ବିଘ୍ନ ବିନାଶକ ଆହେ ଗଜାନନ ଥରୁଟିଏ ଡାକେ ମୁହିଁ ଆସ ଆସ ପ୍ରଭୁ ମୋ ଛୋଟ ଗାଡ଼ିରେ ଶରଧାରେ ଯିବି ନେଇ ।। କି ସୁନ୍ଦର ତୁମ ରୂପ ଲାବଣ୍ୟ ଯେ ଚକିତେ ଘଡ଼ିଏ ଚାହେଁ ମୂଷିକ କୁ ନେଇ ସଦା ବୁଲିଥାଅ ତୁମ ପରି କୁହ କିଏ ।। ବିଦ୍ୟା ଦିଅ ବୋଲି ବିଦ୍ୟାଦାତା ନାମ ବହିଅଛ ଅଗ୍ରପୂଜ୍ୟ ମୋ ଟିକି ମନରେ ଭରିଦିଅ ଟିକେ ଶୁଦ୍ଧ ଚେତନା ଆଜ ।। ଦୂର କରିଦିଅ ଯେତେ ଅଛି ବିଘ୍ନ ଏ ସାରା ସଂସାରେ ପୁରି ତୁମ ଦରଶନେ ଅଜ୍ଞାନ ଅନ୍ଧାର ଯାଉଥାଉ ଅପସରି ।। ଏ ଘୋର ସଂକଟୁ ଉଦ୍ଧାର କରହେ ଡାକୁଅଛି କରଯୋଡି ଗଣପତି ବାବା ଗଉରୀ ନନ୍ଦନ ଦିଅ ବାରେ ଦୁଃଖ ଫେଡ଼ି ।। ଦୀପ୍ତି ଦେବଦର୍ଶିନୀ ସୁତାର ଓରାଳି,ହାଟଡିହୀ,କେନ୍ଦୁଝର -758083
ତୁମେ ଅଗ୍ରପୂଜା ତୁମରି ଆଶିଷ ସଦା ଥାଉ ମୋର ସାଥେ ହେ ବିଦ୍ୟା ଦାତା ମନ ଉଣା କରିବନି ମୋତେ ପୂଜି ପାରିଲିନି ବିଦ୍ୟାଳ ୟେ ମୋର , ଏଇ ବରଷ କୁ , ଆଶ୍ରିବଦ ଦିଅ ବଞ୍ଚିଥିଲେ ମୁହିଁ ଶ୍ରଦ୍ଧା ରେ ପୂଜିବି ତୋତେ ! ଦିଅ ବିଦ୍ୟା ବୁଦ୍ଧି ଦିଅ ଦିବ୍ୟ ଜ୍ଞାନ ପାରି ହୋଇଯିବି ସଂସାର ଦୁଃଖରୁ , ମଣିଷ ଟିଏ ପରି ଗଣା ହୋଇଯିବି ଏ ଜଗତେ ! କି ଦେଇ ପୂଜିବି ନାହିଁ ମୋର କିଛି ଏହି କୁନି ହାତେ ଏତିକି ପ୍ରଣତି ଅଞ୍ଜୁଲାଏ ଫୁଲ ଟେକି ଦେଲି ପ୍ରଭୁ , ସଦା ରହି ଥିବି ତୋର ଶା େ ଥ ।। ପ୍ରଦୀପ କୁମାର ପୁହାଣ ମାନପୂର୍ , ଯାଜପୁର
ମାଆ କହୁଥିଲା ତୁମେ ପିଲାଙ୍କର ପ୍ରିୟ ନାମ ତୁମ ଲମ୍ବୋଦର ମୁଁ ବି ଆସିଛି ସାଙ୍ଗ ହେବା ପାଇଁ ହେବ କି ସଙ୍ଗାତ ମୋର ପଠନ ଭୋଜନ ପ୍ରିୟ ଅଟ ତୁମେ ଲଡୁ କୁ ତୁମର ଲୋଭ ଖାଇବାକୁ ଦେବି ଆଣିଛି ମିଠେଇ ମନେ କରିବନି କ୍ଷୋଭ ବିଦ୍ଯା ବୁଦ୍ଧି ଦାତା ତୁମେ ପରା ଅଟ ବିବେକୀ ଜଗତ ଜିତା ଅଗ୍ରପୂଜ୍ଯ ତୁମେ ଆହେ ଗଣନାଥ ପୂଜ ଆଗ ମାତାପିତା ମାତାପିତାଙ୍କର ହୃଦୟ ଯେ ଜିତେ ସେହି ଦୁନିଆରେ ଶ୍ରେଷ୍ଠ ଆଜିର ମଣିଷ ବୁଝୁନି କେମିତି ଛାଡେ ନେଇ ଜରାଶ୍ରମେ ବିଦ୍ଯାର ଅର୍ଜନ ନୁହଇଁ ଯେ ଲକ୍ଷ୍ଯ କେବଳ ଅର୍ଥ ଉପାର୍ଜନ ବିବେକ ବୁଦ୍ଧିକୁ ହଜାଇ ବସିଲେ ସାର୍ଥକ ହେବନି ଶ୍ରମ ଏ ଧରା ଧାମ ରେ ପୂଜୁ ଅଛୁ ପ୍ରଭୁ ଆହେ ବିଘ୍ନବିନାଶନ ପ୍ରତ୍ଯେକ ମଣିଷ ସମାନ ଅଟନ୍ତି …
ଶିଶୁ ଅଟେ ମୁହିଁ ଜାଣିନାହିଁ କିଛି ତୁମ ପୂଜା ଧର୍ମନୀତି, ହେ ଲମ୍ବୋଦର ଜ୍ଞାନର ସାଗର ଦିଅ ପ୍ରଭୁ ଜ୍ଞାନ ବୁଦ୍ଧି । ଆହେ ଗଣପତି ତୁମରି ପାଖକୁ ଆସିଅଛି ମୁଁ ଯେ ଧାଇଁ , ଧନ୍ୟ ହେଲି ପ୍ରଭୁ ତୁମ ଦରସନେ ତୁମ୍ଭରି କରୁଣା ପାଇ । ଦୁଃଖକଷ୍ଟ ସବୁ ହରି ନିଅ ପ୍ରଭୁ ତୁମେ ତ ବିଘ୍ନ ନାଶନ, ଦେଖିଲି ଯେବେଠୁ ତୁମ ବକ୍ରତୁଣ୍ଡ ଧନ୍ୟ ହେଲା ମୋ ଜୀବନ । ଗଜମୁଖ ସାଥେ ଆହେ ବିନାୟକ ଶୋଭାପାଏ ଏକଦନ୍ତ, ଦର୍ଶନ ମାତ୍ରକେ ମନ ମୋ ଉଜ୍ଵଲେ ଦୁଃଖହେଲା ମୋର ଅନ୍ତ । ଦେଖାଇଲ ତୁମେ ଶିଶୁ ଅବତାର ମୋ ପାଇଁ ଦିବ୍ୟର ଛାୟା, ଏ …
ଗାଁ ସରପଞ୍ଚ ମନା କରିଦେଲେ ଚାଟଶାଳେ ତୁମ ପୂଜା ପାଇଁ, ଲୁଚି ମୁଁ ଆସିଛି ମୂର୍ତ୍ତି ଦୋକାନକୁ ତୁମକୁ ଭେଟିବା ପାଇଁ । ବରଷକେ ଥରେ ଆସ ବୋଲି ତୁମେ ମୁଁ ରହିଥାଏ ଚାହିଁ ବାଟ, ଏ ବରଷ କ'ଣ ରାଗିଛକି ତମେ ହେଲାନି ଯେ ଆମ ଭେଟ । କେତେ ଯେ ମଉଜ , କେତେ ଯେ ଆଳାପ କରୁଥିଲେ ଆମେ ହସି, ଖାଲି ଖାଲି ଲାଗେ ଚାଟଶାଳୀ ଅଗଣା ଏକା ଏକା ଆସିଲି ବସି। ସବୁଆଡେ ତୁମେ ବୁଲୁଛ ଶୁଣିଲି ସାଙ୍ଗେ ଧରି ସଙ୍ଗାତ ମୂଷିକକୁ , ଭୁଲିଗଲ କି ମୋତେ ଗୋ ବନ୍ଧୁ ଆସିଲନି ଯେ ଆମ ଚାଟଶାଳୀକୁ । ଦେଖ ହୋ ଗଣେଶ ବିଘ୍ନହର୍ତା ଗଜାନନ ଏଥର ସାଙ୍ଗ ନ ହେଲ ନାହିଁ, ଆସନ୍ତା ବରଷକୁ ଯଦି ନ ଆସିବ ତୁମ ସାଙ୍ଗ କାଟି ଦେବି ଟି ମୁଁହି , ଯାଉଛି …
