଣୁ କରି ଆସୁଛି ମୋର ପ୍ରିୟା । ହୃଦୟରେ ମୋର ସିହରଣ ଖେଳେ କଥା ସତେ ଅକୁହା ।। ଅବୁଝା ଏ ମନ ବୋଲ ମାନେ ନାହିଁ ଶୁଣି ପାଉଁଜି ଶବଦ । ପ୍ରିୟା ମୋ ଆସିବ ପାଖରେ ବସିବ କରିବ ମୋ ସାଙ୍ଗେ ବାଦ ।। ଛପି ଛପି ଆସ ସପନରେ ନିତି ସତରେ ଆସିବ କେବେ । ଶୁଣିବାକୁ ଚାହେଁ ତୁମ ରୁଣୁଝୁଣୁ ଆସିବ ସତରେ ଯେବେ ।। ପାଗଳ କରଇ ପାଉଁଜି ପ୍ରିୟାର ମନ ହୁଏ ଆନମନା । ପାଇବାକୁ ଥରେ ତୁମ ହାତ ସ୍ପର୍ଶ କରଇ କେତେ ବାହାନା ।। ରାକେଶ ମାହାଣା ...
କହ୍ନେଇ ବଜାଏ ଦେଖ ମୋହନ ବଂଶୀ ବୋଲ ମାନୁନାହିଁ ରାଧା ପାଦର ପାଉଁଚି, ପାଗଳିନୀ ରାଧା ଗୋପଦାଣ୍ଡେ ଧାଏଁ ରୁମ୍ ଝୁମ୍ ରୁମ୍ ଝୁମ୍ ଶୁଭୁଛି ଖାଲି ।୧। ଯୁଆଡେ ଚାହୁଁଛି ରାଧା କହ୍ନେଇ ଦିଶେ କି କରିବ ରାଧା ପାରୁନି ଭାବି, ହୃଦୟରେ ବଂଶୀ ବାଜେ ଅବିରତ ନାଚି ନାଚି ରାଧା ଅଧିର ଆଜି।୨। ଅଷ୍ଟପାଟବଂଶୀ ଥାଇ ବି କାହ୍ନାର ଦେଖ ସଖୀ କାହ୍ନା ମୁହଁ ଶୁଖିଛି, ଶୟନେ ସପନେ ରାଧା ରାଧା ହୁଏ ଶୁଭୁଛି ରାଧା ପାଦର ପାଉଁଚି।୩। କାହ୍ନାର ହୃଦୟେ ରାଧା ପ୍ରେମ ଖାଲି ଅଷ୍ଟଐଶ୍ବର୍ଯ୍ୟ ତୁଛ୍ଛ ଲାଗୁଛି, କୁଞ୍ଜବନ କଥା ଭାଳି ଭାଳି କୃଷ୍ଣ ସବୁଶବ୍ଦ ଲାଗେ ରାଧା ପାଉଁଚି।୪। କହ୍ନେଇ ମନ ରାଧା ପାଖରେ ରାଧା ତ ମଗ୍ନ କୃଷ୍ଣ ପ୍ରେମରେ, ନିରବି ଯାଇଛି ପାଦର ପାଉଁଚି ନାଚିବନି ରାଧା କୁଞ୍ଜବନରେ।୫। …
ପାଦର ପାଉଁଜି ତୋର ବାଇଆ କଲା କାନ ଝୁମୁକା ସତେ ମୋ 'ମନ କିଣିଲା | ନାଲି ରଙ୍ଗ ଓଢଣିକୁ ମଲ୍ଲୀ ଗଜରା ଚିକି ମିକି ଆଖି ତୋର କେଶ କହରା | କୃଷ୍ଣଚୂଡ଼ା ରଙ୍ଗର ତୁ ପିନ୍ଧୁଛୁ ଶାଢ଼ୀ ନିଦ ହଜିଗଲା ମୋର ଆଲୋ ସୁନ୍ଦରୀ | ଝିଅ ନୁହେଁ ପରୀଟିଏ ମୋ ମନେ ସାଇତା କେତେ ଦିନ କେତେ ରାତି ଭାବିଛି ତୋ କଥା | ସପନ କି ସତ ହବ କହଲୋ ରୂପସୀ ବୋହୂ ବେଶେ ଦେଖିବି ମୁଁ,ମନେ ହୁଏଖୁସି | ନାମ -ଚୁମ୍କି ଦାଶ ମିଶ୍ର ଜିଲ୍ଲା -ବଲାଙ୍ଗୀର