ହେ ଗଜାନନ ଆସିଚି ତମର ସୋ ପୂଜା ର ଦିନ ସାରା ଓଡ଼ିଶାରେ ପୂଜା ପାଇବ ଆଜି। ଫୁଲ ଚନ୍ଦ ଆଜି ପୂଜା ପାଇବ ହେ ଗଜାନନ ମାତାଙ୍କ ପାର୍ବତୀ ମଳିରୁ ତମେ ଜନ୍ମ ହୋଇଲ ହେ ଗଜାନନ ବିଦ୍ୟା ପ୍ରଦାୟନ ହେ ଗଜାନନ। ମାତାଙ୍କ ଲାଗି ତୁମେ ପିତାଙ୍କ ସହିତ ଲଢ଼େଇ କଲ ହେ ପ୍ରଣନାଥ ଲଢ଼େଇ ମାତା ପାଇଁ ତୁମେ ନିଜ ଜୀବନ ଦେଲ ହେ ପ୍ରଣ ନାଥ ଚଉଦିଗ ସାରା ଜଗତରେ ଆଜି ପୂଜା ପାଇବ ହେ ପ୍ରଣ ନାଥ ହେ ଇଜାନନ। ସନ୍ତୋଷ ପରିଡ଼ ଯାଜପୁର; ପାଣିକୋଇଲି ମୋ -୯୩୪୮୫୭୮୮୦୩
କୁନି ଗଣେଶ ମୋ ଆସିଛ ଧରାକୁ ଧରା ଆଜି ନାଚି ଉଠେ , କୋମଳ ମନକୁ ବୁଝି ମୋ ପାରୁନ ଚାହିଁଛ ମୋତେ କପଟେ ।। ତୁମକୁ ପୂଜିବା ପାଇଁ ଭାରି ଇଚ୍ଛା ଆସିଛି ଦେଖିବି ବୋଲି , କେତେ ଦିନ ଆଉ ମଉନେ ରହିବ ବିଦ୍ୟାଳୟ ଦିଅ ଖୋଲି ।। ପ୍ରଭୁ ଗଣପତି ମୋର ଗଜାନନ ବିଦ୍ଯା ବୁଦ୍ଧି ଦିଅ ମୋତେ , ଭରି ଦିଅ ତୁମେ ଏ କୁନି ହାତକୁ କରଇ ଗୁହାରି ତତେ ।। ରାକେଶ ମାହାଣା ବାଲିପାଟଣା , ଖୋର୍ଦ୍ଧା
ଏକାନ୍ତ ରେ ଏକଦନ୍ତ ଏକ ତ୍ରିତ ଏକାଗ୍ରଚିତ୍ତ ରେ ବାଳା, କର ରେ କୋଳେଇ କରଇ କ୍ରନ୍ଦନ ନ ଦେଖି କୁସୁମ ମାଳା ll ବିଦ୍ୟାଳୟ ବିଦ୍ୟା ଦାତା ର ବିଳମ୍ବ ବାହାନ ମୂଷିକ ପାଇଁ, ବାଳିକା ବହୁ ରେ ବିହାରୀଲେ ବିହି ମୂଷିକ ଆସଇ ଧାଇଁ ll ପାର୍ବତୀ ପୁତ୍ର ଙ୍କୁ ପୁଷ୍ପାଞ୍ଜଳି ମନା ପୁସ୍ତକ ବନ୍ଦନା ଅଧା, ଫିକା ପଡିଗଲା ତୁମ ଆଗମନ ମହାମାରୀ କଲା ବାଧା ll ଗଣ ଗହଳ କୁ ଗଜାନନ ଗଲେ ରଥ ରେ ସାରଥି ହୋଇ, ଗୁହାରି କରଇ ଦୂର କରି ଦିଅ ଅଦିନ କୁ ଦିଅ ଧୋଇ ll ତୋମ ଅପେକ୍ଷା ରେ ଆଜିଠୁ ବସଇ …
ମୁ ବିଘ୍ନନାଶକ ଲମ୍ବୋଦର କରିବି ପୃଥିବୀ ଭ୍ରମଣ ଆଧୁନିକ ଯୁଗ ର ମୋଟର ଯାନ ରେ ଆଧୁନିକ ପୋଷାକ ପିନ୍ଧି ଯାଉଛି ଘରେ ଘରେ ମୋ ଭକତ କରିବ ସ୍ୱାଗତ ବୁନ୍ଦି ଲଡ଼ୁ ରାଶିଲଡୁ ଖାଇ ହେବି ମୁ ଆତ୍ମ ସନ୍ତୋଷ ସାଥୀ ରେ ଥିବ ମୋ ସାଥୀ କୁନି ବାଟ ସାରା ଭକ୍ତ ଦେଖି ହେବ ଆଚମ୍ବିତ! ସ୍ୱପ୍ନା ମହାନ୍ତି ନବରଙ୍ଗପୁର
ବୁଝିନି ଜୀବନ ଫୁଲ ଉପବନ କିଭଳି ତୁମରି ଭାବ, ଶିଶୁ ମନ ମୋର ଅଭାବ ଅନ୍ତର କିପରି ପୁରଣ ହେବ? ହୁଅ ଥରେ ସଙ୍ଗ ଅତି ଅନ୍ତରଙ୍ଗ ଦୁନିଆଁ ନେବ ବୁଲେଇ, ଏକାକୀ ମୁଁ ଏଠି ପଥର ପାଲଟି ପଞ୍ଜୁରି ବନ୍ଦୀ ଚଢେଇ। ପିତା ମାତା ମୋର ଅତି ଆପଣାର ଦୁନିଆଁ କରିଛି ପର, ଅନାଥିନୀ ହୋଇ ଜୀବନ ବିତେଇ ଖୋଜୁଛି ଅତି ନିଜର। ଅନାଥ ଆଶ୍ରମ ପରିଜନ ସମ ହସ କାନ୍ଦେ ପାଖାପାଖି, ସାଙ୍ଗ ଟିଏ ଖୋଜେ ଦେଖିକି ମଉଜେ ତୁମେ ହେବ ମୋର ସାକ୍ଷୀ ? ମୋ ପରି ଶିଶୁ ଟି କହୁଛି କଥା ଟି ବୁଝିବ ମୋ ମନ କଥା, ଅସାର ସଂସାର ସବୁ ସ୍ବାର୍ଥପର ମନର ଉଛୁଳା ବ୍ଯଥା। କଥା ଦିଅ ମୋତେ କରବନି ସତେ କା ଆଗରେ ପରକାଶ, ସଂସାର ଗଞ୍ଜଣା ଜୀବନ ପାଉଣା କୁନି ମୁଖେ ଦେବ ହସ ? ମନୋରଞ୍ଜନ ସୁରୁଜାଲ ଗ୍ରା…
ନମୋ ବିଘ୍ନ ବିନାଶାୟ ଗଣପତି ପାଦେ ତୁମର ପ୍ରଣତି ସଭିଏଁ ପୂଜନ୍ତି ହୃଦୟେ ଭକତି ଆଜି ମନ ଭାରି ଖୁସି। ବୁଦ୍ଧିଦାତା ତୁମେ ବିନାୟକ ପ୍ରଭୁ ବିନତୀ ମୋହର ଘେନ ମୋ କୁନି ଗାଡିଟି ତୁମରି ପାଇଁହେ ମୋ ସାଥିରେ ଏବେ ଚାଲ। ଜାଣେନି ଭକତି କେମିତି ପୂଜନ୍ତି ତୁମେ ପରା ସାଥି ମୋର ମାଆ ବନାଇଛି ମୋଦକ ପ୍ରଭୁହେ ଖୁଆଇବି ଲମ୍ବୋଦର। ତୁମେ ସାଥି ମୋର ବିଦ୍ୟା ପ୍ରଦାୟକ କୁନି ମନେ ବୁଦ୍ଧି ଦିଅ ସାହସ ଶକତି ଦୟା ଓ ଭକତି ମୋ ମନରେ ଭରିଦିଅ। ସବିତା ନାୟକ ମାଧବ,ନୀଆଳି,କଟକ
ଶୁଣିଥିଲିମାଆ କହେ ପାର୍ବତୀ ନନ୍ଦନ ସେହି ବିଘ୍ନ ବିନାସନ, ବୁଦ୍ଧି ବିଦ୍ୟା ପ୍ରଦାଦାତା ଚିର ବନ୍ଦନୀୟ ବୁଲନ୍ତି ବ୍ରମ୍ହାଣ୍ଡ ସେଯେ ଧରି ମୂଷିକ ବାହାନ। ମନେମନେ ଭାରି ଖୋଜେ ସମୟ ଭିଡରେ, ପାଇଛି ତୁମକୁ ଆଜ ଯମା ମୁଁ ନ ଛାଡେ। ଦିଅ ମୋତେ ବିଦ୍ୟା ବୁଦ୍ଧି ଯାହା ଅଛି ତୁମ ପାଶେ ଆଜି ଠାରୁ ମାଆ କରିବ ଗେଲ, ତୋତେ ଛାଡ଼ି ମୋତେ। ଲୋଭାବତୀ ଦାସ(ଶିକ୍ଷୟିତ୍ରୀ) ଗ୍ରାମ-ବାଗଲପୁର,ପୋଷ୍ଟ-ସୁନ୍ଦରଗ୍ରାମ ଥାନା-ଓଲଟପୁର,ଜିଲ୍ଲା-କଟକ ପିନ୍-754002
ଗୌରୀ ନନ୍ଦନ ହେ ଗଜାନନ ଅବତରି ଆସ ଆଜି ଢାଳି ଦିଅ ପ୍ରଭୁ ତବ ଆଶିଷ ଦୁଃଖ ଯାଉ ଦୂରେ ଆଜି ତୁ ମେ ଆଦି ଦେବ ଆହେ ଗଜାନନ ତୁମେ ଦିବ୍ୟ ବିଦ୍ୟାଦାତା ସଭିଙ୍କ ମନରେ ଭରିଛ ଜ୍ଞାନ ଦୂର କରି ଅଜ୍ଞାନତା ଅଗତିର ଗତି ସମ୍ପତ୍ତି ର ବିପତ୍ତି ସବୁ ପରା ତୁମ ଦାନ ଜଗତ କାନ୍ଦୁଚି କୋର ନା ନାଚୁଛି ରକ୍ଷା କର ଗଜାନନ ଶିଶୁ ଟିଏ ମୁହିଁ ଆସିଛି ନେବାକୁ ତୁମ କୁ ପୂଜିବା ପାଇଁ ଶୁଭ ବୁଦ୍ଧି ଟିକେ ଦିଅ ହେ ମତେ ଚାଲିବାକୁ ସତ୍ୟ ପଥେ ଜାଣିନି ପୂଜା ଜାଣିନି ମନ୍ତ୍ର ଜାଣିନି ନି ମୁଁ ଜପ ତପ ଭୋଗ ପୁଷ୍ପାଞ୍ଜଳି କରେ ସମର୍ପଣ ଘେନ ପ୍ରଣତି ମୋହର ବିଦ୍ୟା ଦିଅ ଜ୍ଞାନ ଦିଅ ପ୍ରଭୁ ହାତ ଯୋଡି ମୁଁ କରୁଛି ପ୍ରମାଣ ଘେନ ମୋର ନିବେଦନ ଆହେ ଗଜାନନ ରଞ୍ଜିତା ମିଶ୍ର ଝୁମ୍ପୁରା, କେନ୍ଦୁ…
ହେ କୁନି ଗଣେଶ ! ତୁମ ତିନିଚକିଆ ସାଇକେଲ୍ ଦେଖି ଖୁବ୍ ଲୋଭ ହୁଏ ମୋର ଚାଲ ତୁମକୁ ମୁଁ ଟାଣି ଟାଣି ନେଇଯିବି ଦେଖେଇ ଦେବି ଆମ ସ୍କୁଲ୍ ଆଉ ଘର ଜାଣିଛ ଖୁବ୍ ଦୁଃଖ ହୁଏ ମୋର ଏବେ ଆଉ ସ୍କୁଲ୍ ଯାଇ ହୁଏନା ତେଣୁ ତୁମ ପୂଜା ପାଇଁ ଡହଳ ବିକଳ ହୁଏ ମୋ ଅନ୍ତର ।। ଏଇ ଦେଖୁନ ମନେ ପଡିଗଲା ମୋର ପୁରୁଣା ଦିନ କେବେଠୁ ଏ ସ୍କୁଲ୍ ଡ୍ରେସ୍ ଆଉ ବ୍ଯାଗ ଧରିନି ବୋଲି ଆଜି ମନ ହେଲା ପିନ୍ଧିବାକୁ ଆଉ ଏଇ ବେଶରେ ବି ତୁମକୁ ନେବାକୁ ଆସିଛି ବଜାର କାଳେ ତୁମେ ଏ ମନ କଥା ବୁଝିବ କାହିଁକି ନା ତୁମେ କୁନି ଗଣେଶ ବୁଝିପାରିବ ଆମ ଅନୁଭବ ତୁମ ସାଇକେଲ୍ ମୋର ଖୁବ୍ ପସନ୍ଦ ମୋତେ ଚଢିବାକୁ ଟିକେ ଦେବ ମୁଁ ଜାଣେ ତୁମେ ଖୁବ୍ ଭଲ ।। ଏ ମୁର୍ତ୍ତିରୁ ତୁମେ ସତରେ ହୋଇ ଉଠ…
ପିତା ଶିବଙ୍କ ଆଖିର ନୟନ, ମାତା ପାର୍ବତୀଙ୍କର କୁଲନନ୍ଦନ, ଦେଖି ତମ କୌତୂହଳ ମୁହଁ ମୋ ମନ ହୁଏ ଛନ ଛନ,. ମୋ ଆଖି ଆଗରେ ତୁମେ ସୁନ୍ଦର ଭାଗବାନ, ପ୍ରେମ ଭରା ସଂସାରରେ ତମେ ସମସ୍ତଙ୍କ ବନ୍ଦଣିୟ. ହେ ଗଜାନନ ଦିଅ ମତେ ଆଶୀର୍ବାଦ ଜିତିବି ତୁମ ହୃଦୟ, କଲ୍ଯାଣ କରି ସଂସାରକୁ କର ସୁଖମୟ. ଆସ ଗଜାନନ ତମ ପାଲିଙ୍କି ରୁ ଓହ୍ଲାଇ, ତମ ପାଦ ସ୍ପର୍ଶେ ଏ ଭୂମି ରୁ ଦୁଃଖ ଯାଉ ଦୁରେଇ. ତମ ପାଦ ସ୍ପର୍ଶେ ସଂସାର ହଉ ଉଦ୍ଧାର, କୁନି ଆଖିରେ ଆଶୀର୍ବାଦ ଦେଇ ପୃଥିବୀ କୋଳେ ଦିଅ ପ୍ରେମର ଭଣ୍ଡାର,. ଆସୁଥିଲ ଆସୁଥିବ ତମ ଏ ଗଣେଶ ପୂଜା ହୃଦୟ ରେ ଘର କରି ବସିଯାଅ ଦେଇ ସୁଖ ଦୁଃଖର ମଜା. ପ୍ରଦୀପ କୁମାର ସାହୁ, ଚ୍ଛତିଆ, ଯାଜପୁର
ଆସିଛି ବଜାର ମୂର୍ତ୍ତି ନେବା ପାଇଁ କାଲି ଗଣେଶ ଚତୁର୍ଥୀ କେଉଁ ମୂର୍ତ୍ତି ଯିବ ଆମ ଘରକୁ ହେ ପ୍ରଭୂ ଗଣପତି......l1l ମୂଷିକକୁ ଛାଡି ଗାଡିର ବସିଛ ଭାରି ସୁନ୍ଦର ଦିଶୁଛ କେମିତି ଏଥର ବାହନକୁ ଛାଡି ଗାଡ଼ିରେ ବସି ଆସିଛ.....l2l ମୁକୁଟ ପିନ୍ଧିବା ବଦଳେ ଟୋପିକୁ ମୁଣ୍ଡରେ ଥୋଇ ଆସିଛ ଧୋତିକୁ ଧାରଣ କରିବା ବଦଳେ ପ୍ୟାଣ୍ଟ, ସାର୍ଟ ପିନ୍ଧିଛ....l3l ସବୁ ମୂର୍ତ୍ତି ଠାରୁ ତୁମେ ତ ବହୁତ ସୁନ୍ଦର ଦେଖାଯାଉଛ ପ୍ୟାଣ୍ଟ, ସାର୍ଟ ପିନ୍ଧି ତାଥାପି ତୁମେ ତ ଭାରି ସୁନ୍ଦର ଦିଶୁଛ....l4l ପ୍ରୀତିପ୍ରଣତି ପରିଚାଳନା ସମ୍ପାଦକ ଶୁଭମ ବେହେରା, କଟକ ମୋ:ନଂ:୭୮୫୫୮୬୧୫୨୬
ରୀଦ୍ଧି ସିଦ୍ଧି ଦାତା ଜ୍ଞାନର ବର୍ତ୍ତିକା ଆହେ ପ୍ରଭୁ ଲମ୍ବୋଦର ବିଦ୍ୟାର ବାହକ ବୁଦ୍ଧି ଦାତା ତୁମ ମାତା ଶୈଳ ପିତା ହର । ତବ ଜନ୍ମ୍lତିଥ୍ୟେ ଭାଦ୍ରବ ଆତିଥ୍ୟେ ହେଉ ଆମେ ସଜବାଜ ଶରତର ଶୁଭ ଶାରଦୀୟ ତୁମେ ଆସ ଅଗ୍ରପୂଜ୍ୟ ଆଜ । ଅବତର ପୁଣି ସ୍ଵର୍ଗରୁ ମର୍ତ୍ତ୍ୟକୁ ମୁର୍ଖ ଙ୍କ ଉତ୍ଥାନ ପାଇଁ ବିଦ୍ୟାଳୟ ଆଉ ବାଣିଜ୍ୟ ପ୍ରତିଷ୍ଠା ହସେ ଖିଲିଖିଲି ହୋଇ । ତୁମ ଆବାହନେ କେତେଯେ ମଉଜ କରିଥାଉ ଆମେ ସଭିଁ ନୂଆ ବସ୍ତ୍ର ପିନ୍ଧି ସାଥିହୋଇ ବୁଲୁ ଭୋଜି ପିଠା ପଣା ଗେବି । ନାନା ରକମର ଜରି ପତକା ଓ ଶାଢୀ ଫୁଲ ଆଉ ଫଳେ ସୁସଜ୍ଜିତ କରୁ ମଣ୍ଡପ ଆସ୍ଥାନ ଆପଣା ସକ୍ଷମ ବଳେ । ବହି ଖାତା ଖଡ଼ି କଲମ ପେନସିଲ ବସାଉ ସଜ ଯେ ଆମେ ନିବିଡ ଭକ୍ତିରେ ପୁଷ୍ପାଞ୍ଜଳି ଦେଉ ସାକ୍ଷୀ ଅଛ …