ପାଉଁଜି ବିନା ଭାରତୀୟ ନାରୀର ଆଭୂଷଣ ରହିଯାଏ ଅଧୁରା, ପ୍ରାକୃତିକ ସଙ୍ଗୀତ ସୃଷ୍ଟି କରେ ଭାବ ସେ ଅପସୋରା ।।୧।। ଆସିଲେ ପ୍ରିୟା ମୋ ପାଖକୁ ଶୁଣି ପାଉଁଜି ଶବଦ, ମୋ ରୋଗ ଭଲ ହୋଇଯାଏ ଦରକାର ନାହିଁ ବଇଦ ।।୨।। ସକାଳୁ ସକାଳୁ ନିଦ ଭାଙ୍ଗିଦିଏ ତାର ପାଉଁଜି ସୁରରେ, ରୋମାଣ୍ଟିକ ହୋଇଯାଏ ମୁଁ ଛାଡି ରାମ ରାମ ହରେ ହରେ ।।୩।। ଭାର୍ଯ୍ୟାର ରିମଝିମ୍ ପାଉଁଜି ଶବଦେ ମୋର ପେଟ ପୁରିଯାଏ, ନୂଆ ବାହା ହୋଇ ପ୍ରେମ କଲେ ବୋଧେ ଏମିତି ହୁଏ ।।୪।। ନୂଆ ପାଉଁଜି ଆଣିବାକୁ ମନ କଲେ ଘରଣୀ ମୋର, ଗେଲରେ କହିଲେ ହେଇଟି ସନ୍ଧ୍ୟାରେ ଯିବା ଆମେ ବଜାର ।।୫।। ପେରେମ ଫେରେମ ସବୁ ଉଭେଇଗଲା ରୂପା ଦାମ ଶୁଣିଲି, ଆହେ କି ଗୋଳକଧନ୍ଦାରେ ଠେଲିଲ ମୁଣ୍ଡରେ ହାତ ଦେଇଦେଲି ।।୬।। ଏସ୍ ଶ୍ରୀମନ ନାରାୟ…
ପହେଲା କରି ଚାଲି ସିଖ୍'ଲି ମାଆ,ବାପାର୍ ହାତ୍ ଧରି, ଛମ୍ ଛମ୍ ମୋର୍ ପାଦର ପାଉଁଜି ତାକର୍ ମୁହେ ଦେଇଛେ ହସି ଭରି । କୁନି କୁନି ପାଦେ ମୋର୍ ଛମ୍ ଛମ୍ କରୁଥିଲା ପାଉଁଜି, କେତେ ଉସତ୍ ଲାଗୁଥିଲା ସୁନ୍ଦିରୀ ହେଇକରି ସାଜି । ଛୁଆ ନୁ ବଡ୍ ହେଇଗଲି ନାଇଁ ପାର୍'ଲି କିଛି ଜାନି, ମୋର୍ ସବୁ ଅଲି,ଅଝଟ୍ ସହି ମତେ ସବୁ ଦେଉଥିଲେ ଆନି । ଛମ୍ ଛମ୍ ମୋର୍ ପାଦର୍ ପାଉଁଜି କରିଦେଲା ମତେ କାଲ, ମୋର୍ ଉଛୁଲା ବୟସ ଟା କରୁଛେ ମତେ କଲବଲ । ସେ ପାଦର୍ ପାଉଁଜି ଆଜି କରିଛେ ମତେ ସା…
Social Plugin