ପ୍ରଭୁ ଗଜାନନ ପାର୍ବତୀ ନନ୍ଦନ ଅଗ୍ର ପୂଜ୍ୟ ଲମ୍ବୋଦର ଭିନ୍ନ ଭିନ୍ନ ବେଶେ ଶିଳ୍ପୀଟି ଗଢ଼ିଲା ବିକ୍ରି ହେବ ମୂର୍ତ୍ତି ତାର ।୧ କୁନି ଝିଅଟିର ସରଳ ମନଟି ବୁଝି ବି ଅବୁଝା ଲାଗେ କେବେ ଦେଖି ନଥିଲା ଶୂନ ଗାଡ଼ିରେ ବିଦ୍ୟାଦାତା ଯେ ବସିବେ ।୨ ବିଦ୍ୟାଳୟ ବସ୍ତ୍ରେ ବସିତ ଯାଇଛି ଅଜସ୍ର ଭାବନା ସାଥେ ମସ୍ତକ ପାଖରୁ ଟୋପି ପାଦ ସହ ଛୁଇଁ ଦିଏ ଦୁଃଖ ନେତ୍ରେ ।୩ ବାଳୁତ ଗଣେଶ ରୂପକୁ ଦେଖିଣ ଝିଅଟି ନୀରବେ କହେ ପୂଜା ସିଂହାସନେ ଆସନ ଯାହାର ଏ ଛବି ମନ ନ' ସହେ ।୪ ବିଦ୍ୟାଳୟ ବନ୍ଦ ମହାମାରୀ ପାଇଁ ବନ୍ଦ ଗଣେଶଙ୍କ ପୂଜା ତୁମରି ଆସ୍ଥାନ ପବିତ୍ରତା ଥିଲା ଆଜି ସାଇକେଲ ସଜା ।୫ ଏପରି ଧୃଷ୍ଟତା କାରିଗର କରେ କୁନି ପିଲା ମନ କିଣି ବେପାର ତାହାର ହେବା ପାଇଁ ଆଶା ରୂପଟି…
ପାର୍ବତୀ ନନ୍ଦନ ତୁମେ ଗଜାନନ ମୂଷିକ ରାଜା ଯେ ତୁମରି ବାହାନ ବରଷେକେ ଆସଇ ଭାଦ୍ରବ ମାସ ଶୁକ୍ଳ ଚର୍ତୁଥୀରେ କରଇ ପ୍ରବେଶ ସେଦିନ ପ୍ରଭୁ ହୁଏ ତୁମରି ପୂଜା ଛାତ୍ରଛତ୍ରୀ ଙ୍କ ମେଳରେ ହୁଅନ୍ତି ସଜା ଫଳ ପୁଷ୍ପ ମାନ ହାତରେ ନେଇ ଆସନ୍ତି ସଭିଏଁ ଖୁସି ମନେଇ ଏବେ ଆଉ ନାହଁ ସେଇ ମଉଜ ଦୁଃଖ କରନାହିଁ ହେ ଗଜରାଜ ମହାମାରୀ ଦିନେ ଯିବ ଦୂରେଇ ପୂର୍ଣ୍ଣ ଆସିବ ତୁମେ ଖୁସି ମନେଇ ସଂସାରକୁ ଏବେ ମାଡିଛି ବିପଦ ରକ୍ଷାକର ପ୍ରଭୁ ଦେଇ ଶକ୍ତିସମ୍ପଦ ତୁମରି ଚରଣେ ରହୁ ମୋର ଚିତ୍ତ ଏତିକି ଗୁହାରୀ ଶୁଣ ପାର୍ବତୀଙ୍କ ପୁତ୍ର ନାମ -ମିନତୀ ବେହେରା ଡ଼ିଅସାହି, ଛତିଆ ଯାଜପୁର
ବିଶ୍ୱାସ ରେ ମିଳନ୍ତି ଭଗବାନ ପଥର ହେଉ କି ମାଟି । ହେ ଗଜାନନ ! ଭଳିକି ଭଳି ରୂପ ରେ ତମେ ଚକ ଲଗା ଗାଡ଼ି ରେ ତମେ ସଜ୍ଜା ହେଇଚ । ମୁଁ କୁନି ନିରେଖୁଚି ତମ ରୂପ ତମେ ଟୋପି ପିନ୍ଧିଚ _ ବେଶ୍ ସୁନ୍ଦର ଦିଶୁଚ ଠାକୁର ମୋତେ ପାଠ ଦିଅ ବୁଦ୍ଧି ଦିଅ ଯିବା ମହାପୁରୁ। ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ କୋଲନରା,ରାୟଗଡ଼ା ଜିଲ୍ଲା
ଆହେ ଗଜାନନ ଗଉରୀ ନନ୍ଦନ ଅଗ୍ରପୂଜ୍ୟ ବିଘ୍ନେଶ୍ବର ତୁମ୍ଭ ଜନ୍ମ ଦିନେ ପ୍ରଣିପାତ କରେ ଘେନ ପ୍ରଣାମ ମୋହର । କୁନି ପିଲାଟି ମୁଁ ଜାଣେନାହିଁ ବିଦ୍ଧି କେଉଁ ରୂପେ ତୁମ୍ଭ ପୂଜା ଆସିଛି ନେବାକୁ ତୁମ୍ଭକୁ ହେ' ବାବା କରିବି ମୁ' ସାଜସଜ୍ଜା । ବିଦ୍ୟାଳୟେ ଆମ ହେଉନାହିଁ ପୂଜା ଗୃହକୁ ନେବି ସଙ୍ଗରେ ମୋ ସାଙ୍ଗ ହୋଇବ ବିଦ୍ୟା ମୋତେ ଦେବ ଖେଳିବ ମୋହ ସାଙ୍ଗରେ । କୁନି ସାଇକେଲ ବସିଛ ହେ' ବାବା ଜଗତର ବିଦ୍ୟାଦାତା ମୂଷିକ ପିଠିରେ ଭ୍ରମଣ କରୁଛ ସଂସାରର ବିଘ୍ନ ହର୍ତ…
ଆହେ!ଲମ୍ବୋଦର କରୁଛି ବୀନତି ପୁଣି ଖୋଲୁ ବିଦ୍ୟାଳୟ, ପୂଜିବୁ ସଭିଏଁ ଏକତ୍ର ଭଜିବୁ ବକ୍ର ତୁଣ୍ଡ ମହାକାୟ। ବ୍ରତ ଉପାସନା କରିବି ଠାକୁରେ ବହି ତବ ପାସେ ଥୋଇ, ଧୂପ,ନାରିକେଳ ସାଥେ କରେ ଧରି ଧ୍ୟାନେ ଶ୍ରୀ ଚରଣ ଛୁଇଁ। ତୁମେ ଜ୍ଞାନ ଦାତା ଦିବ୍ୟ ଜ୍ୟୋର୍ତି ମୟ ଅଜ୍ଞାନ କୁ କର ନାଶ, ବିପଦୁ ତାରଣ କର ତୁମେ ପ୍ରଭୁ ସାଜି ଗଣେଶ ବିଘ୍ନେଶ। ମନେପଡୁ ନାହିଁ କୋମଳ ଭକତ କରୁଥିଲା ଯେଉଁ ତପ, ବନ୍ଦୀ ଘରେ ଛନ୍ଦି ଅଶ୍ରୁଳେ ଭିଜୁଛି ଏକି ତମ ଅଭିଶାପ। ତବ ଦରଶନେ ପୂରେ ମୋ ପରାଣ ଥିଲେ ଯେତେ ମନେ କୋହ, ପୁଣି ଖୋଲି ଦିଅ ଚାଟଶାଳୀ ବାଟ ପୁଛି ଆମ ଆଖି ଲୁହ। ସୁଶାନ୍ତ ଦେହୁରୀ,…
କୁନି ଗଣେଶ ମୋ କୁନି ଠାକୁର ବିଦ୍ୟାଳୟେ ପୂଜା ନାହିଁ ଏଥର କୁହ ଗଜାନନ ବିଘ୍ନ ନାଶନ ମିତ ବସିବ କି ସାଥିରେ ମୋର ।। ମୋ କୁନି ସାଇକେଲ ପଛରେ ବସ ଘର କୁ ଆମର ଯିବା ପଳେଇ ପୂଜା ଖଟୁଲି ରେ ବସେଇ ଦେବି ଖାଇବାକୁ ଦେବି ପ୍ରିୟ ମିଠେଇ ।। ହାତ ଧରି ମୋର ଶୁଭ ବିଦ୍ୟା ବୁଦ୍ଧି ଦେଉଥିବ ମୋତେ ସଦା ବତେଇ ବାଧା ବିଘ୍ନ ସବୁ ଦେବ ହେ ହଟେଇ ଭଲ ବାଟେ ମୋତେ ନେବ କଡେଇ ।। ଏହି ଅଳି ତୁମ ଠାରେ ବିଘ୍ନ ନାଶନ ହେ ବିଘ୍ନ ନାଶ ଏବେ ଶାନ୍ତିଫେରୁ ଏ ଧରାରେ ।। ମାନସ କୁମାର ପାଢ଼ୀ ଈଶ୍ବରପୁର, ଇରମ, ଭଦ୍ରକ ମୋ =9777069624
ଜାଣିନି ମନ୍ତର ଜାଣିନି ତନ୍ତର ଜାଣିନାହିଁ ପୂଜା ବିଧି କୁନି ମନ ନେଇ ଆସିଛି ପ୍ରଭୁ ହେ ଦିଅ ମତେ ବିଦ୍ୟା ବୁଦ୍ଧି l ମୂଷିକ ର ପିଠି ମଣ୍ଡିଥାଅ ପ୍ରଭୁ ପ୍ରିୟ ସେ ଟିକି ବାହନ, ଚକ ଗାଡି ପରେ ତୁମ ବିଗ୍ରହ ଟି ଦିଶେ କେଡେ ଶୋଭାବନ l କୁନି ହାତେ ମୋର ସଜେଇଛି ପ୍ରଭୁ ତୁମରି ପୂଜା ଆସ୍ଥାନ, ତୁମକୁ ନେଇ ମୁଁ ସ୍ଥାପନା କରିବି ଖୁସି ରେ ନାଚେ ମୋ ମନ l ବକ୍ର ତୁଣ୍ଡ ଆହେ ଗଉରୀ ନନ୍ଦନ ଅଟ ପିତୃ ମାତୃ ଭକ୍ତ, ଆଦେଶ ରେ ତାଙ୍କୁ କଲ ପରିକ୍ରମା ମଣି ପୃଥିବୀ ର ଚାରି ପଟ l ଅଗ୍ରପୂଜ୍ଯ ତୁମେ ହେ ଗଜାନନ କର ପ୍ରଭୁ ଆଶୀର୍ବାଦ, ଟିକି ମନ କୁ ମୋ ସ୍ପର୍ଶ ନକରୁ ଦ୍ୱେଷ, ଦୁଃଖ ଓ ବିଷାଦ l ଯାଜ୍ଞସେନୀ ବେହେରା …
ଆସ ଆସ ବିଘ୍ନ ହାତଯୋଡି ସ୍ବାଗତ କରୁଛୁ ତୁମେ ଜ୍ଞାନ ର ଭଣ୍ଡାର !! ତୁମ ଆର୍ଶୀବାଦ ପାଇ ମୁର୍ଖ ହୁଏ ପଣ୍ଡିତ ଦେଖ ଜଗତ ଜନ ହୂଦୟ ପ୍ରାଣ ଦେଇ !! ଡାକନ୍ତି ଦୁଃଖ କୁ ହରଣ କର ସଂସାର କୁ ଦିଅ ହସ ଆଞ୍ଚୁଳା ଭରି !! ଫୁଲ କୁସୁମ ଲାଲ ପଦ୍ମ କମଳ ନରମ ଶ୍ବେତା ପବନ ର ଛୁଆଁ ସ୍ପର୍ଶ ମଧୁ ବନ !! ଦୁଷ୍ମନ୍ତ ବେହେରା ରାସୋଳ-ମୁଣ୍ତିଆପଷି ଢେଙ୍କାନାଳ ମୋ ନଂ-୯୯୩୭୬୫୨୫୦୪
ବନ୍ଧୁ କହିବି କି ସଖା କହିବି ହେ କୁହ ହେ ଗଜାନନ ରତ୍ନ ସିଂହାସନ ଦେଇପାରିବିନି ଦେବି ହୃଦୟାସନ ।୧। ଅଗ୍ରପୂଜ୍ୟ ତୁମେ ଜାଣିଛି ପ୍ରଭୁହେ ତଥାବି ଡାକୁଛି ଘର ଦେଇ ମୁଁ ନ ପାରେ ଦାମିକା ଭୋଜନ ଖାଇବା ଦେବି ନିଜର ।୨। ଛୋଟ ଶିଶୁ ପ୍ରଭୁ କାମନା ବିଶାଳ ମୋ ମାର୍ଗ ଯେ କଣ୍ଟାଯୁକ୍ତ ତଥାବି ପ୍ରଭୁହେ ଚାଲୁଛି ମାର୍ଗ ରେ ଆସି ସ୍ୱୀକାର ବନ୍ଧୁତ୍ୱ ।୩। ଜାଣିଛି ପ୍ରଭୁହେ ଅଗଣିତ ଜନ ପାଇବା ପାଇଁ ବିହ୍ଵଳ ତଥାବି ସେଚକ୍ଷୁ ଦର୍ଶନ ନପାଏ ଖେଳୁଛ ତୁମେଜେ ଖେଳ ।୪। ମୋପାଇଁ କୋହଳ କର ସେ ନିୟମ ଯାପାଇଁ ନଦେଖେ ଆଖି ଦେଖିବାକୁ ଚାହେଁ ତୁମ ବନ୍ଧୁ…
ଆହେ ବିନାୟକ ଜ୍ଞାନ ର ଵାହକ ତୋ ପାଦେ ଶରଣ ମୁହିଁ। ଅଜ୍ଞାନ ଅନ୍ଧାର କଟିଯାଉ ଦେଶୁ ତୋ ମୁହଁକୁ ଦେଲେ ଚାହିଁ। ତୁହି ଶିରିପତି , ଜ୍ଞାନ ର ମୂରତୀ ବକ୍ର ତୁଣ୍ଡ ତୋ'ର ରୂପ। ତୁହି ଜ୍ଞାନ ଦାତା, ତୁହି ତ୍ରାଣକର୍ତ୍ତା ତୁହି ପୁଣି ବିଶ୍ଵ ରୂପ। ମୂର୍ତ୍ତି ର ଦୋକାନେ ଭିଡ଼ ଆଜି ନାହିଁ ସ୍କୁଲ କଲେଜ ବନ୍ଦ। ଶୁନୁ ଗାଡି ଧରି ଛୁଟି ମୁଁ ଆସିଛି ବୁଝିବାକୁ ଭଲ ମନ୍ଦ। କି ସୁନ୍ଦର ଆହା ତୋ'ର ରୂପ କାନ୍ତି କି ସୁନ୍ଦର ତୋ'ର ବେଶ। କି ସୁନ୍ଦର ତୋ'ର ବାହନ ମୂଷିକ କି ସୁନ୍ଦର ତୋ'ର ହସ। ମାଗୁଣି କରୁଛି ପାଦରେ ତୋହର କୋରୋନା ନାଶ ଗୋସାଇଁ। ଆମେ ସ୍କୁଲ ଯିବୁ,ପାଠ ବି ପଢ଼ିବୁ ରକ୍ଷା କର ହେ ଗୋସାଇଁ। ଜଗଦୀଶ ଶତପଥୀ ଧର୍ମଶାଳା। ଯାଜପୁର।
ଆହେ ଗଜାନନ ପାର୍ବତୀ ନନ୍ଦନ ମୁଷିକ ପୃଷ୍ଠରେ ବସି ହସ୍ତରେ ଅଙ୍କୁଶ ଲେଖନୀ ଶୋହଇ ବିଦ୍ୟା ବୂଧୀ ଦିଅ ଆସି ନମୋ !ନମୋ! ଗଣେଶ ଏ ଶୁଭ ଲଗନେ ଡ।କେ ତୁମରି,ଚରଣେ ବସି(0) ଦ୍ଵାରପ।ଳ ହୋଇ ଶିରକୁ ହରାଇ ମାତାଙ୍କ ଆଦେଶ ପାଇ ପିତା ସଂଗେ ଯୂଧ କରିଥିଲ ପରା ତ୍ରିଶୁଳେ ଶିର ହରାଇ ନମୋ ! ନମୋ! ଗଣେଶ ଲଡୁ,ମୁଅଁ। ଦେବୀ ନିଅ ହେ ଆସି।(1) ଐରାବତ ଭ୍ରାତ ସ୍କନ୍ଧ ରେ ମସ୍ତକ କରିଥିଳେ ସଂସ୍ଥ୍ହା ପିତ୍ ପୃଥୁଳ ଉଦର ପ୍ତଭୁ ଲମ୍ବୋଦର ନମୋ ନମୋ ଏକଦନ୍ତ୍ ଜୟ୍ ଜୟ୍ ଗଣେଶ କୃପା ବାରି ପ୍ତଭୁ ଯା ଅ ବରଷୀ (2) ଶରତ କୁମାର ମିଶ୍ର ବେଗୁନିଆ…
ସରକାର ପରା ବାରଣ କରିଲେ ବିଦ୍ୟାଳୟେ ପୂଜା ନାହିଁ ଧାଇଁ ଆସିଛି ମୁଁ ମୂର୍ତ୍ତି ଦୋକାନକୁ ତୁମକୁ ଦେଖିବା ପାଇଁ। କହୁଛି ପିଲାଟି ଅତି ବିନୟରେ କି ଦୋଷ ଆମେ ତ କଲୁ ହେ ବିଦ୍ୟା ଦେବତା ତୁମର ପୂଜାରୁ ବଂଚିତ କାହିଁକି ହେଲୁ। ଆହେ ଗଣପତି କରୁଛି ବିନତି ମୋତେ ଦିଅ ଦରଶନ ପୂଜାବିଧି ଜାଣିନାହିଁ ମୁଁ ଅଧମ ମୋ ଗୁହାରି ଟିକେ ଘେନ। ବିଦ୍ୟା ବୁଦ୍ଧି ଦିଅ ଆହେ ଗଜାନନ ମୁଁହି ତୁମ କୁନି ଭକ୍ତ ମୋତେ ବାରେତୁମେଆଶୀଷଦିଅହେ ଆହେ ବିଘ୍ନବିନାଶକ କି ସୁନ୍ଦର ତୁମ ରୂପ କାନ୍ତି ପ୍ରଭୁ ତୁମେ ପାର୍ବତୀ ନନ୍ଦନ ଏକ ଦନ୍ତ ତୁମ ଅତି ମନୋହର ମୂଷିକ ତୁମ ବାହନ। ତୁମରି ବୁଦ୍ଧିରେ ନିମିଷକେ ମଧେ ବ୍ରହ୍ମାଣ୍ଡ ବୁଲି ଆସିଛ ଏତିକି ମାଗୁଣି କରେ କୁନି ଦିଅଁ ମଉନେ କିଆଁ ବସିଛ। ସଂସାରୁ…
ଶିବ, ପାର୍ବତୀ'ଙ୍କର ପୁଓ ତୁମେ ସାରା ଜଗତ୍ ଯାନିଛେ ଗଣେଶ ନାମେ ମୂଷିକ ଆଏ ତମର୍ ବାହାନ ଭରି ରହିଛେ ତମର୍ ପାଖେ ଗିଆନ।। ସମ୍'କୁ ସିଖାଲ ଅସଲ୍ ଗିଆନ୍ ମାଁ, ବା ଆମର୍ ଭଗବାନ୍ ତାକର୍ ବିନେ କିଛି ମିକ୍ତି ନାଇନ ତାକର୍ ବିନେ ମୁନୁଷ୍ ଜୀବନ୍ ହୀନ ।। ମାଁ, ବା'କେ ଯିଏ ପର୍ ଭାବ୍'ସି ତାର୍ ଜୀବନ୍ ନର୍'କେ ଘାଁଟି ହେସି ମାଁ, ବା ଆମର୍ ସାରା ଜଗତ୍ ତାକର୍ କରିଥିମା ସଭେ ଇଜ୍ଜତ୍ ।। ଯେତେ ବୁଲି ଆଏଲେ ଭି କେନୁ ଦିନ୍'କର୍ ସୁଖ୍ ମିଲ୍'ସି ସେନୁ ମାଁ, ବା ଆମର୍ ପାଖେ ଥିଲେ ସୁଖ୍ ଗଦେଇହେସି ଗୋଡ୍ ତଲେ।। ହେତିର୍'ଲାଗି ତମ୍'କୁ କହେସନ୍ ଗ୍ୟାନ୍'ରର ମାହାପୁରୁ ମାନ୍'ସନ୍ ଭୁଦୋମାସେ ପୂଜା ପାଉଛ ଭକ୍ତର୍ ମ…
ମୁଁ ଜାଣିଛି , ଆଜି ତୁମ ଜନ୍ମଦିନ ତୁମକୁ ଏମିତି ସାଥୀ ରୁପେ ପାଇବାକୁ ମନ । ତୁମେ ମୋ ପାଖକୁ ଆସି ମୋ କୁନି ଭାଇର ଟିକି ଯାନେ ବସି ବୁଲି ବାହାରିଲ କି ଏ ବିଶ୍ୱବ୍ରହ୍ମାଣ୍ଡ କୋରୋନାର ତ୍ରାସେ ସର୍ବେ ଲଣ୍ଡଭଣ୍ଡ ତୁମ ପୂଜା ପାଇଁ ବିଦ୍ୟାଳୟେ ଭିଡ ଟିକେ ନାହିଁ ବଜାର ସହରେ ଗହଳିର ନାହିଁ ଚିହ୍ନ ସେଥିପାଇଁ ପ୍ରଭୁ ଊଣା କରନାହିଁ ମନ ମୋ ଟିକିଘରେ ଟିକି ଖଟୁଲିରେ ତୁମକୁ ପୂଜିବି ଆଜି ବଡ ଆଗ୍ରହରେ ଟିକି ଯାନ ଛାଡି ମୂଷିକ ପିଠିରେ ବସି ଆସିବ ପ୍ରଭୁ ମୋ ଆବାହନରେ ମୁଁ ସନ୍ଥ ମୋର୍ୟ୍ୟ ଗୋସ୍ୱାମୀ ନୁହେଁ ମାତ୍ର , ତାଙ୍କ ପତି ତୁମ ବର ଚାହେଁ ସଦା ତୁମ ଧ୍ୟାନେ ଥାଉ ମନ ବିଦ୍ୟାଦାତା ପ୍ରଭୁ ଗଜାନନ ବିଘ୍ନହର୍ତ୍ତା ବିଶ୍ୱ ବିଘ୍ନ ହାରୀ ମୁଁ ମୀରା , ତୁମେ ମୋ ମୁ…
କେମିତି ପୂଜିବି ତୁମକୁ ଗଣେଶ ତୁମ ଶୁଣ୍ଢ ଦେଖି ହସେ କେତେ ଲଡୁ ଖାଇପେଟ ବାଢାଇଛ ଲମ୍ବୋଦର ଫୁଟି ଦିଶେ।। ଏକଦନ୍ତ ଧରିକେମିତି ଖାଉଛ ମୂଷିକ ବାହାନ ଧରି ନିଶକୁ ଫୁଲେଇ ଦେଉଛି ହଲେଇ ବସିଅଛି ବୀର ପରି।। ଯିବୁନାହିଁ ସ୍କୁଲ, ସାଙ୍ଗ ସାଥୀହୋଇ ହେବନି ପୂଜା ସଉକ କେମିତି ପୂଜିବୁ ପୁଷ୍ପାଞ୍ଜଳି ଦେବୁ, ଶ୍ରୀଫଳ, ଲଡୁ ,ମୋଦକ।। ବାଜା ବାଜିବନି ରୋଷଣୀ ହେବନି ମନେ କରୁ ଆବାହନ ଥରେ ହେଲେ ଆସ ବିଘ୍ନ ହେଉ ନାଶ ଆହେ ପ୍ରଭୁ ଗଜାନନ।। ପୁଷ୍ପାଞ୍ଜଳି ପଣ୍ଡା କେନ୍ଦ୍ରାପଡା
ଆଜି ପରା ଭାଦ୍ରବ ଶୁକ୍ଳ ଚତୁର୍ଥୀ ବିଘ୍ନ ବିନାୟକଙ୍କ ଜନ୍ମଦିନ ଆସିଛି ଗଳି ଗଳିରେ ଶ୍ରୀ ଗଣେଶଙ୍କ ମେଢ଼ ହୋଇଛି । (୧) ଗନୁ ବାବା ଧରାପୃଷ୍ଠକୁ ବୁଲି ଆସିବେ ଏକଥା ମୁଁ କହୁନି ଆମ ଗାଁ ଯାକ ସମସ୍ତେ କହୁଛନ୍ତି ।(୨) ସାତ ଦିନ ପୂର୍ବରୁ ହେଲାଣି ଗାଁ ଟୋକା ମେଳି ବଡ଼ ଗଣେଶ ମୂର୍ତ୍ତି ନାନା ରଙ୍ଗର ଆଣି କପଡ଼ା ଦେଇ ମଣ୍ଡପ ସଜାଇ ଡିଜେ ବଜାଉଛନ୍ତି ।(୩) ରାତିସାରା ଡିଜେ ଶବ୍ଦରେ ଶୋଇ ପାରୁନି ମୋ କୁନି ଭାଇ ଧରିବାକୁ ଭାରି ଇଚ୍ଛା ତା'ର ତମକୁ କୋଳେଇ ସେଥିପାଇଁ ବୋଧେ ଆସୁଛ ବାଳ ଗଣେଶ ରୂପ ହୋଇ ।(୪) ତାକୁ ଭାରି ମଜା ଲାଗେ ଏମିତି ଟୋପି ପିନ୍ଧି ତା' କୁନି ସାଇକେଲରେ ଘର ଅଗଣାରେ ଘିରି ଘିରି ବୁଲେ ।(୫) ଆଜି ମୁଁ ତମକୁ ଘରକୁ ନେବି ଗନୁ ବାବା…
👉 ଡାଉନଲୋଡ କରି ପଢନ୍ତୁ 👆
ଜଗତର କଥା ବୁଝୁ ବୋଲି ପରା ବୋଲାଉ ତୁ ଜଗନ୍ନାଥ.... ଭକତ ର ଦଃୁଖ ସାଉଁଟି ନେବାକୁ ତୁ ଖୋଲି ବସିଅଛୁ ହାତ...।। ବରଷକେ ଥରେ ବାହାରି ଆସୁ ତୁ ରଥ ରେ ଏହି ବଡ ଦାଣ୍ଡ କୁ..... ଧନୀ ଓ ଗରିବ, ଉଚ୍ଚ ନୀଚ୍ଚ ଭୁଲି କୋଳେଇ ନେବାକୁ ସଭିଙ୍କୁ..।। ଚକା ଚକା ତୋର ସେ ଦୁଇ ଆଖିରେ ବୁଝି ନେଉ ପରା ଭକତ ମନର କୋହ ଦରଗଢା ପଛେ ତୋ ମହାବାହୁ ରେ ପୋଛି ନେଉ ତୁ ଭକତ ଆଖିର ଲୁହ।। ତୋ ଆଗମନରେ କାଳିଆ ସୁନା ରେ ଖାଲି ବଡଦାଣ୍ଡ ନୂହେଁ, ଜୀବନ ହୋଇଛି ଧନ୍ୟ ରଥାରୂଢ଼ ରୂପେ ତୋ ଦରଶନ ରେ ଏଇ ଆଖି ଲଭିଯିବ ପୁଣ୍ୟ।। ମୁଁ ଛାର ଭକତ ମାଗିବି ବା କିସ ତୋ ପାଦେ ପ୍ରଭୁ କୋଟି ନମନ, ଚରଣେ ଶରଣ ଦେଇ ଆହେ ପ୍ରଭୁ ଜୀବନକୁ କର ଧନ୍ୟ।। ସୁଶ୍ରୀ ଆରତି ପଟ୍ଟନୟକ ସାେରୋଡା , ଗଂଜାମ
ହୋ କାଳିଆ ସାଆନ୍ତେ, ବିଶ୍ଵ ନିଅନ୍ତା, କୋଟି ଓଡ଼ିଆ ଙ୍କ ମଉଡ଼ମଣି ଆଜି ତୁମ ପାଖକୁ ମୋର ଏଇ ରଜନୀର ଶେଷ ଚିଠି 🙏 କାହିଁ କେଉଁ ଅନାଦି କାଳରୁ ମୁ ଶୁଣି ଆସିଛି। ଆପଣ ଏ ଧରା ପୃଷ୍ଟରେ ଜନ୍ମ ନେଇଛନ୍ତି l ଏଇ ପାପୀ ମାନଙ୍କୁ ଦଣ୍ଡ ଦେବା ସହ ଫୁଣି ତାଙ୍କୁ ଏ ଧରା ଧାମରୁ ଆପଣ ଉଦ୍ଧାର କରିଛନ୍ତି l ଫୁଣି ଭକ୍ତ ଙ୍କର ମାନରକ୍ଷା ପାଇଁ ଆପଣ ଏ ଧରା ପୃଷ୍ଟରେ ଜନ୍ମ ନେଇଛନ୍ତି l ସେଥି ପାଇଁ ଆପଣଙ୍କ ପାଖକୁ ମୋର ଏଇ ରଜନୀର ଶେଷ ଚିଠି l କୁହ ହେ ଚକା ନୟନ ଆଜି ଏ ଧରା ପୃଷ୍ଟରେ ଏ କଣ ହେଲା, ଯୁଗ ଯୁଗ ଧରି ଯେଉଁ ମନୁଷ୍ୟ ଅନ୍ୟକୁ ଶୋଷଣ କରୁଥିଲା ଆଜି ସେ ହୋଇଛି ଶୋଷିତ l ପାଗଳ, ଭିକାରୀ, ଛୋଟା, ଅନ୍ଧ ଦେଖି ଉପହାସ କରୁଥିଲା ଯେଉଁ ମାନବ ସେବି ହୋଇଛି ଆଜି…
ସିନ୍ଧୁଏ ଆଶା ଅମାପ ବିଶ୍ଵାସ ଭରପୁର ପ୍ରେମକୁ କୋଳାହଳ ସମୟ ର ଅଙ୍କା ବଙ୍କା ଭାବନାମୟ ସମାଜରେ ଲୁଚେଇ ପରିସ୍ଥିତି ସହ ତାଳଦେଇ ଚାଲିବାକୁ ମୋତେ କେତେ ଯେ କଷ୍ଟ ଅନୁଭବ ହେଉ ଥିଲା ତାହା ଭାବିଲେ ବେଶି କଷ୍ଟଦାୟକ ସଖା।କଲେଜ୍ ର ଶେଷ ଦେଖା ଦିନ ତୁମେ ସିନା ହସି ହସି କହିପଳେଇଲ ଦେଖା ନହେଲେ ବି ମନରେ ସବୁଦିନ ଥିବି ବୋଲି ହେଲେ ମୋର ଅସୁମାରୀ ମନ କିନ୍ତୁ କିଛି ଅଲଗା ଶୁଣିବା ଆଶା ବାନ୍ଧି ଥିଲା। ହେଲେ କାହିଁକି ତୁମେ ମୋ ହୃଦୟର ସ୍ପନ୍ଦନ କୁ ବୁଝିପାରିଲନି? ଶୁଣିଥିଲି ସତ୍ୟ ପ୍ରେମ ସଫଳ ହୁଏ, ହେଲେ ମୋ ସହିତ କାହିଁକି ଏମିତି ହେଲା? ଭାବଥିଲି ମୁଁ ଯେମିତି ତୁମକୁ ଭାବେ ତୁମେ ବି... ।ହେଲେ ସେଦିନ କହିଦେଇଗଲ ମୁଁ ତୁମର …
ମା... କୋଉଠି ତୁ ଆଜି କାଇଁ ଇଛା ହୁଏ ତୋ ଛାତିରେ ମୁହଁ ଗୁଞ୍ଜି କାନ୍ଦିବାକୁ ଛାତି ତଳର ଅକୁହା ଯନ୍ତ୍ରଣା ସବୁ ଛଟ ପଟ ହୋଉଛି ଲୁହ ହେଇ ବୋହି ଯିବାକୁ.. ତୋ ପଣତ ରେ ଘୋଡେଇ ହେବା ପାଇଁ ମନ ଆଜି ବ୍ୟାକୁଳ ହେଲେ କୋଉଠି ତୁ ମା.. କୋଉ ଅଜଣା ରାଇଜରେ ହଜି ଗଲୁ ଆମ ଦୁଇ ଭଉଣୀ ଙ୍କୁ ଏକା କରି ଖୋଜିଲେ ବି ପାଉନି ଆଜି ତୋର ସେଇ ସ୍ନେହ ର ପଣତ ତଳ ଏଠି କେହି ନୂହେଁ କାହାର ସ୍ୱାର୍ଥ ଥିଲେ ସଭିଏଁ ନିଜର ସ୍ୱାର୍ଥ ସରି ଗଲେ ସଭିଏଁ ପର ସୁଖ ସମୟ ରେ ସବୁ ନିଜର ବିପଦ ବେଳେ କେହି ନୂହେଁ କାହାର ବିପଦ ସମୟ ରେ କେହି ଆସନ୍ତି ନି ଖୁସି ର ସମୟେ ସଭିଏଁ ଆସନ୍ତି କାହାକୁ କହିବି ଏଠି ନିଜର ନିଜର ନିଜ ବାଟରେ ଆମେ ଏକାକୀ ପଥିକ ମା... କେମିତି କରୁଛି ଦିନ ଆଖିରେ ନିଦ ନାହିଁ ପେଟରେ ଭୋକ…
ବାଞ୍ଛିତ ପୃଥିବୀର ଅବାଞ୍ଛିତ ଆସ୍ଥାନ ମେଳରେ କଅଁଳ ହାତରେ ତୁମେ କରୁଣ ଆଖିରେ ଭବିଷ୍ୟତ ଯାହା ସବୁ ଜାବୁଡି ଧରିଛ ଅତିଷ୍ଟ ସମୟ ଅଜଣା ପରିଚୟର ଦ୍ୱାହି ନାହିଁ ବ୍ୟାକୁଳ ମନରେ ସ୍ୱପ୍ନ ର ଢେଉରେ ପ୍ରତିକ୍ଷା ପ୍ରହରେ ଯତ୍ନସହକାରେ ସବୁଜିମା ହାହାକାର କରେ ଅନ୍ଧାର କଳା ଗହ୍ୱର ତଥାପି ଆଲୋକ ଦିଶେ ବର୍ଣ୍ଣବିଭା ପ୍ରକାଶ ପାଇବ ତନ୍ଦ୍ରା ଛନ ଏ ଦୁଇ ନୟନ ଭୋର ଭାବନା କରେ ଆନମନା କୋଳର ଗଭୀର ଆତ୍ମ ପ୍ରତୟ ହୁଏ ଅସହାୟ ଫେରିବକି ! ନିର୍ଭୟ ଆଶ୍ରୟ "ମା" ଶବ୍ବ ,ଏବେବି ଆପଣା ନିଷ୍ପାପ ଶିଶୁ କି ବୁଝେ ଭୋକ ଆଉ ଭେକ ଅବୁଝାପଣ ରେ ଥକାପଣର ନିଦ୍ରିତ ନୟନ ଭଉଣୀ ର, ମା ର, ଲୋଡ଼ଇ ଅଭୟ ଆଶ୍ରୟ। ପୁଷ୍ପାଞ୍ଜଳି ପଣ୍ଡା
କାହାକୁ କହିବି କେମିତି କହିବି ମୋ ମନ ର ଅକୁହା କଥା ବୁଝି ପାରୁନି ମୁଁ ଜାଣି ପାରୁନି ମୁଁ ବୁଲୁଚି ମୁଁ ଏକା ଏକା କି ଦୋଷ କରିଛି ଆହେ ଜଗନ୍ନାଥ ଏତିକି ଉତ୍ତର ଦିଅ କୋଳେ ଛୋଟ ଛୁଆ ଧରେଇ ଦେଇ କୁଆଡେ ଯାଇଛି ମୋ ମାଆ ଭୋକ ଉପାସ ରେ ଆଉଟୂ ପାଉଟୂ ହେଉଛି ଏ କୁନି ଭାଇଟି ଜମିଦାର ଘରୁ ଝଅଟ ଫେରିବ କହିଛି ଆଜି ବୋଧେ ଭାଗ୍ୟ ରେ ଭଲ ଦୁଇ ପଇସା ମିଳିବ କହିଛି ଏଯାଏଁ ଫେରିନି ଭୋକ ଉପାସ ରେ ବସିଛି ରାହା ଧରି ଭାଇ ମୋର କାନ୍ଦୁଚି ଏ କଣ ମୁଁ ଦେଖୁଚି? ମାଆ ମୋର ହାତେ ବିସ୍କୁଟ ପକେଟ ଧରି କାନ୍ଦି କାନ୍ଦି ବାହାରି ଆସୁଛି. ଏତିକି ଗୁହାରି ଶୁଣ ହେ ଇଶ୍ୱର ଭୋକିଲା ପେଟ କୁ ନ ଦିଅ ପାହାର ନଚେତ ମଣିଷ ଜନ୍ମ ରୁ ମତେ ପାରିକର ମତେ ମଣିଷ ଜନ୍ମ ରୁ ପାରିକର. ଜୟ…
ଅର୍ଥାଭାବେ ଜଳୁଛି ସେ ପାଠ ଯଦି ପଢିବ ସେ ଅନାହାରେ ମରିବ ସେ ପରିବାର ଭରଣପୋଷଣ କରିବ ପୁଣି କିଏ? ଜୀବନକୁ ବାଜି ଲଗାଇଣ ଏଣୁ ଖଟୁଛି ଇଏ ଯଦିଚ ନିଜେ ଅସହାୟ ସେ ଦୁନିଆରେ ଅଲୋଡା ପ୍ରାୟ ସେ ଭାଇ ପାଇଁ ଆଜି ଗାଉଛି ଗାୟକ ସାଜି । : ମିର୍ଜା ସନୁଅର ବେଗ କୋରାଇ, ଯାଜପୁର ମୋ:୯୮୬୧୬୩୭୨୪୬ ]
ପିତାମାତା ଶୂନ୍ୟ ଅନାଥ ଯେ ଅଟୁ ନାହିଁ କେହି ଆମ ସାହା ଉଦରକୁ ଗଣ୍ଡେ ପିନ୍ଧିବାକୁ ଖଣ୍ଡେ ଯୋଗାଡକୁ ନାହିଁ ରାହା ଏକୁଟିଆ ଥିଲେ ଅଇଁଠା ପତ୍ରରୁ କ୍ଷୁଧା କରିଥାନ୍ତି ଦୂର କୁନି ଭାଇ ଟିଏ ଅଛି ମୋ ସାଥିରେ କେମିତି କରିବି ପର ବଞ୍ଚିବାର ପାଇଁ ରୋଜଗାର ଆଶେ ସାଜିଛି କୁନି ଶ୍ରମିକ ମେହେନ୍ଦୀ ଲାଗିବା ହାତେ ଗୋଟାଉଛି ନୟନ ଧାରୁ ଲୋତକ କାଣି ପୁଚି ଖେଳ ସାଙ୍ଗସାଥୀ ମେଳ ହୋଇଲା ମୋ ପାଇଁ ସ୍ଵପ୍ନ ଦି ପହର ଖରା ହେଉ ଅବା ଶୀତ ଖଟି ପାହେ ରାତି ଦିନ ଇଚ୍ଛା ନାହିଁ ମୋର ସୁଖ ଐଶ୍ଚର୍ଯ୍ୟ ଦିଅ ପ୍ରଭୁ ମନେ ବଳ ଜୀବ ଥିବା ଯାଏଁ କରୁଥିବି ରଣ ପାହିବ ନୂଆ ସକାଳ ଏତିକି ମୀନତି ଶୁଣିବ ହେ ନାଥ ଏମିତି ଜନ୍ମ ନ ଦେବ ଜିଇଁ ଥାଇ ମୃତ ପ୍ରାୟେକ ପରାଏ ପ୍ରତିକ୍ଷଣେ ପ…
ସାନ ଭାଇ କୁ କୋଳ ରେ ଧରି ନିରୀହ ଶିଶୁ ଟି ବସିଛି ଭାବି କେଉଁ ଜନମ ରେ କରିଥିଲା କି ପାପ ଏ ଜନମେ ଦେଖିଲା ମୃତ ବାପା ମା ଙ୍କ ଛବି ।। ଚାଲିଗଲେ ପିତା ମାତା ଏ ଶୈଶବ କାଳେ କୁନି ଭାଇ କୁ ଦେଇ ତା କୋଳେ କି କଷ୍ଟ ରେ ଆଜି ସେ ଚଳେ ଦେଖୁଥିବେ ବାପା ମା ଥାଇ ଉପରେ ।। ଭରିଯାଏ ଆଖି ତା'ର ଲୁହ ରେ ପ୍ରାର୍ଥନା କରୁଛି ସେ ଛଳ ଛଳ ଆଖିରେ ଶୁଣିଯାଅ ପ୍ରଭୁ ତା'ର ଗୁହାରି ଛୋଟ ଶିଶୁ ର ଆଶା ଅସୁମାରି ।। ମୋନାଲିସା ପଣ୍ଡା ସତ୍ୟଭାମା ପୁର,କଟକ
ହଜାଇ ଦେଲା କେ ତା କୋମଳ ଓଠୁ ମନ୍ଦାକିନୀ ହସ ଧାରା କଅଁଳ ହାତେ ତା ଧରାଇଦେଲା କେ ତା ପରି କଠିନ ହୀରା । ସଂସାର ଆଲୋକ ମିଞ୍ଜି ମିଞ୍ଜି ଦିଶେ କିପରି ଚାଲିବ ବାଟ ନିଷ୍ପାପ ଶିଶୁଟି କୋଳେଇ ନେଇଛି ଜୀବନର ସବୁ କଷ୍ଟ । ନାହିଁ ହତାଦର କରିସେ ନିଜର କୋଳେ ଧରି ଭାଇ ତାର ଦେଖିବ ଦୁନିଆ ତା ସ୍ପପ୍ନରେ ଭିଜି ଝଡ ଝଞ୍ଜା କରି ଦୂର । ଛିଣ୍ଡାଇ ଶୈଶବ ନାଚ ଖେଳ କୁଦ ଦେଇଛି ଲିଭାଇ ହସ ଆଶା ଭରସାର ବୁଢିଆଣୀ ଜାଲେ ଛନ୍ଦି ରଖିଛି ବିଶ୍ୱାସ । କୋମଳ ପ୍ରାଣ ତା ବିକଳ ହୁଅଇ ମନେ ଖୋଜେ ପିତା ମାତା କିଏ ଆଣି ଦେବ ଅଫେରା ବାଟରୁ ତାର…
Social Plugin